ମହାନଦୀ ଜଳ ବିବାଦ ନେଇ – ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଦାୟିତ୍ୱହୀନ ଉଚ୍ଚାରଣ ଓ କେନ୍ଦ୍ର ସରକାରଙ୍କ ଆଚରଣ ଆମ ସଂଘୀୟ ବ୍ୟବସ୍ଥାର ନଗ୍ନ ଉଲଘଂନ

damodarଡା ଦାମୋଦର ରାଉତ
ମହାନଦୀ ଜଳକୁ ନେଇ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ଉଚ୍ଚାରଣ ଏବଂ କେନ୍ଦ୍ର ସରକାରଙ୍କ ଆଚରଣ ଦେଶର ସଂଘୀୟ ବ୍ୟବସ୍ଥାର ଉଲଘଂନ କରୁଛି ବୋଲି କୁହାଯାଇ
ପାରୋ ୧୯୩୬ ମସିହାରେ ତତ୍କାଳୀନ ବି୍ରଟିଶ୍ ସରକାର ଏକ ବିଶେଷଜ୍ଞ ଦଳ ଓଡ଼ିଶାକୁ ପଠାଇଥ#ଲେ । ମହାନଦୀ ଉପରେ କେଉଁ ଯାଗାରେ ଜଳ ବିଦୁ୍ୟତ୍ ଉତ୍ପାଦନ ସଙ୍ଗେ ସଙ୍ଗେ ବନ୍ୟା ନିୟନ୍ତ୍ରଣ ଏବଂ ଜଳସେଚନକୁ ସମ୍ପ୍ରସାରିତ କରି ହେବ ଏବଂ ଓଡ଼ିଶା ଉପକୂଳରେ କେଉଁ ସ୍ଥାନରେ ଏକ ସାମୁଦି୍ରକ ବନ୍ଦର ନିର୍ମାଣ ହୋଇପାରିବ ତାହା ନିର୍ଣ୍ଣୟ କରି ରିପୋର୍ଟ ଦେବା ଏହି ବି୍ରଟିଶ୍ ବିଶେଷଜ୍ଞ ଦଳର ଦାୟିତ୍ୱ ଥ#ଲା ଏବଂ ଏହି ବିଶେଷଜ୍ଞ ଦଳ ମହାନଦୀର ଟିକରପଡ଼ାଠାରେ ନଦୀବନ୍ଧ ନିର୍ମାଣ ଏବଂ ପାରାଦ୍ୱୀପଠାରେ ଏକ ସାମୁଦି୍ରକ ବନ୍ଦର ନିର୍ମାଣ କରାଯାଇ ପାରିବ ବୋଲି ସୁପାରିଶ କରିଥ#ଲେ । ତେବେ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନବକୃଷ୍ଣ ଚୌଧୁରୀଙ୍କୁ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଆଲୋଚନାକୁ ଡାକିଥ#ଲେ । ମହାନଦୀର କେଉଁ ଯାଗାରେ ଆନିକଟ ନିର୍ମାଣ କରାଯାଇ ଜଳବିଦୁ୍ୟତ୍ ଉତ୍ପାଦନ ହୋଇପାରିବ ବୋଲି ଆଲୋଚନା କରାଯାଇଥ#ଲା । ସେତେବେଳେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ସେ ରାଜ୍ୟ ସୀମା ଭିତରେ ଆନିକଟ ନିର୍ମାଣ କରିବା ପାଇଁ ଦାବୀ କରିଥ#ଲେ । ମାତ୍ର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଓଡ଼ିଶାର ହୀରାକୁଦଠାରେ ପ୍ରକଳ୍ପ ନିର୍ମାଣକୁ ଗୁରୁତ୍ୱାରୋପ କରିଥ#ଲେ । ମହାନଦୀର ଜଳସ୍ରୋତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଓଡ଼ିଶାର ୧୫ଟି ଜିଲ୍ଲାକୁ ପ୍ରଭାବିତ କରିଥାଏ । ପ୍ରତିବର୍ଷ ମହାନଦୀରେ ବନ୍ୟା ଯୋଗୁଁ ହୀରାକୁଦର ନିମ୍ନଭାଗରେ ଏହି ବିସ୍ତୃତ ଉପକୂଳ ଜିଲ୍ଲାଗୁଡ଼ିକ ବନ୍ୟା ଯୋଗୁଁ ଯେତିକି କ୍ଷତିଗ୍ରସ୍ତ ହୁଏ, ସ୍ୱଳ୍ପ ବୃଷ୍ଟିପାତ ହେଳେ ମରୁଡ଼ି ଦ୍ୱାରା ତତୋଧ#କ କ୍ଷତିଗ୍ରସ୍ତ ହୋଇଥାଏ । ଓଡ଼ିଶା ଏକ ସମୁଦ୍ର ଉପକୂଳ ରାଜ୍ୟ ହୋଇଥ#ବା କାରଣରୁ ବାତ୍ୟା,ବନ୍ୟା ଏବଂ ମରୁଡ଼ି ଏହାର ଅର୍ଥନୀତି ଏବଂ ସାଧାରଣ ଜୀବନ ପ୍ରବାହକୁ ଗୁରୁତର ଭାବେ ପ୍ରଭାବିତ କରିବା କାରଣରୁ ଓଡ଼ିଶା ଏକ ଦରିଦ୍ର ରାଜ୍ୟ ଭାବରେ ପରିଗଣିତ ହୋଇ ଆସିଛି । ସେଥ#ପାଇଁ ପ୍ରଧାନମନ୍ତ୍ରୀ ନେହେରୁଙ୍କ ନିଷ୍ପତ୍ତି ଥ#ଲା ଓଡ଼ିଶାର ହୀରାକୁଦଠାରେ ଆନିକଟ ନିର୍ମାଣ କରାଗଲେ ଓଡ଼ିଶାର ବିସ୍ତୃତ ଅଞ୍ଚଳ ବନ୍ୟା ବିପର୍ଯ୍ୟୟରୁ ବହୁ ଭାବରେ ସୁରକ୍ଷିତ ହୋଇ ପାରିବ ଏବଂ ଲକ୍ଷ ଲକ୍ଷ ହେକଫର ଜମିରେ ଜଳସେଚନର ସୁବିଧା ସୃଷ୍ଟି
ହେବ । ତେବେ ଏଥ#ପାଇଁ ନିଷ୍ପତ୍ତି ନେଲା ବେଳେ ସେ ଉଭୟ ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ସହିତ ହୀରାକୁଦଠାରେ ପ୍ରକଳ୍ପ ସ୍ଥାପନ ପାଇଁ ନିଷ୍ପିତ୍ତି ନେଇଥ#ଲେ । ସେହପରି ପରବର୍ତ୍ତୀ କାଳରେ ୧୯୫୯ ମସିହାରେ ତତ୍କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଡଃ ହରେକୃଷ୍ଣ ମହତାବ ପାରାଦ୍ୱୀପଠାରେ କ୍ଷୁଦ୍ର ବନ୍ଦର ନିର୍ମାଣ ନିମିତ୍ତ ଭିତ୍ତିପ୍ରସ୍ତର ସ୍ଥାପନ କରିଥ#ଲା ବେଳେ ୧୯୬୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକ ବିଶେଷଜ୍ଞ କମିଟିର ରିପୋର୍ଟ ଭିତ୍ତିରେ କୌଣସି ଆନୁଷ୍ଠାନିକ ପ୍ରସ୍ତାବ ନ ଥ#ଲେ ମଧ୍ୟ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କୁ ଆଣି ପାରାଦ୍ୱୀପଠାରେ ଏକ ବୃହତ୍ ସାମୁଦ୍ରିକ ବନ୍ଦର ନିର୍ମାଣ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥ#ଲେ । କାରଣ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ଏକ ରାଷ୍ଟ୍ରୀୟ ଭାବନାର ମୂର୍ତ୍ତିମନ୍ତ ବ୍ୟକ୍ତିତ୍ୱ ଥ#ଲେ ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ
ସମବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୃତୁ୍ୟ ପର୍ଯ୍ୟନ୍ତ ତାଙ୍କର ନିଷ୍ଠା ଏବଂ କାର୍ଯ୍ୟ ଅବାରିତ ରଖ#ଥ#ଲେ ।
କିନ୍ତୁ ୩୦ଟି ରାଜ୍ୟକୁ ନେଇ ଗଠିତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ଭାରତ ସମ୍ବିଧାନକୁ ଏକ ସଂଘୀୟ ବା (ଏeଛerଚ୍ଚଝ) ରାଷ୍ଟ୍ରର ଏକୟୁନିୟନ ସରକାର ପ୍ରତିଷ୍ଠା କରାଯାଇଥ#ଲା । ସେହି ପରିପ୍ରେକ୍ଷୀରେ ୩୦ଟି ରାଜ୍ୟ ସମାନ ଭାବରେ ବିକଶିତ ନ ହେଲେ ଦେଶକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରାଯାଇ ପାରିବ ନାହିଁ । ମାତ୍ର ଏବେ ସଂକୀର୍ଣ୍ଣ ଦଳୀୟ ଆଞ୍ଚଳିକ ସ୍ୱାର୍ଥକୁ ନେଇ ରାଜ୍ୟମାନେ ମନଇଚ୍ଛା ଜିଦ୍ଖୋର ନିଷ୍ପତ୍ତି ନେଉଛନ୍ତି ଏବଂ ସେଇ ସଂକୀର୍ଣ୍ଣ ରାଜନୈତିକ ଅଭିପ୍ସା ପୋଷଣ କରି କେନ୍ଦ୍ରରେୟୁନିୟନ ସରକାରର ପ୍ରଧାନମନ୍ତ୍ରୀ ଆଞ୍ଚଳିକ ଭାବନାକୁ ପ୍ରୋତ୍ସାହିତ କରୁଛନ୍ତି । ପୋଲାଭରମ ପ୍ରକଳ୍ପ ହେଉ କିମ୍ବା ଛତିଶଗଡ଼ ସରକାରଙ୍କ ଏକପାଖ#ଆ ନଦୀ ଜଳ ପ୍ରକଳ୍ପ ହେଉ ଏଥ#ରେୟୁନିୟନ ସରକାରର ପ୍ରଧାନମନ୍ତ୍ରୀ ଏବଂ ସଂପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯେଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି ଏହା ଯେ ଜାତିର ଅଖଣ୍ଡତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ନ କରିବ ସେ କଥା କିଏ କହିବ ? ଏହା ଏକ ସମ୍ବିଧାନ ସମ୍ମତ ବ୍ୟବସ୍ଥା ଯେ କୌଣସି ଆନ୍ତଃରାଜ୍ୟ ନଦୀସ୍ରୋତକୁ ନେଇ ପ୍ରକଳ୍ପ ନିର୍ମାଣ କରାଗଲା ବେଳେ ସଂପୃକ୍ତ ରାଜ୍ୟଗୁଡ଼ିକର ସହମତି ନିଆଯାଇଥାଏ ଏବଂ ସୁବର୍ଣ୍ଣରେଖା ଯୋଜନା ଭଳି ଏକାଧ#କ ରାଜ୍ୟ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଥାଏ । ଯେଉଁଠି ରାଜ୍ୟ ରାଜ୍ୟ ଭିତରେ ଆପୋଷ ବୁଝାମଣା ହୋଇ ନ ପାରେ ଜାତୀୟ ଜଳ କମିଶନ ଏବଂ ଶେଷରେ ସେହି ବିବାଦରେ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରି ବିବାଦକୁ ବୁଝାମଣା ଭିତ୍ତିରେ ସମାଧାନ କରିଥାନ୍ତି । ତାମିଲନାଡ଼ୁ ଏବଂ କର୍ଣ୍ଣାଟକ ମଧ୍ୟରେ ଦୀର୍ଘଦିନଧରି ଜଳ ବଣ୍ଟନକୁ ନେଇ ବିବାଦ ରହି ଆସିଥ#ଲା ଏବଂ ଶେଷରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେଥ#ରେ ମଧ୍ୟସ୍ଥତା କରିବାର ନଜିର ରହିଛି ।
