ଉନ୍ନତ କିସମ ଡାଲି ଓ ମକା ବିହନ ଉଦ୍ଭାବନ ନିମନ୍ତେ ଆନ୍ତର୍ଜାତୀୟ ସଂସ୍ଥା ଓ ଜାତୀୟ ବିହନ ନିଗମ ସହ ରାଜ୍ୟ କୃଷି ବିଭାଗର ଅନୁବନ୍ଧନ

mexicooକୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଓ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡା. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଉପସ୍ଥିତିରେ ଆଜି କୃଷି ଓ ଖାଦ୍ୟ ଉତ୍ପାଦନ କମିଶନର ତଥା ନିର୍ଦ୍ଦେଶକ ଡ. ପ୍ରମୋଦ ମେହେର୍ଦ୍ଦା ଏବଂ ଅVRଉC, ଔCଅRଉଅ, CଔMMYT & କ୍ତଗC ର କ୍ଷମତାପ୍ରାପ୍ତ ଅଧ#କାରୀଙ୍କ ମଧ୍ୟରେ ମୁଗ, ବିରି ଓ ମକା ବିହନ କିସମ ଉ—ାବନ ନିମନ୍ତେ ୪ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ।
ମୁଗ ଓ ବିରି ଫସଲର ଉତ୍ପାଦନ କ୍ଷମତା ବୃଦ୍ଧି ଅVRଉC (ବିଶ୍ୱ ପନିପରିବା ଗବେଷଣା କେନ୍ଦ୍ର (ତାଇଓ୍ୱାନ) ଦ୍ୱାରା କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା ହୋଇଛି । ରାଜ୍ୟରେ ମୁଗ ଓ ବିରି ଫସଲର ଉତ୍ପାଦିକତା ହାର ବୃଦ୍ଧି ଏହାର ଲକ୍ଷ୍ୟ । ସାହେବୀ ରୋଗ (YMV) ଓ ପାଉଁଶିଆ ରୋଗ (Pଞ୍ଚwଛery Miଝଛew) ସହଣି ଶକ୍ତି ଥ#ବା ମୁଗ ଓ ବିରିର ଉନ୍ନତ କିସମ ବିହନର ଚିହ୍ନଟ, ପରୀକ୍ଷଣ ଓ ଚାଷୀମାନଙ୍କ ଦ୍ୱାରା ଏହାକୁ ଆଦୃତ କରାଇବା, ରାଜ୍ୟରେ ମୁଗ ଓ ବିରି ଫସଲର ଉନ୍ନତି ନିମନ୍ତେ ଆଧୁନିକ କ୍ଷେତ୍ର ବିଜ୍ଞାନ ପଦ୍ଧତି ପ୍ରୟୋଗ ଓ କ୍ଷେତ୍ର ପରିଦର୍ଶନ, ସ୍ଥାନୀୟ ଅଞ୍ଚଳର ବ୍ୟବହୃତ ହେଉଥ#ବା ମୁଗ ଓ ବିରି କିସମରେ ପାଉଁଶିଆ ଓ ସାହେବୀ ରୋଗସହଣି ଶକ୍ତିଥ#ବା ଗୁଣକୁ ପ୍ରୟୋଗ କରି ଉକ୍ତ କିସମର ଉନ୍ନତିକରଣ, ଅନାବୃଷ୍ଟି ଓ ପୁଷ୍ଟବୃଷ୍ଟିସହଣି ଶକ୍ତିଥ#ବା ମୁଗ ଓ ବିରି କିସମର ଉ—ାବନ ଏହି ଯୋଜନାର ଉଦ୍ଦେଶ୍ୟ । ଏହି ଯୋଜନା ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ବଲାଙ୍ଗିର ଓ ପୁରୀ ଜିଲ୍ଲାରେ କାର୍ଯ୍ୟକାରୀ କରାଯିବ । ୨୦୧୬-୧୭ରେ ୬୨ ଲକ୍ଷ ୪୪ ହଜାର ଟଙ୍କା ଓ ୨୦୧୭-୧୮ରେ ୧ କୋଟି ୭୭ ଲକ୍ଷ ୭୬ ହଜାର ଟଙ୍କା, ଏହିପରି ମୋଟ ୨ କୋଟି ୪୦ ଲକ୍ଷ ୨୦ ହଜାର ଟଙ୍କା ଆଥ#ର୍କ ଅନୁଦାନ ଏଥ#ରେ ବିନିଯୋଗ କରାଯିବ ।
