କନ୍ଧମାଳ ମାମଲାରେ ସଂସଦୀୟ ଟିମ ତଦନ୍ତ ପରେ ବିଜେପି ସଭାପତି ଶ୍ରୀ ଅମିତ୍ ଶାହଙ୍କୁ ପ୍ରଦାନ କଲା ରିପୋର୍ଟ

କନ୍ଧମାଳ ଜିଲ୍ଲାରେ ପାଂଚ ଜଣ ନୀରିହ ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ହତ୍ୟା କରା ଯିବା ମାମଲାର ତଦନ୍ତ କରିବା ପରେ ଭାରତୀୟ ଜନତା ପାର୍ଟୀର ସାଂସଦ ମାନଙ୍କର ତିନି ଜଣିଆ ଟିମ ନୂଆଦିଲ୍ଲୀ ଠାରେ ତାର ରିପୋର୍ଟ ପାର୍ଟୀର ଜାତୀୟ ସଭାପତି ଅମିତ ଶାହଙ୍କୁ ପ୍ରଦାନ କରିଛି। ଏହି ରିପୋର୍ଟରେ ଓଡିଶା ସରକାରଙ୍କର ମାଓବାଦୀ ମାନଙ୍କ ସହ ସମ୍ପର୍କ ଥିବା କଥା କୁହାଯାଇଥିବା ବେଳେ ଏହି ଏନକାଉଂଟରକୁ ମିଛ ବୋଲି କୁହାଯାଇଛି।
ଏ ସମ୍ପର୍କରେ ସୂଚନା ଦେଇ ଏହି ଟିମର ନେତୃତ୍ୱ କରିଥିବା ବିନୟ ସହସ୍ରବୁଦେ୍ଧ କହିଛନ୍ତି ଯେ ହତ୍ୟା କରାଯାଇଥିବା ଲୋକ ମାନେ ନୀରିହ ଲୋକ ଥିଲେ। ସେମାନେ ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ବ୍ୟାଙ୍କ ଆକାଉଂଟରୁ ଟଙ୍କା ଉଠାଇ ଫେରୁଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି। ନବୀନ ପଟ୍ଟନାୟକ ସରକାର ମାଓବାଦୀ ମାନଙ୍କୁ ଗୁରୁତ୍ୱର ସହ ନେଉଛନ୍ତି ବୋଲି ଧାରଣା ତିଆରି କରିବାକୁ ଏହି ନୀରିହ ଲୋକମାନଙ୍କୁ ପୋଲିସ ହତ୍ୟା କରିଥିଲା ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୋଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ଲୋକ ମାନେ ନୀରିହ ଏଥିରେ କୌଣସି ସନେ୍ଦହ ନାହିଁ। ଏନକାଉଂଟର କଥା ଭୁଲ ବୋଲି ରିପୋର୍ଟରେ ଦର୍ଶାଯାଇଛି।
କମିଟି ତାର ରିପୋର୍ଟରେ କହିଛି ଯେ ରାଜ୍ୟ ସରକାରଙ୍କର ମାଓବାଦୀ ମାନଙ୍କ ସହ ସମ୍ପର୍କ ରହିଛି। ଜେଲରେ ବନ୍ଦ ଥିବା ଜଣେ ମାଓବାଦୀ ନେତା କନ୍ଧମାଳ ପ୍ରଶାସନକୁ ନିୟନ୍ତ୍ରଣ କରୁଥିବା କମିଟି ରିପୋର୍ଟରେ ଅଭିଯୋଗ କରିଛି।
ଏହି ଘଟଣାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳକୁ ନ ଯିବା ନେଇ ତାଙ୍କୁ ଅସମ୍ବେଦନଶୀଳ ବୋଲି କମିଟି ତାଙ୍କ ରିପୋର୍ଟରେ କହିଛନ୍ତି।
ଏହି ମାମଲାର ସତ୍ୟାସତ୍ୟ ପଦାକୁ ଆଣିବା ପାଇଁ ହାଇକୋର୍ଟର ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଚାର ବିଭାଗୀୟ କମିଶନ ଗଠନ କରିବା ଆବଶ୍ୟକ ବୋଲି ଶ୍ରୀ ସହସ୍ରବୁଦେ୍ଧ କହିଛନ୍ତି।
ଏହି ସଂସଦୀୟ କମିଟିରେ ଶ୍ରୀ ସହସ୍ରବୁଦେ୍ଧଙ୍କ ବ୍ୟତୀତ ରାମ ବିଚାର ନେତାମ ଓ ଜ୍ୟୋତି ଧୃବେ ମଧ୍ୟ ସଦସ୍ୟ ଥିଲେ।

Share in top social networks!