ଓଡିଶା ଭବନ ରେ ଓଡ଼ିଆ ମାନଙ୍କୁ ଖାଇବା ଅନୁମତି ଦେବା ପାଈଁ ପ୍ରବାସୀ ଓଡ଼ିଆ ପରିବାରର ଦାବୀ

13775578_1056778431036823_1633651333636361570_n23/7/16 ଦିନ 11 ଟା 30 ରେ ପ୍ରବାସୀ ଓଡ଼ିଆ ପରିବାର ର ବିଶିଷ୍ଟ ସଦଶ୍ୟ ମାନେ ଓଡିଶା ଭବନ ରେ ଏକତ୍ରିତ ହେଇ ଥିଲେ । ଅଭିଯୋଗ ପତ୍ର ସହିତ ସଦଶ୍ୟମାନେ CRC ଙ୍କୁ ମିଳି ସେମାନଙ୍କର ବିଷୟ “ଓଡିଶା ଭବନ ରେ ଓଡ଼ିଆ ମାନଙ୍କୁ ଖାଇବା ମନା” ଉଠାଇ ଥିଲେ । CRC ଶ୍ରୀଯୁକ୍ତ ଅନିଲ କୁମାର ଭାର୍ଗବ୍ଙ୍କୁ ପ୍ରବାସୀ ଓଡ଼ିଆ ପରିବାର ର ସଂଯୋଜକ ଶ୍ରୀ ସଂଗ୍ରାମ ଧର ଓ ମିଡିଆ ପ୍ରଭାରୀ ଶ୍ରୀ ପ୍ରିତମ ନାୟକ ଅଭିଯୋଗ ପତ୍ର ଦେବା ସଂଗେ ସଂଗେ ଉକ୍ତ ସମସ୍ୟା ଓ ଏହା ପାଈଁ ଅସନ୍ତୋଷ ,ପ୍ରବାସୀ ଓଡିଆଙ୍କ ଉପରେ ପଡୁଥିବା ଦର୍ଶାଇ ଥିଲେ ।

Prabasi Odia Parivar ର ଅନ୍ୟ ସଦଶ୍ୟ ଶ୍ରୀ ସଂଜୟ ବେହେରା ,ମୀନକେତନ ସାମଲ ,ମୀନକେତନ ମିଶ୍ର ,ରିତା ପାତ୍ର, ସଂଚିତା ଖଜୁରିଆ,ଅକ୍ଷୟ ଓଝା ,ଅମୀୟ ପ୍ରଧାନ , ଶିବାଶିସ ମହାପାତ୍ର,ଜ୍ୟୋତି ରଂଜନ ପଟ୍ଟନାୟକ,ରାମ ଗୋପାଳ ନନ୍ଦ ପ୍ରଭୂ ତି ନିଜର ବହୁମୂଲ୍ୟ ମତାମତ ରଖିଥିଲେ । ଏସାଖ୍ୟାତକାର ପ୍ର୍iୟ 40 ମିନିଟ ଧରି ଚାଲି ଥିଲ । IAS ଅନିଲ ଭାର୍ଗବ୍ ସବୁ ସମଷ୍ୟା କୁ ଧର୍ଯ ର ସହିତ ଶୁଣି ସମଷ୍ୟା ର ସମାଧାନ ପାଈଁ ସ୍ୱୀକୃତି ପ୍ରଦାନ କରି ଥିଲେ ।

Share in top social networks!