ଗୁମୁଡୁମୁହା ଗୁଳିକାଣ୍ଡ ଇଛାକୃତ ଏବଂ ଏଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ : କଂଗ୍ରେସ

ramesh2କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଗୁମୁଡୁମୁୂହାଠାରେ ନିରୀହ ଦଳିତ ଆଦିବାସୀଙ୍କ ମୃତୁ୍ୟ ଏସ୍ଓଜି ଜବାନମାନଙ୍କର ବର୍ବୋରୋଚିତ ଆଚରଣର ଏକ ଜ୍ୱଳନ୍ତ ଉଦାହରଣ। ଏହି ଗୁଳିକାଣ୍ଡ ଘଟଣା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଦାୟୀ ବୋଲି କଂଗ୍ରେସର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟରାମ ରମେଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଏକ ୫ଜଣିଆ ଉଚ୍ଚସ୍ତରୀୟ ତଦନ୍ତକାରୀଦଳ ଗତକାଲି ଘଟଣାସ୍ଥଳକୁ ଯାଇ ସର୍ଜମିନ୍ ତଦନ୍ତ କରି ଫେରିବାପରେ ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ଯେ “ଏହା ଏନ୍କାଉଣ୍ଟର ନଥିଲା ବରଂ ଏହା ସରକାରଙ୍କ ସୁଚିନ୍ତିତ ହତ୍ୟାକାଣ୍ଡ ଥିଲା”।
କଂଗ୍ରେସ ପ୍ରତିନିଧି ଦଳଙ୍କ ଘଟଣା ଉପରେ ପ୍ରତିକ୍ରିୟା :
• ଗୁମୁଡ଼ୁମୁହା ଗୁଳିକାଣ୍ଡ ଏନକାଉଣ୍ଟର ନଥିଲା ବରଂ ଏହା ଏକ ବର୍ବରୋଚିତ ହତ୍ୟାକାଣ୍ଡ।
• ମାଓଦମନ ନାଁରେ ରାଜ୍ୟସରକାର ନିରୀହ ଦଳିତ ଆଦିବାସୀମାନଙ୍କୁ ହତ୍ୟାକରୁଛନ୍ତି।
• ଘଟଣା ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ।
• ବିଭିନ୍ନ ଘଟଣାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟ୍ୱୁିଟ୍ କରୁଥିବାବେଳେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନୀରବ ରହିବା ସେମାନଙ୍କର ଦଳିତ ଓ ଆଦିବାସୀ ବିରୋଧି ନୀତିକୁ ପଦାରେ ପକାଉଛି।
• ଘଟଣାରେ ସଂପୃକ୍ତ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ସରକାର ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
• ଏହିଭଳି ଅପରେସନ ସମୟରେ ପୋଲିସ ପକ୍ଷରୁ ଗୋଟେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟୋର (ଝଗ୍ଧବଦ୍ଭୟବକ୍ସୟ ଙକ୍ଟ୍ରରକ୍ସବଗ୍ଧସଦ୍ଭଶ ଚକ୍ସକ୍ଟମରୟଙ୍କକ୍ସର) ଅନୁସରଣ କରାଯାଇଥାଏ। କିନ୍ତୁ ଏଥିରେ ତାହା କରାଯାଇ ନାହିଁ।
• ଉପା ସରକାରର ପାଣ୍ଠିକୁ ରାଜ୍ୟସରକାର ବାଟମାରଣା କରିଛନ୍ତି। ଗ୍ରାମୀଣ ଇଲାକା ଏବଂ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳର ବିକାଶ ପାଇଁ ଉପା ସରକାର ସମୟରେ ହଜାର ହଜାର କୋଟି ଟଙ୍କା ଆସିଥିବାବେଳେ ରାଜ୍ୟସରକାର ଏହାକୁ କାର୍ଯ୍ୟକାରୀ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି।