ରାଜ୍ୟରେ ପ୍ରତିକୂଳ ପାଣିପାଗସହଣି ମକା କିସମର ସଫଳ ନିୟୋଜନ ନିମନ୍ତେ ଅନ୍ତର୍ଜାତୀୟ ମକା ଓ ଗହମ ଉନ୍ନତି ପ୍ରତିଷ୍ଠାନ (CଔMMYT), ମେକ୍ସିକୋ ଦ୍ୱାରା କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା ହୋଇଛି । ଆମ ରାଜ୍ୟରେ ଗରିବ ମକା ଚାଷୀମାନଙ୍କୁ ପ୍ରତିକୂଳ ପାଣିପାଗସହଣି ମକା କିସମର ବୈଷୟିକ ଜ୍ଞାନକୌଶଳ ସହ ସଂଶ୍ଳିଷ୍ଟ କରିବା ଏହାର
ଲକ୍ଷ୍ୟ । ବିଭିନ୍ନ କୃଷି ଜଳବାୟୁ ଅଞ୍ଚଳରେ ପ୍ରତିକୂଳ ପାଣିପାଗ ସହଣିକ (ଅଧ#କ ଅମଳକ୍ଷମ) ମକା ବିହନ କିସମ ଉ—ାବନ ସହିତ ଉନ୍ନତ କ୍ଷେତ୍ର ବିଜ୍ଞାନ ପଦ୍ଧତି ପ୍ରୟୋଗ, ମୁଖ୍ୟ ତଥା ମିଶ୍ରିତ ମକା ଫସଲରେ ଏହି ସହଣିକ ବିହନ ନିୟୋଜନ କରିବା, ବିହନ ଉତ୍ପାଦକ ଚାଷୀ ଗୋଷ୍ଠୀ ମାଧ୍ୟମରେ ମକା ବିହନର ଉତ୍ପାଦନ ପ୍ରଣାଳୀକୁ ସୁଦୃଢ଼ କରିବା ଓ କ୍ଷୁଦ୍ର, ମଧ୍ୟମ ଚାଷୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଦକ୍ଷତା ବୃଦ୍ଧି କରି ମକା ଫସଲର ନିରନ୍ତର ଉନ୍ନତି କରିବା ଏହି ଯୋଜନାର ଉଦ୍ଦେଶ୍ୟ । ନବରଙ୍ଗପୁର, କୋରାପୁଟ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼ ଓ ଭୁବନେଶ୍ୱର ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ୨୦୧୬-୧୭ରେ ୨ କୋଟି ୭୩ ଲକ୍ଷ ଟଙ୍କା ଓ ୨୦୧୭-୧୮ରେ ୨ କୋଟି ୮ ଲକ୍ଷ ଟଙ୍କା, ଏହିପରି ମୋଟ ୪ କୋଟି ୮୧ ଲକ୍ଷ ଟଙ୍କା ଆଥ#ର୍କ ଅନୁଦାନ ଏଥ#ରେ ବିନିଯୋଗ କରାଯିବ ।
ରାଜ୍ୟରେ ଡାଲିଜାତୀୟ ଫସଲ କିସମ, ବୈଷୟିକ ଜ୍ଞାନକୌଶଳ ଓ ବିହନ ପଦ୍ଧତିର ଉନ୍ନତିକରଣ ଅନ୍ତର୍ଜାତୀୟ ଶୁଷ୍କ ଅଞ୍ଚଳ କୃଷି ଗବେଷଣା କେନ୍ଦ୍ର, ଲେବାନନ୍ ଦ୍ୱାରା କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା ହୋଇଛି । ଆମ ରାଜ୍ୟରେ ଓଡ଼ିଶାର ଖାଦ୍ୟ ନିରାପତ୍ତାକୁ ସୁଦୃଢ଼ କରିବା ନିମନ୍ତେ ଡାଲିଜାତୀୟ ଫସଲର ନୂତନ ବିହନ କିସମ ଉ—ାବନ, ଉତ୍ପାଦନ ବୃଦ୍ଧି