ମହାନଦୀ ଶୁଖିଗଲେ ବି ଜାତୀୟ ଦଳର ନେତାମାନେ ତାଙ୍କ ହାଇକମାଣ୍ଡଙ୍କ ବିରୋଧରେ ଯିବେ ନାହିଁ: ପ୍ରତାପ କେଶରୀ ଦେବ

1925264_1389012784747179_27090619927041293_nମାନ୍ୟବର ବିରୋଧୀ ଦଳର ନେତା ମହାନଦୀ ଇସୁ୍ୟରେ ସର୍ବଦଳୀୟ ବୈଠକ ଡାକିବା ପାଇଁ ଯେଉଁ ଦାବି କରୁଛନ୍ତି, ତାହା କେବଳ ଏକ ରାଜନୈତିକ ଚାଲ୍‌। କେନ୍ଦ୍ରର ଉପା ସରକାର ସମୟରେ ପୋଲାଭରମ୍‌ ପ୍ରକଳ୍ପ ମଞ୍ଜୁର ହୋଇଥିଲା। ରାଜ୍ୟ ସରକାରଙ୍କ ସବୁ ବିରୋଧକୁ କେନ୍ଦ୍ର ସରକାର ଅଣଦେଖା କରିଥିଲେ।

ସେତେବେଳେ ରାଜ୍ୟ କଂଗ୍ରେସ ଦଳ ସବୁ ଜାଣି ଚୁପ୍‌ ରହିଥିଲେ। ଓଡ଼ିଶାର ସ୍ୱାର୍ଥ ପାଇଁ ପଦଟିଏ ବି କହିଲେ ନାହିଁ। ଛତିଶଗଡ଼ରେ ମହାନଦୀ ଉପରେ କିଛି ପ୍ରକଳ୍ପ ସେହି ଉପା ସରକାର ସମୟରେ ଆରମ୍ଭ ହୋଇଥିଲା। ଜାତୀୟ ଦଳ, ଦିଲ୍ଲୀ ନେତା ଓ ତାଙ୍କର ହାଇକମାଣ୍ଡଙ୍କ ପ୍ରତି ଅନୁରକ୍ତି ରାଜ୍ୟର ସ୍ୱାର୍ଥଠୁ ମଧ୍ୟ ବହୁ ଉପରେ। ରାଜ୍ୟର ସ୍ୱାର୍ଥ ପାଇଁ ଦିଲ୍ଲୀ ହାଇକମାଣ୍ଡଙ୍କ ବିରୋଧରେ ସେମାନେ ଆଗରୁ କେବେ ଯାଇନଥିଲେ କି ଭବିଷ୍ୟତରେ ବି ଯିବେନାହିଁ।

ବର୍ତ୍ତମାନ ମହାନଦୀ ପ୍ରସଂଗରେ ବିହାରର ରାଜ୍ୟସଭା ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୯୮୩ ରାଜିନାମାକୁ ଆୟୁଧ କରି ଛତିଶଗଡ଼ ପାଇଁ ପୂରା ଓକିଲାତି କଲେ। ତେଣୁ ସର୍ବଦଳୀୟ ବୈଠକ ଡାକିବା ପାଇଁ ଦାବି କରିବା ଆଗରୁ ମାନ୍ୟବର ବିରୋଧୀ ଦଳର ନେତାଙ୍କୁ ବିଜୁ ଜନତା ଦଳ ତରଫରୁ ଅନୁରୋଧ କରାଯାଉଛି ଯେ ସେ ତାଙ୍କର ହାଇକମାଣ୍ଡ ଏବଂ ଏଆଇସିସି ଉପରେ ଚାପ ପକାଇ ମହାନଦୀ ପ୍ରସଂଗକୁ ପାର୍ଲାମେଣ୍ଟରେ ଉଠାଇବା ସହିତ ପୋଲାଭରମ୍‌ ଓ ଛତିଶଗଡ଼ରେ ଡ୍ୟାମ୍‌ ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଇବା ପାଇଁ ବିଧିବଦ୍ଧ ପ୍ରସ୍ତାବ ଆଗତ କରନ୍ତୁ। ସେହିଭଳି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ଛତିଶଗଡ଼ ରାଜ୍ୟ ସରକାରଙ୍କୁ ମହାନଦୀ ଉପରେ ଚାଲୁଥିବା ନିର୍ମାଣ ତୁରନ୍ତ ବନ୍ଦ କରିବା ପାଇଁ ଦଳ ତରଫରୁ ଏ ସଂପର୍କରେ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଆଗତ କରାଯିବା ନିହାତି ଆବଶ୍ୟକ। ତା’ହେଲେ ଯାଇ ରାଜ୍ୟବାସୀ ବିଶ୍ୱାସ
କରିବେ, ମହାନଦୀ ଇସୁ୍ୟରେ ତାଙ୍କର ଆନ୍ତରିକତା ଅଛି। “ଆମେ ଜାଣିଛୁ, ମହାନଦୀ ଶୁଖିଗଲେ ବି ଜାତୀୟ ଦଳର ନେତାମାନେ ତାଙ୍କ ହାଇକମାଣ୍ଡଙ୍କ ବିରୋଧରେ ଯିବେ ନାହିଁ” ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି।

Share in top social networks!