ଗୁମୁଡୁମୁହାଠାରେ ଗୁଳିକାଣ୍ଡରେ ମୃତବ୍ୟକ୍ତିଙ୍କ ପରିବାରବର୍ଗ ପ୍ରତ୍ୟକ୍ଷଦର୍ଶୀ ଗ୍ରାମବାସୀଙ୍କ ଆଲୋଚନା କରିବାପରେ ସେଠାକାର ବିଭିନ୍ନ ବିକାଶକାର୍ଯ୍ୟର ମଧ୍ୟ ସମୀକ୍ଷା କରିଥିଲେ। ଏବେବି ଏହି ଗାଁର ଲୋକମାନେ ସେ ରାତିର ଲୋମହର୍ଷଣକାରୀ ଘଟଣାକୁ ମନେପକାଇ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସରକାର ମାଓଦମନ ନାରେ ଏହି ନିରୀହ ଦଳିତ ଆଦିବାସୀମାନଙ୍କୁ ଶୋଷଣ କରି•ଲିଛନ୍ତି। ଉପା ସରକାର ସମୟରେ ସମାଜିକ କ୍ଷେତ୍ରର ବିକାଶପାଇଁ ଯେତେ ପରିମାଣର ପାଣ୍ଠି ବ୍ୟୟବରାଦ ହୋଇଥିଲା ତା ପୂର୍ବରୁ ଏବଂ ପରେ କୌଣସି ସରକାର ଏତେ ଅର୍ଥ ମଞ୍ଜୁର କରିନାହାନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଏବଂ ଗ୍ରାମଜଳଯୋଗାଣ କ୍ଷେତ୍ରରେ ପର୍ଯ୍ୟାପ୍ତ ପାଣ୍ଠି ମିଳିଥିଲେ ମଧ୍ୟ ରାଜ୍ୟ ସରକାର ଗାଁକୁ ରାସ୍ତାଟିଏ ଏବଂ ପିଇବାପାଣି ଯୋଗାଇବାରେ ଅକ୍ଷମ ହୋଇଛନ୍ତି। ଗୁମୁଡ଼ୁମାହା ଗାଁ ତାର ଜ୍ୱଳନ୍ତ ଉଦାହରଣ। ଜଙ୍ଗଲ ଅଧିକାର ଆଇନ୍ ଠିକ୍୍ ଭାବରେ ରାଜ୍ୟସରକାର କାର୍ଯ୍ୟକାରୀ କରିପାରୁ ନଥିବାରୁ ମାଓ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ଏ ସବୁ ବିଷୟରେ ସରକାର ଚିନ୍ତା ନ କରି ୍ ମାଓଦମନ ନାରେ ସାଧାରଣ ଲୋକଙ୍କ ମାରିବା କେତେଦୁର ଯୁକ୍ତିଯୁକ୍ତ ସରକାର ଏହାର ଜବାବ ଦେବାକୁ ଏହି କମିଟି ଦାବି କରିଛି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭି କିଶୋର ଚନ୍ଦ୍ର ଦେଓଙ୍କ ଅଧ୍ୟକ୍ଷତାରେ ଆସିଥିବା କଂଗ୍ରେସର ଏହି କେନ୍ଦ୍ରୀୟ ପ୍ରତିନିଧିଦଳରେ ପୂର୍ବତନମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ଶ୍ରୀ ଜୟରାମ ରମେଶ, ଶ୍ରୀ କେ.ଏଚ. ମୁିନିଆପା, ଶ୍ରୀ ଭିମସେନ ପାଲା ଏବଂ ଶ୍ରୀ ଅରୁଣ ଓରାନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏହି ଟିମ ସହିତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ, ସହପ୍ରଭାରୀ ଶ୍ରୀ ଶୁଭଙ୍କର ସରକାର, ବରିଷ୍ଠ କଂଗ୍ରେସ ନେତା, ରାମଚନ୍ଦ୍ର ଖୁଣ୍ଟିଆ, ଭକ୍ତ ଦାସ ଏବଂ ପିସିସି ଏବଂ କନ୍ଧମାଳ ଜିଲା କଂଗ୍ରେସ କମିଟିର ବହୁଅଧିକାରୀ ଘଟଣାସ୍ଥଳ ଯାଇଥିଲେ।

Share in top social networks!