ବିଜେଡ଼ି ନେତାଙ୍କ ଗୁଣ୍ଡାଗିରି ଚଳିବନାହିଁ: ବିଜେପି

bjpଓଡ଼ିଶା ରାଜନୈତିକ ଇତିହାସରେ ଏକ କଳଙ୍କକାରି ଘଟଣା ଘଟିଯାଇଅଛି। ଓଡ଼ିଶାର ବର୍ତମାନ ସରକର ତାର ଏକ ଛତ୍ର ବାଦୀ ଏତେ ଉଗ୍ରରୁପ ନେଇ ଅଛି ଯେ ସେମାନେ ଦିନ ଦ୍ୱିପ୍ରହରରେ ସମସ୍ତ ଜନତାଙ୍କର ଆଖି ଆଗରେ ଏକ ସାମ୍ବିଧାନିକ ପକ୍ରୀୟାକୁ ବିରୋଧ କରି କିପରି ନିଧୁମ ମୁଥ ଓ ଲାତ ମାରି ମରଣାନ୍ତର ଆକ୍ରମଣ କରିଛନ୍ତି ତାହାର ଏକ ନଗ୍ନ ରୁପ ଦେଖିବାକୁ ମିଳିଛି। ଆଜି ବୈାଦ୍ଧ ଜିଲ୍ଲାର ମନମୁଣ୍ଡାକୁ ରାଜ୍ୟର କେଳେଙ୍କାରି ମନ୍ତ୍ରୀ ସଂଜୟ ଦାସବର୍ମା ଓ ପଷ୍ପେନ୍ଦ୍ର ସିଂ ଦେଓ ଏକ କାର୍ଯ୍ୟକ୍ରମକୁ ଯୋଗଦେବାକୁ ଯାଉଥିବା ବେଳେ କିଛି ବିଜେପି କର୍ମି ଶାନ୍ତି ପୂର୍ଣ୍ଣଭାବେ କଳାପତାକା ଦେଖାଉଥିବା ସମୟରେ ସେଠାରେ ବିଜେଡ଼ିର କିଛି ଗୁଣ୍ଡାକର୍ମି ମନ୍ତ୍ରୀ ଦାସବର୍ମାଙ୍କ, ପୁଷ୍ପେନ୍ଦ୍ର ସିଂଦେଓ ଉପସ୍ଥିତିରେ ଓ ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବ ନିଦେ୍ର୍ଧଶରେ ବିଜେପି କର୍ମିମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେମାନେ ସଂଙ୍ଘବଧରୁପେ କିଏ ଗୋଇଠା, କିଏ ମୁଥ ମାରି ସାଧାରଣ ବିଜେପି କର୍ମିମାନଙ୍କୁ ଲହୁ ଲୁହାଣ କରିଦେଇଥିଲେ। ଏହି ନିନ୍ଦନୀୟ କାର୍ଯ୍ୟକଳାପ ପାଇଁ ବିଜେପି ଯୁବ ମୋର୍ଚ୍ଚା ଏକ ବିକ୍ଷୋବ ପଦର୍ଶନ ମାଷ୍ଟରକ୍ୟାଂଟିନ୍ ଠାରେ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ବିଜେପିରୁ ବହୁ ଯୁବନେତାମାନେ ଏହି କାର୍ଯ୍ୟକଳାପକୁ ନିନ୍ଦାକରି ନବୀନ ପଟ୍ଟନାୟକଙ୍କର ଇସ୍ତଫା ଦାବି କରିଥିଲେ। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଦେବାଶିସ ନାୟକଙ୍କ ନେତୃତ୍ୱରେ କରାଯାଇଥିଲା । ଏଥିରେ ରାଜ୍ୟର ସାଧାରଣ ସଂପାକକ ଶ୍ରୀ ଭୃଗୁବକ୍ସି ପାତ୍ର, ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି , ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆ,ଅମିୟ ଦାଶ,ବିଭାସ ସେନ ଗୁପ୍ତା, ରାଜ୍ୟ ଯୁବମୋର୍ଚ୍ଚ ଦୁଇ ସାଧାରଣ ସଂପାଦକ ଶ୍ରୀ ଠାକୁର ରଂଜିତ୍ ଦାସ ଏବଂ ବିଶ୍ୱରଞ୍ଜନ ବଡ଼ଜେନା, ସଂପାଦକ ଦୀପକ ଗୋଚ୍ଛାୟତ, ଦୁଇ ରାଜ୍ୟ ସଂଯୋଜକ ସତ୍ୟବ୍ରତ ନାୟକ, ପ୍ରସାନ୍ତ ସ୍ୱାଇଁ , ବିଭୁତୀ ପୃଷ୍ଟି, ସୁଜିତ କୁମାର ସ୍ୱାଇଁ ଓ ବହୁ ଯୁବନେତା ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଏହି ଘୃଣୀୟ କାର୍ଯ୍ୟ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Share in top social networks!