ତଥା ଡାଲିଭିତ୍ତିକ ଫସଲ ପଦ୍ଧତିର ଉନ୍ନତିକରଣ ଏହାର ଲକ୍ଷ୍ୟ । ଉନ୍ନତ କିସମ ଡାଲିଜାତୀୟ ବିହନର ପ୍ରଚଳନ ଓ ଉତ୍ପାଦନ ବୃଦ୍ଧି କୌଶଳର ପ୍ରୟୋଗ ଓ ପ୍ରସାର, ରାଜ୍ୟରେ ଗ୍ରାମ, ଗ୍ରାମ ପଞ୍ଚାୟତ ଓ ଜିଲ୍ଲାସ୍ତରରେ ଡାଲି ଫସଲର ଅନୁକୂଳ ବ୍ୟବସ୍ଥା ଓ ନିରନ୍ତର ଉତ୍ପାଦନ ବୃଦ୍ଧି ଯୋଜନା, ଡାଲିଜାତୀୟ ବିହନ ଉତ୍ପାଦନ ପ୍ରକି୍ରୟାରେ ବିହନ ଗ୍ରାମ କେନ୍ଦ୍ର, ବିହନ ଉଦ୍ୟୋଗୀ ଓ କୃଷକ କ୍୍ଲବ୍, ମହିଳା ଓ ଯୁବକଙ୍କୁ ସାମିଲ କରିବା, ଓଡ଼ିଶାରେ ବନ୍ୟା ଓ ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଧାନ ପରବର୍ତ୍ତୀ ଡାଲି ଚାଷ ନିମନ୍ତେ କୃଷକମାନଙ୍କୁ ଆପାତକାଳୀନ ଉନ୍ନତ ବିହନ କିସମ ତ୍ୱରିତ ଯୋଗାଇବା ସହ ଉତ୍ତମ ଆୟର ନିଶ୍ଚିତ କରିବା ପାଇଁ ବିହନ ଉତ୍ପାଦନ ବୃଦ୍ଧିର ଯୋଜନା, ଚାଷୀ ଓ ଅନ୍ୟ ସମସ୍ତ ଭାଗୀଦାରମାନଙ୍କର ଦକ୍ଷତା ବୃଦ୍ଧି କରାଇବା, ଧାନ ପରବର୍ତ୍ତୀ ପଡ଼ିଆ ଜମିରେ ଡାଲିଜାତୀୟ ଫସଲର ଉତ୍ପାଦନ ବୃଦ୍ଧି ସହ ମନୁଷ୍ୟ ଓ ପଶୁ ଖାଦ୍ୟର ଗୁଣାତ୍ମକ ମାନବୃଦ୍ଧି ଓ ମାଟିର ଉତ୍ପାଦନ ଶକ୍ତିର ଅଭିବୃଦ୍ଧି ଏହି ଯୋଜନାର
ଉଦ୍ଦେଶ୍ୟ । ଯାଜପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ପୁରୀ ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ୨୦୧୬-୧୭ରେ ୩ କୋଟି ୮୧ ଲକ୍ଷ ୯୧ ହଜାର ଟଙ୍କା ଓ ୨୦୧୭-୧୮ରେ ୩ କୋଟି ୪୧ ଲକ୍ଷ ୩ ହଜାର ଟଙ୍କା, ଏହିପରି ମୋଟ ୭ କୋଟି ୨୨ ଲକ୍ଷ ୯୪ ହଜାର ଟଙ୍କା ଆଥ#ର୍କ ଅନୁଦାନ ଏଥ#ରେ ବିନିଯୋଗ କରାଯିବ । ଏହା ସହିତ ରାଜ୍ୟରେ ଆବଶ୍ୟକ ହେଉଥ#ବା ଡାଲି ବିହନର ଚାହିଦା ମେଣ୍ଟାଇବା ପାଇଁ ଜାତୀୟ ବିହନ ନିଗମକୁ ସୁକିନ୍ଦା ଫାର୍ମରେ ବିହନ ଉତ୍ପାଦନ ପାଇଁ ଅନୁବନ୍ଧିତ କରାଯାଇଛି । ଏହି ଚୁକ୍ତିନାମାଗୁଡିକ ଆଗାମୀ ୨୦୧୭-୧୮ ମସିହା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଚୁକ୍ତିଗୁଡିକର ଫଳସ୍ୱରୂପ ରାଜ୍ୟରେ ଚାଷୀଭାଇମାନେ ଉ—ାବନ ହେବାକୁ ଥ#ବା ଉନ୍ନତ କିସମର ମୁଗ, ବିରି ଓ ମକା ବିହନ ବ୍ୟବହାର କରି ଅଧ#କ ଅମଳ ପାଇବା ସଙ୍ଗେ ସଙ୍ଗେ ସେମାନଙ୍କର ଆଥ#ର୍କ ମାନଦଣ୍ଡ ବୃଦ୍ଧି କରିବେ ।
