ନୂଆଦିଲ୍ଲୀରେ ବିମାନ ଚଳାଚଳ ନେଇ ଜାତୀୟ ସମ୍ମିଳନୀ; ଓଡ଼ିଶାରେ ବିଭିନ୍ନ ସ୍ଥାନକୁ ବିମାନ ସଂଯାଗୀକରଣ ନେଇ ପର୍ଯ୍ୟଟନ ମନ୍ତ୍ରୀଙ୍କ ଦାବି

pandaଓଡ଼ିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ବିମାନ ସଂଯୋଗୀକରଣ ନିମନ୍ତେ ଯଥାର୍ଥ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଶ୍ରୀ ଏ. ଗଜପତି ରାଜୁ ଓ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ସିହ୍ନାଙ୍କ ନିକଟରେ ଦାବି କରିଛନ୍ତିା
ଆଜି ପୂର୍ବାହ୍ନରେ ନୂଆଦିଲ୍ଲୀସ୍ଥିତ ଅଶୋକା ହୋଟେଲ୍ରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଆଞ୍ଚଳିକ ବିମାନ ସଂଯୋଗୀକରଣ ସଂପର୍କିତ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ମର୍ମରେ ଦାବି ଜଣାଇ ବ୍ରହ୍ମପୁର, ଜୟପୁର, ରାଉରକେଲା ଇତ୍ୟାଦି ସ୍ଥାନକୁ ବିମାନ ଚଳାଚଳ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ ମତ ଉପସ୍ଥାପନା କରିଛନ୍ତିା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଧ#କୃତ ହୋଇ ମନ୍ତ୍ରୀ ଶ୍ରୀ ପଣ୍ଡା ଏହି ସମ୍ମିଳନୀରେ ଯୋଗଦେଇ ଓଡ଼ିଶାକୁ ବିମାନ ଚଳାଚଳ ଦିଗରେ କେନ୍ଦ୍ର ସରକାରଙ୍କ ଆଗ୍ରହ ଓ କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ଆଲୋଚନା କରିଛନ୍ତିା
ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ଆଲୋଚନାରେ କହିଛନ୍ତି ଯେ ଜାତୀୟ ବେସାମରିକ ବିମାନ ଚଳାଚଳ ନୀତିରେ ବିଭିନ୍ନ ଅଞ୍ଚଳକୁ ସଂଯୋଗୀକରଣ ଉପରେ ଗୁରୁତ୍ୱ ଦିଆଯାଉଛିା ସେହି ମର୍ମରେ ଓଡ଼ିଶା ସରକାର ଭୁବନେଶ୍ୱରରୁ ଜୟପୁର, ସମ୍ବଲପୁର ଓ ରାଉରକେଲାକୁ ନିଜ ପା=ିରୁ ସବ୍ସିଡି ପ୍ରଦାନ କରି ବିମାନ ଚଳାଚଳ ନିମନ୍ତେ ଉଦ୍ୟମ କରିଥ#ଲୋ ମାତ୍ର ଅପରେଟରମାନଙ୍କ କୁପରିଚାଳନା ହେତୁ ତାହା ସଫଳ ହେଲା ନାହିାଁ କିନ୍ତୁ ରାଜ୍ୟର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଅଞ୍ଚଳକୁ ବିମାନ ଯୋଗାଯୋଗ ଆରମ୍ଭ ହେଲେ ବିଶାଳ ଅର୍ଥନୈତିକ ସୁବିଧା ମିଳିବ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ବ୍ୟତୀତ ରାଜ୍ୟରେ ୨୦ଟି ବିମାନ ଅବତରଣ କେନ୍ଦ୍ର ରହିଛିା କିନ୍ତୁ ଆଞ୍ଚଳିକ ବିମାନଯାତ୍ରା ବ୍ୟବସ୍ଥା ଓଡ଼ିଶାରେ ସଂପୂର୍ଣ୍ଣ ଅବହେଳିତ ଅବସ୍ଥାରେ ରହିଛିା ଆଞ୍ଚଳିକସ୍ତରରେ ଭୁବନେଶ୍ୱର-ବ୍ରହ୍ମପୁର-ଜୟପୁର, ଭୁବନେଶ୍ୱର-ଉତ୍କେଲା-ଜୟପୁର, ଭୁବନେଶ୍ୱର-ସମ୍ବଲପୁର-ରାଉରକେଲା ଏବଂ ଭୁବନେଶ୍ୱର-ଅନୁଗୋଳ-ରାଉରକେଲାକୁ ନିୟମିତ ବିମାନ ଚଳାଚଳର ଆବଶ୍ୟକତା ରହିଥ#ବା ବେଳେ ଏହି ସ୍ଥାନଗୁଡିକୁ ଆଞ୍ଚଳିକ ବିମାନପଥ ଭାବରେ ଘୋଷଣା କରିବାକୁ ଅନୁରୋଧ କରିଛନ୍ତିା
ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାର ଝାରସୁଗୁଡାର ଉନ୍ନତିକରଣ ନିମନ୍ତେ ମାଗଣା ଜମି ସହିତ ପ୍ରାୟ ୭୫ କୋଟି ଟଙ୍କା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତିା ତାହା କାର୍ଯ୍ୟକ୍ଷମ ହେଲେ ଓଡ଼ିଶାରେ ଆଞ୍ଚଳିକ ବିମାନ ପରିବହନ ବ୍ୟବସ୍ଥାକୁ ବୃଦ୍ଧି କରାଯାଇପାରିବା
ଏହା ବ୍ୟତୀତ ଭୁବନେଶ୍ୱର ବିମାନବନ୍ଦରକୁ ସଂଯୋଗ କରି ଭୁବନେଶ୍ୱର-ବ୍ରହ୍ମପୁର-ବିଶାଖାପାଟଣା, ଭୁବନେଶ୍ୱର-ଉତ୍କେଲା-ରାୟପୁର, ଭୁବନେଶ୍ୱର-ରାଉରକେଲା-ରାଞ୍ଚ#, ଭୁବନେଶ୍ୱର-କେଉଁଝର-କୋଲକାତାକୁ ଆନ୍ତଃରାଜ୍ୟ ସଂଯୋଗୀକରଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଦାବି କରିଛନ୍ତିା
ଘରୋଇ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ଇଂଧନ ଉପରେ ୫ ପ୍ରତିଶତ ଭ୍ୟାଟ୍ ନେଉଥ#ବା ବେଳେ ଆନ୍ତର୍ଜାତିକ ଉଡାଣ ନେଇ କୌଣସି ଭ୍ୟାଟ୍ ବ୍ୟବସ୍ଥା କରିନାହାନ୍ତିା ରାଜ୍ୟ ମଧ୍ୟରେ ଆଞ୍ଚଳିକ ବିମାନ ସଂଯୋଗୀକରଣ ହେଲେ ଆସନ୍ତା ୧୦ ବର୍ଷ ପର୍ଯ୍ୟନ୍ତ ଇଂଧନ ଉପରେ ମାତ୍ର ୧ ପ୍ରତିଶତ ଭ୍ୟାଟ୍ ନେବା ପାଇଁ ରାଜ୍ୟ ପ୍ରତିଶ୍ରୁତିବଦ୍ଧା ରାଜ୍ୟରେ ସମସ୍ତ ବିମାନଘାଟୀ ବ୍ୟବସ୍ଥାର ଉନ୍ନତି, ସବୁଜ ବଳୟ ବ୍ୟବସ୍ଥା ନିମନ୍ତେ ରାଜ୍ୟ ସରକାର ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଦେବୋ ସେହିପରି ଛୋଟ ବିମାନଘାଟୀଗୁଡିକର ବିକାଶ ନିମନ୍ତେ ଓଡ଼ିଶା ସରକାର ମାଗଣା ଜମି ଦଶବର୍ଷ ନିମନ୍ତେ ଯୋଗାଇଦେବୋ ଏହା ବ୍ୟତୀତ ବିମାନଘାଟୀ ନିରାପତ୍ତା, ଜଳଯୋଗାଣ, ବିଦୁ୍ୟତ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ନିମନ୍ତେ ସରକାର ସଂପୂର୍ଣ୍ଣ ଅର୍ଥବ୍ୟୟ କରିବା କିମ୍ବା କ୍ରମେ କ୍ରମେ ରିହାତି ବ୍ୟବସ୍ଥା ଲାଗୁ କରିବାକୁ ପ୍ରସ୍ତୁତ ବୋଲି ମନ୍ତ୍ରୀ ପ୍ରକାଶ କରିଥ#ଲୋ ସେହିପରି ଏୟାରଲାଇନ୍ ଅପରେଟର୍ସଙ୍କୁ ରିହାତି ଦେବା ପାଇଁ ମଧ୍ୟ ଓଡ଼ିଶା ରାଜି ବୋଲି ମନ୍ତ୍ରୀ ଦର୍ଶାଇଥ#ଲୋ
ଏହି ସମ୍ମିଳନୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ସଚିବ ଶ୍ରୀ ଚୁବେଙ୍କ ସମେତ ବିଭିନ୍ନ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ସଚିବ, ବିମାନ ଚଳାଚଳ ସଂପୃକ୍ତ ବିଭିନ୍ନ ଏଜେନ୍ସୀ କର୍ତ୍ତୃପକ୍ଷ ଓ ଅନ୍ୟମାନେ ଉପସ୍ଥିତ ଥ#ଲୋ

Share in top social networks!