ବର୍ଷା ଦିନ ଛାଡି ଅନ୍ୟ ଋତୁରେ ମଧ୍ୟ ଓଡିଶାକୁ ମହାନଦୀ ପାଣି ପ୍ରବାହିତ ହେବ ବୋଲି କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି – କେନ୍ଦ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

dpମହାନଦୀ ଜଳକୁ ନେଇ ବିଶେଷ ଭାବରେ ବର୍ଷା ଋତୁ ଛଡା ଅନ୍ୟ ଦିନରେ ହୀରାକୁଦ ଜଳ ଭଣ୍ଡାରକୁ ଜଳ ଆସିବା, ରବି ଋତୁର ଜଳସେଚନ ତଥା ପାନୀୟ ଜଳ ସମସ୍ୟା ସମ୍ବନ୍ଧରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସଂସଦରେ ବୟାନ ମାଧ୍ୟମରେ ଓଡିଶାକୁ ଆଶ୍ୱସ୍ତ କରିଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ଓଡିଶାର ସ୍ୱାର୍ଥ ରକ୍ଷା କରିବା ପାଇଁ କେଉଁ ସମୟରେ କଣ କରିଛନ୍ତି ସେ ସମ୍ପର୍କରେ ସଂସଦରେ କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ର ମନ୍ତ୍ରୀଙ୍କ ବକ୍ତବ୍ୟ ପରେ ସ୍ପଷ୍ଟ ହୋଇଯାଇଛି। ୧୯୮୩ ମସିହାର ଓଡିଶା ଓ ତକ୍ରାଳୀନ ମଧ୍ୟପ୍ରଦେଶ ମଧ୍ୟରେ ଚୁକ୍ତି ଆଧାରରେ ଯଦି ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ହୋଇଥାନ୍ତା ତା ହେଲେ ଜଳ ବିବାଦ ଆଜିର ରୂପ ନେଇ ନ ଥାନ୍ତା ସେ କହିଛନ୍ତି ଯେ ଏହି ବୋର୍ଡ ଗଠନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ନେବାକୁ ପଡିବ।। ଜଳ ଏକ ରାଜ୍ୟ ବିଷୟ ହୋଇଥିବା କାରଣରୁ ଅଭିଯୋଗ ଆସିଲା ପରେ କେନ୍ଦ୍ର ଏକ ପରାମର୍ଶଦାତା ଓ ମଧ୍ୟସ୍ଥତାର ଭୂମିକା ନେଇ ପାରିବ।

ଓଡିଶା ସରକାରଙ୍କ ନିକଟରେ ଛତିଶଗଡରେ ପ୍ରକଳ୍ପ ନିର୍ମାଣର ପ୍ରସ୍ତାବ ସମ୍ପର୍କରେ ସୂଚନା ଉପଲବ୍ଧ କରି ମତାମତ ଲୋଡା ଯାଇଥିଲେ ମଧ୍ୟ ଓଡିଶା ସରକାର ନୀରବ ରହିବା ଚିନ୍ତାର ବିଷୟ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଅରପା ପ୍ରକଳ୍ପ ବିନା ଅନୁମତିରେ ଛତିଶଗଡ ସରକାର ଆରମ୍ଭ କରିଥିବା ସ୍ପଷ୍ଟ ତଥ୍ୟ
ସଂସଦରେ ଉପସ୍ଥାପିତ କରିଛନ୍ତି।

Share in top social networks!