ସୂଚନାଯୋଗ୍ୟ ଯେ, କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ବିହନ ଉତ୍ପାଦନ ଓ ଯୋଗାଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଯଦିଓ ଆମ ରାଜ୍ୟ ଧାନ ବିହନ ଉତ୍ପାଦନରେ ସ୍ୱାବଲମ୍ବୀ ହୋଇପାରିଛି କିନ୍ତୁ ରାଜ୍ୟରେ ଦ୍ୱିତୀୟ ସର୍ବାଧ#କ ଚାଷ ହେଉଥ#ବା ଫସଲ ଡାଲି ଚାଷରେ ଉତ୍ପାଦନ ଆଶାନୁରୂପ ହେଉଥ#ବା ସ୍ଥଳେ ଆମେ ଜାତୀୟ ଉତ୍ପାଦିକତା ହାରଠାରୁ ପଛରେ ରହିଛୁ । ଡାଲି ଫସଲର ଉତ୍ପାଦିକତା ବୃଦ୍ଧି ନିମନ୍ତେ ରାଜ୍ୟରେ ୨୦୦୭-୦୮ ମସିହାଠାରୁ ଜାତୀୟ “ଖାଦ୍ୟ ନିରାପତ୍ତା ଯୋଜନା-ଡାଲି’ କାର୍ଯ୍ୟକାରୀ ହୋଇ ଆସୁଅଛି । ଏହି ଯୋଜନାରେ ଚାଷୀମାନଙ୍କୁ ବିଭିନ୍ନ ରିହାତି ପ୍ରଦାନ କରାଯାଉଛି । ରାଜ୍ୟରେ ହରଡ଼ ଚାଷର ଉନ୍ନତି ନିମନ୍ତେ ରାଜ୍ୟ ସରକାର ୨୦୧୦-୧୧ ମସିହାଠାରୁ ହାଇଦ୍ରାବାଦସ୍ଥିତ ଅନ୍ତର୍ଜାତୀୟ ସଂସ୍ଥା ଆଇସିଆର୍ଆଇଏସ୍ଏଟି ସହିତ ସହବନ୍ଧିତ ହୋଇଛନ୍ତି । ଏହାର ଫଳସ୍ୱରୂପ ରାଜ୍ୟରେ ଏକ ଶଙ୍କର ଜାତୀୟ ହରଡ଼ ବିହନ(ପାର୍ବତୀ)ର ପ୍ରଚଳନ
ହୋଇପାରିଛି । ଏହା ସତ୍ତେ୍ୱ ରାଜ୍ୟର ମୁଖ୍ୟ ଡାଲି ଫସଲ ଯଥା- ମୁଗ, ବିରିର ଉତ୍ପାଦନ ବୃଦ୍ଧି କରିବା ନିତାନ୍ତ ଜରୁରୀ ହୋଇପଡ଼ିଛି । ଆମ ରାଜ୍ୟରେ ମୁଖ୍ୟ ଡାଲି ଫସଲ ମୁଗ ଓ ବିରି, ଯାହା ଧାନ ଫସଲ ପରବର୍ତ୍ତୀ ଜମିରେ ବତର ଥ#ବା ଅବସ୍ଥାରେ ଶୀତଋତୁର ପ୍ରାରମ୍ଭରେ ଚାଷ କରାଯାଇଥାଏ । ଏହି ସମୟ ପାଇଁ ଆବଶ୍ୟକ ହେଉଥ#ବା ଉପଯୁକ୍ତ ଉନ୍ନତ କିସମର ଥଣ୍ଡାସହଣି ଶକ୍ତି ଥ#ବା ମୁଗ ଓ ବିରି ବିହନ ନ ଥ#ବା ଯୋଗୁଁ ଉତ୍ପାଦନ ମାତ୍ରା ହ୍ରାସ
ପାଇଥାଏ । ଏହାକୁ ଲକ୍ଷ୍ୟରେ ରଖ# କୃଷି ବିଭାଗ ତରଫରୁ ମୁଗ, ବିରି ଏବଂ ମକା ବିହନ ନିମନ୍ତେ ତିନୋଟି ଆନ୍ତର୍ଜାତୀୟ ସଂସ୍ଥା ଯଥା ଅVRଉC, ଔCଅRଉଅ & CଋMMYT କୁ ରାଜ୍ୟ ପାଇଁ ଉପଯୁକ୍ତ କିସମର ବିହନ ଚୟନ କରି ପ୍ରଚଳନ କରିବାକୁ ଆମନ୍ତ୍ରଣ କରାଯାଇଛି ।

Share in top social networks!