ସଂଶୋଧ#ତ ଗ୍ରାଣ୍ଟ-ଇନ୍-ଏଡ଼୍ ଆଦେଶନାମା-୨୦୧୬ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ;୩୭୦୧ଟି ବିଦ୍ୟାଳୟର ୩୧,୫୦୦ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ୧୨୯ କୋଟି ଟଙ୍କା ବ୍ୟୟ

13599976_1019444978141890_1622996490060776829_nଆଜି ବେସରକାରୀ ସ୍ତରରେ ପରିଚାଳିତ ଉଚ୍ଚବିଦ୍ୟାଳୟ, ସଂସ୍କୃତ ଟୋଲ, ମଦ୍ରାସା, ଉଚ୍ଚପ୍ରାଥମିକ (ମଧ୍ୟଇଂରାଜୀ) ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ସଂକଳ୍ପପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପ୍ରକାଶ ପାଇଛି ବୋଲି ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି । ଏଥ# ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନ୍ୟ ପାଞ୍ଚଜଣ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଆଇନ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ନେଇ ଗଠିତ ମନ୍ତ୍ରୀସ୍ତରୀୟ ଅନୁସାରେ ଅନୁଦାନ ନୀତି-୨୦୧୩କୁ ରିଭିଜିଟ୍ (ସଂଶୋଧ#ତ) କରାଯାଇ ନୂତନ ଗ୍ରାଣ୍ଟ୍-ଇନ୍-ଏଡ଼୍ ଆଦେଶନାମା ୨୦୧୬ ପ୍ରକାଶ ପାଇବା ପାଇଁ ସଂକଳ୍ପ ନିଆଯାଇ ନୂତନ ସଂଶୋଧ#ତ ଗ୍ରାଣ୍ଟ-ଇନ୍-ଏଡ଼୍ ଆଦେଶନାମା ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଦ୍ୱାରା ବିଜ୍ଞାପିତ ହୋଇଛି ।
ଉପରୋକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ୨୦୧୩ ଅନୁଦାନ ନୀତି ଅନୁଯାୟୀ ତା.୩୧.୦୫.୨୦୧୬ରେ ମିଳୁଥ#ବା ଇମଲୁ୍ୟମେଣ୍ଟସ୍ ଉପରେ ୨୫ ଶତାଂଶ ବୃଦ୍ଧି କରାଯାଇଛି ଏବଂ ଏହି ରାଶି ୦୧.୦୬.୨୦୧୬ ଠାରୁ ପ୍ରାପ୍ତ ହେବ । ଏତଦ୍ବ୍ୟତୀତ ବାର୍ଷିକ ୩ ପ୍ରତିଶତ ହାରରେ ବାର୍ଷିକ ଇନ୍କି୍ରମେଣ୍ଟାଲ ବୃଦ୍ଧି ପ୍ରତିବର୍ଷ ଲାଗୁ କରାଯିବ । ଏହି ନୂତନ ୩ ପ୍ରତିଶତ ବୃଦ୍ଧି ୦୧.୦୬.୨୦୧୭ରେ ଲାଗୁ ହେବ । ଏହା ଫଳରେ ୨୬୦୮ ବେସରକାରୀ ପରିଚାଳିତ ଉଚ୍ଚବିଦ୍ୟାଳୟର ୨୮,୮୪୮ ଜଣ ବିଭିନ୍ନ ବର୍ଗର ଶିକ୍ଷକ ଓ କର୍ମଚାରୀ ଏବଂ ୩୯ଟି ସଂସ୍କୃତ ଟୋଲର ୨୭୨ ଜଣ, ୯୧୬ୟୁପି (ଏମ୍ଇ)ର ୧୮୩୨ ଜଣ, ୧୩୮ ମଦ୍ରସାର ୫୪୮ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ ।
ଏତଦ୍ବ୍ୟତୀତ ଘୋଷିତ ସଂକଳ୍ପ ଅନୁଯାୟୀ ରାଜ୍ୟ ସରକାର ଏହି ଅନୁଷ୍ଠାନଗୁଡ଼ିକର ଶିକ୍ଷକ ଓ କର୍ମଚାରୀମାନଙ୍କ ନିମନ୍ତେ ଇ.ପି.ଏଫ୍. ସହାୟତା ପ୍ରଚଳନ କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ନୂଆକରି ସାମାଜିକ ସୁରକ୍ଷା ଯୋଜନା ଆରମ୍ଭ କରାଯିବ । ଫଳତଃ ଏହି ଅନୁଷ୍ଠାନମାନଙ୍କରେ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନ୍ସନ୍ ସୁବିଧା, ମୃତୁ୍ୟକାଳୀନ ସାହାଯ୍ୟ, ଦୁର୍ଘଟଣାଜନିତ ସାହାଯ୍ୟ ଏବଂ ଅସୁବିଧା ସମୟରେ ଇ.ପି.ଏଫ୍. ଯୋଜନାରେ ଥ#ବା ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ କାର୍ଯ୍ୟ ପାଇଁ ଅଗ୍ରୀମ ନେଇପାରିବେ । ଏହି ବୃଦ୍ଧି ଫଳରେ ରାଜ୍ୟ ସରକାରଙ୍କ ପ୍ରାୟ ୧୨୯.୨୬ କୋଟି ଅଧ#କ ବ୍ୟୟ ହେବ ବୋଲି ଆକଳନ କରାଯାଇଛି । ଏହା ବ୍ୟତୀତ ଅଧ#କନ୍ତୁ ଅନ୍ତରୀଣ ପରିସ୍ଥିତିରେ କୌଣସି ଶିକ୍ଷକ ବା କର୍ମଚାରୀଙ୍କ ମୃତୁ୍ୟ ଘଟିଲେ ସରକାରଙ୍କ ତରଫରୁ ଏକ୍ସଗ୍ରାସିଆ ବାବଦକୁ ୨ ଲକ୍ଷ ଟଙ୍କା ଏବଂ ସମ୍ପୂର୍ଣ୍ଣ ଭାବେ ଚଳନଶକ୍ତିହୀନ ହେଲେ ୧ ଲକ୍ଷ ୫୦ ହଜାର ଟଙ୍କା ସରକାରଙ୍କ ତରଫରୁ ପାଇପାରିବେ । ସବିଶେଷ ସାମାଜିକ ସୁରକ୍ଷା ଯୋଜନାରେ ବିଧ#ବଦ୍ଧ କାର୍ଯ୍ୟଧାରା ଅର୍ଥ ବିଭାଗର ପରାମର୍ଶକ୍ରମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜାରି କରିବେ । ଏହି ବିଜ୍ଞପ୍ତି ଘୋଷଣା ସମୟରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଶ୍ରୀ ରନ#ାକର ରାଉତ ପ୍ରମୁଖ ଉପସ୍ଥିତ ଥ#ଲେ ।

Share in top social networks!