ନଗଡାର ସରଜମିନ ତଦନ୍ତ ପାଇଁ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ, ଜେ.ପି ନଡ୍ଡା ଓ ଜୁଏଲ ଓରାମଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpଯାଜପୁର ଜିଲ୍ଲାର ନଗଡା ଗ୍ରାମରେ ୧୯ ଜଣ ଶିଶୁ ମୃତ୍ୟୁ ଏବଂ ପରବର୍ତୀ ଘଟଣାକ୍ରମ ଉପରେ ଚିନ୍ତା ବ୍ୟକ୍ତ କରିବା ସହ ଏହି ଗ୍ରାମର ସ୍ଥିତି ଅନୁଧ୍ୟାନ କରିବା ପାଇଁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ମେନକା ଗାନ୍ଧୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି ନଡ୍ଡା ଓ ଜନଜାତୀୟ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ପୃଥକ ପୃଥକ ଭାବେ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ
ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଗ୍ରାମକୁ ତିନି ମନ୍ତ୍ରଣାଳୟ ପୃଥକ ପୃଥକ ପ୍ରତିନିଧି ଦଳ ପଠାଇ ଘଟଣାର ସରଜମିନ ତଦନ୍ତ କରିବା ପାଇଁ ମନ୍ତ୍ରୀ
ତାଙ୍କ ପତ୍ରରେ ଏହି ତିନି ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ତାଙ୍କ ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଦିମ ଜନଜାତି ସଂପ୍ରଦାୟର ଶିଶୁ ମାନଙ୍କ ମଧ୍ୟରେ ଅତିଶୟ ପୁଷ୍ଟିହୀନତା ଅତ୍ୟନ୍ତ ଚିନ୍ତାର ବିଷୟ। ରାଜ୍ୟ ସରକାରଙ୍କ ତଥ୍ୟକୁ ଉଦ୍ଧୃତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ମୋଟ ୪୫,୫୩୬ ଜଣ ଅତିଶୟ ପୁଷ୍ଟିହୀନତା ଶୀକାର ଶିଶୁ ଥିବା ବେଳେ ଯାଜପୁର ଜିଲ୍ଲାରେ ଏହି ସଂଖ୍ୟା ୮୯୪ ଥିବା ଦୁଃଖର ବିଷୟ ବୋଲି ଶ୍ରୀ ପ୍ରଧାନ ଏହି ପତ୍ରରେ କହିଛନ୍ତି।

ଯାଜପୁର ଓଡିଶାର ଶିଳ୍ପ ସମୃଦ୍ଧ ଜିଲ୍ଲା ଓ ଦେଶରେ ଖାଦ୍ୟ ସୁରକ୍ଷା ଆଇନ ପ୍ରଚଳନ ସତ୍ୱେ ନଗଡାରେ ଶିଶୁ ମୃତ୍ୟୁ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜୁଆଙ୍ଗ ଜନଜାତି ଅଧ୍ୟୁଷିତ ଏହି ଗ୍ରାମ ଖାଦ୍ୟ ସୁରକ୍ଷା ଆଇନ, ଆଇସିଡିଏସ, ମନରେଗା ଯୋଜନାରୁ ବାଦ
ପଡିଛନ୍ତି। ଜଙ୍ଗଲ ଅଧିକାର ଆଇନ ମଧ୍ୟ ଏହି ଗ୍ରାମରେ କାର୍ଯ୍ୟକାରୀ ହୋଇ ନ ଥିବା ଚିନ୍ତାର ବିଷୟ ବୋଲି ଶ୍ରୀ ପ୍ରଧାନ ଉଦବେଗ ପ୍ରକାଶ କରିଛନ୍ତି।

Share in top social networks!