କଳିଙ୍ଗନଗର ଅଞ୍ଚଳରେ‘ଡେଙ୍ଗୁ’ ପ୍ରତିରୋଧ ପାଇଁ ଟାଟାଷ୍ଟିଲର ପଦକ୍ଷେପ

dengueeକଳିଙ୍ଗନଗର ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ‘ଡେଙ୍ଗୁ’ ପ୍ରତିରୋଧ ପାଇଁ ଟାଟାଷ୍ଟିଲ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣକରାଯାଇଛି। ଟାଟାଷ୍ଟିଲ ଗ୍ରାମୀଣ ବିକାଶସଂସ୍ଥା (ଟିଏସ୍ଆରଡିଏସ୍) ପକ୍ଷରୁ କଳିଙ୍ଗନଗର ଚର୍ତୁଃପାଶ୍ୱର୍ରେ ଥିବା ଗ୍ରାମଗୁଡ଼ିକରେ ଅଗ୍ରାଧିକାର ଭିତ୍ତିରେ ମଶାମରା ଔଷଧ ସିଞ୍ଚନ କରାଯାଉଛି।

ଟାଟାଷ୍ଟିଲ କଳିଙ୍ଗନଗର କାରଖାନା ନିକଟବର୍ତ୍ତୀ ଢୋଲପଥର ଓ ବାରଗାଡ଼ିଆ ଗ୍ରାମରେ ମଶାମରା ଔଷଧ ସିଞ୍ଚନ କରାଯାଇଥିବାବେଳେ ନିକଟବର୍ତ୍ତୀ ଗ୍ରାମଗୁଡ଼ିକୁଏହାକୁ ସଂପ୍ରସାରିତ କରାଯାଉଛି।ଏହାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସନ୍ଧ୍ୟାରେ ଏହିଔଷଧ ସିଞ୍ଚନ କାର୍ଯ୍ୟକରାଯାଉଛି।

ଡେଙ୍ଗୁରୋଗ ବିଷୟରେ ସାଧାରଣଜନତାଙ୍କୁ ସଚେତନ କରିବା ପାଇଁ ଟାଟାଷ୍ଟିଲ ପକ୍ଷରୁବିଭିନ୍ନ ପ୍ରମୁଖସ୍ଥାନ ଯଥା ଡୁବୁରୀ, ଦାନଗଦୀ, ଯାଜପୁରରୋଡ଼, ପାଣିକୋଇଲି ଓ ଚଢେଇଧାରାରେ ବଡ଼ବଡ଼ହୋଡ଼ିଂ ମଧ୍ୟ ଲଗାଯାଇଛି। କାରଖାନା ପରିସର ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଡେଙ୍ଗୁସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ସଚେତନତା ବ୍ୟାନର ଲଗାଯିବା ସହିତ ସ୍ଥାନୀୟ ବାସିନ୍ଦା ଓ କର୍ମଚାରୀଙ୍କ ମଧ୍ୟରେ ଡେଙ୍ଗୁ ପ୍ରତିରୋଧ ସଂକ୍ରାନ୍ତଓଡ଼ିଆ ଓ ହିନ୍ଦୀ ପ୍ରଚାରପତ୍ର ମଧ୍ୟ ବଣ୍ଟନ କରାଯାଉଛି।
ଟାଟାଷ୍ଟିଲ ପକ୍ଷରୁ କଳିଙ୍ଗନଗରରେ ଡେଙ୍ଗୁରୋଗର ପ୍ରତିରୋଧ ଓ ନିରାକରଣ ପାଇଁ ଟାଟାଷ୍ଟିଲ କଳିଙ୍ଗନଗର କାରଖାନାର ବୃତ୍ତିଗତ ସ୍ୱାସ୍ଥ୍ୟସେବାବିଭାଗ ଓ ଜାମସେଦପୁର ୟୁଟିଲିଟି ଆଣ୍ଡସର୍ଭିସେସ୍ (ଜୁସ୍କୋ)ରଜନସ୍ୱାସ୍ଥ୍ୟ ଦଳର ମିଳିତ ସହଯୋଗରେ ବିଭିନ୍ନ ପଦକ୍ଷେପ ନିଆଯାଉଛି।

ପରିସ୍କାର ଓ ପରିଚ୍ଛନ୍ନତା ବଜାୟ ରଖିବା ବ୍ୟତୀତ କାରଖାନା ପରିସର ଓ ଶ୍ରମିକ କଲୋନୀରେ ଲାରଭିସିଡ଼ାଲର ପ୍ରୟୋଗକରାଯାଉଛି।ମଶାମାନଙ୍କ ଉତ୍ପତିସ୍ଥଳୀ ଚିହ୍ନଟ କରାଯିବାସହ ମଶାଲାର୍ଭାକୁ ନଷ୍ଟ କରିବା ପାଇଁ ନିୟମିତ ଭାବେକାରଖାନା ପରିସରରେ ଲାରଭିସିଡ଼ାଲସ୍ପ୍ରେ କରାଯାଉଛି। ଏଥିନିମନ୍ତେ କାରଖାନା ପରିସର ଓ ଶ୍ରମିକକଲୋନୀରେ ଏକଲାର୍ଭା ନଷ୍ଟକାରୀ ଦଳ ଗଠନ କରାଯାଇଛି। ଡେଙ୍ଗୁ ସଂକ୍ରାନ୍ତରେ ସଚେତନତା ସୃଷ୍ଟିକରିବାଲକ୍ଷ୍ୟରେ ଶ୍ରମିକ ଓ କର୍ମଚାରୀଙ୍କ ପାଇଁବିଭିନ୍ନ ପ୍ରଚାର ମାଧ୍ୟମର ସହାୟତା ନିଆଯାଉଛି।

ଏକ ଡେଙ୍ଗୁକାର୍ଯ୍ୟ ଦଳ ଗଠନ କରାଯିବା ସହଭେକ୍ଟର ନିୟନ୍ତ୍ରଣଗତିବିଧିକୁ ପରିଚାଳନାକରିବା ପାଇଁ ଏକ ନିୟନ୍ତ୍ରଣ କକ୍ଷ ମଧ୍ୟ ସ୍ଥାପନ କରାଯାଇଛି।କାରଖାନା ପରିସରରେ ଥର୍ମାଲ୍ ଫଗିଂକାର୍ଯ୍ୟକ୍ରମ ଜାରିରହିଥିବାବେଳେ ଅଫିସ୍ମଧ୍ୟରେକୋଲ୍ଡ ଫଗିଂହାତକୁ ନିଆଯାଇଛି।ପ୍ରତିଦିନ ଡେଙ୍ଗୁରୋଗର ନିବାରଣ ପାଇଁ ନିଆଯାଉଥିବାବିଭିନ୍ନ ପଦକ୍ଷେପକୁସଠିକ୍ଭାବେ ପରିଚାଳନାକରିବା ପାଇଁ ସମ୍ପୁର୍ଣ୍ଣକାରଖାନାକୁ ୧୫ଟି ଜୋନ୍ରେବିଭକ୍ତକରାଯାଇଡେଙ୍ଗୁ ପ୍ରତିରୋଧ ଯୋଜନା କାର୍ଯ୍ୟକାରୀ କରାଯାଉଛି।

Share in top social networks!