ଉପା ସରକାର ଅମଳରେ ଡଃ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥ#ବା ସମୟରେ ଆନ୍ଧ୍ରର କଂଗ୍ରେସ ମୁଖ୍ୟମନ୍ତ୍ରୀ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ ପାଇଁ ଯେଉଁ ଏକ ତରଫା ପ୍ରସ୍ତାବ ଦେଲେ, ମାତ୍ର କେଇ ସପ୍ତାହ ମଧ୍ୟରେ କେନ୍ଦ୍ରର ଜଙ୍ଗଲ ଏବଂ ପରିବେଶ ବିଭାଗ ତାକୁ ମଞ୍ଜୁର କରିଦେଲେ । ଏ ସମ୍ପର୍କରେ ୧୯୭୯ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନୀଳମଣି ରାଉତରାୟ ଏବଂ ତତ୍କାଳୀନ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ବ୍ରହ୍ମାନନ୍ଦ ରେzୀ ମଧ୍ୟରେ ଯେଉଁ ପ୍ରକଳ୍ପ ନିର୍ମାଣ ପାଇଁ ବୁଝାମଣାର ଚୁକ୍ତି ସ୍ୱାକ୍ଷରିତ ହୋଇଥ#ଲା ତାକୁ ବିଚାରକୁ ନିଆଗଲା ନାହିଁ । ଏବେ ଯେଉଁ ସ୍ଥାନରେ ପୋଲାଭରମ୍ ପ୍ରକଳ୍ପ ନିର୍ମାଣ କରାଯାଉଛି ସେଥ#ରେ ଓଡ଼ିଶା ଏବଂ ଛତିଶଗଡ଼ର ସ୍ୱାର୍ଥପ୍ରତି ଦୃଷ୍ଟି ଦିଆଯାଇ ନାହିଁ । ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ବିସ୍ତୃତ ଅଞ୍ଚଳ ଜଳାର୍ଣ୍ଣବ ହେବା ସଙ୍ଗେ ସଙ୍ଗେ ପ୍ରାୟ ଦଶହଜାର ଆଦିବାସୀ ବିସ୍ଥାପିତ ହେବେ । ଏ କ୍ଷେତ୍ରରେ ଓଡ଼ିଶାର ସକଳ ପ୍ରତିବାଦ, ନିବେଦନ ସତ୍ତେ୍ୱ କେନ୍ଦ୍ରର ଉପା ସରକାର ନିର୍ବିକାର ରହିଲେ । ଶେଷରେ ଓଡ଼ିଶା ସରକାର କୋର୍ଟର ଆଶ୍ରୟ ନେଲେ । ଏ ବିବାଦ ଲାଗି ରହିଥ#ବା ବେଳେ ଉପା ସରକାର ପରିବର୍ତ୍ତେ ବର୍ତ୍ତମାନର ଏନ୍.ଡି.ଏ. ସରକାର କ୍ଷମତାକୁ ଆସିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଇ ସଂକୀର୍ଣ୍ଣ ରାଜନୈତିକ ଅଭିପ୍ସା ପୋଷଣ କରି ପୋଲାଭରମ୍କୁ ଜାତୀୟ ପ୍ରକଳ୍ପ ଭାବେ ଘୋଷଣା କରି ଦେଲେ । ଏସବୁ କଥାକୁ ବିଚାର କଲେ ୩୦ଟି ରାଜ୍ୟକୁ ନେଇ ଗଠିତ ଭାରତୀୟୟୁନିୟନର ଭବିଷ୍ୟତ କ’ଣ ହେବ ? ରାଜ୍ୟଗୁଡ଼ିକର ସମବିକାଶ ପାଇଁ ରାଷ୍ଟ୍ରୀୟ ଭାବନା ପ୍ରକଟିତ ନ ହେଲେ ଏବଂ ରାଜ୍ୟ ରାଜ୍ୟ ଭିତରେ ବିବାଦ ଲାଗି ରହିଲେ ଏହାର ସୁଯୋଗ ବିଛିନ୍ନତାବାଦୀ ଶକ୍ତି ନେବେ ହିଁ ନେବେ । ଦେଶର ଦୁଇ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଏବଂ ପାକିସ୍ଥାନ ଯେଭଳି ଶତ୍ରୁତା ଆଚରଣ କରୁଛନ୍ତି ସେଥ#ରେ ଭାରତର ଅଖଣ୍ଡତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବାର ଆଶଂକା ଉପୁଜିବ ବୋଲି ସ୍ୱୀକାର କରାଯାଇ ପାରେ । ଏସବୁ କଥାକୁ ବିଚାର କରି ଓଡ଼ିଶାର ରାଜନୈତିକ ଦଳଗୁଡ଼ିକ ନିଜର ଭେଦଭାବ ଭୁଲି ରାଜ୍ୟର ସାମୁହିକ ସ୍ୱାର୍ଥ ପାଇଁ ଏକାଠି ହେବାର ଆବଶ୍ୟକତା ଜରୁରୀ ହୋଇ ପଡ଼ିଛି । ଉପା ସରକାର ସମୟରେ ଛତିଶଗଡ଼ର ସରକାର ସେ ରାଜ୍ୟ ସୀମା ଭିତରେ ପ୍ରକଳ୍ପ ନିର୍ମାଣ ନିମିତ୍ତ ଯେତେବେଳେ ଉଦ୍ୟମ ଆରମ୍ଭ କଲେ ସେତେବେଳେ ରାଜ୍ୟର କଂଗ୍ରେସ୍ ଦଳ ପୋଲାଭରମ୍ ବିବାଦରେ ଯେଭଳି ମୌନବ୍ରତ ଅବଲମ୍ବନ କରିଥ#ଲେ ସେଇଭଳି ଭାବେ ମହାନଦୀ ଜଳ ବିବାଦରେ ରାଜ୍ୟ ସରକାରଙ୍କୁ ନିନ୍ଦିତ କରିବା ପାଇଁ ମୁଖର ହୋଇ ପଡ଼ିଛନ୍ତି । କେନ୍ଦ୍ରରେ ଭାରତୀୟ ଜନତା ପାର୍ଟିର ସରକାର ଥ#ଲାବେଳେ ରାଜ୍ୟର ବି.ଜେ.ପି. ଦଳ କହୁଛି ଓଡ଼ିଶା ସରକାର ଗମ୍ଭୀର ନୁହନ୍ତି । ଆଚରଣ ଏବଂ ଉଚ୍ଚାରଣ ବେଶ୍ ଚମତ୍କାର । ରାଜ୍ୟର କିମ୍ବା ରାଜ୍ୟବାସୀଙ୍କର ସ୍ୱାର୍ଥ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଦଳୀୟ ସ୍ୱାର୍ଥ ଏବଂ କ୍ଷମତାଲିପ୍ସା ରାଜ୍ୟ ବିରୋଧ# ଦଳରେ ଥ#ବା ଦୁଇ ଜାତୀୟ ଦଳର ନେତୃବୃନ୍ଦଙ୍କ କୁମ୍ଭୀର କାନ୍ଦଣା ରାଜ୍ୟବାସୀ ଅବଶ୍ୟ ବିଚାର କରିବେ । ଅନ୍ୟ ପକ୍ଷରେ ରାଜ୍ୟ ରାଜ୍ୟ ଭିତରେ ସହଯୋଗିତା ପରିବର୍ତ୍ତେ ତିକ୍ତତା ବୃଦ୍ଧିକୁ କେନ୍ଦ୍ର ସରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୋତ୍ସାହନ ଯୋଗାଇଲେ ଦେଶ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ଅଖଣ୍ଡତା ପ୍ରତି ଆଶଙ୍କା ସୃଷ୍ଟି ହେବ ଓ ବିଚ୍ଛିନ୍ନତାବାଦ ମୁଣ୍ଡ ଟେକିବା ସାର ହେବା

Share in top social networks!