ଅଗ୍ନିବିପନ୍ନଙ୍କୁ ରେଡକ୍ରସ ପକ୍ଷରୁ ରିଲିଫ ବଣ୍ଟନ

redcrossଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାର ଅଗ୍ନିବିପନ୍ନ ପରିବାରଙ୍କୁ ରିଲିଫ ଯୋଗାଇ ଦିଆଯାଇଛି।
ଇତି ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର ବ୍ଲକର ଚନ୍ଦ୍ରଶେଖରପୁରସ୍ଥିତ ମଣ୍ଡପ ବସ୍ତିର ୫ଟି ଅଗ୍ନିବିପନ୍ନ ପରିବାରଙ୍କୁ ରିଲିଫ ବଣ୍ଟନ କରାଯାଇଛି।
ଏତତ୍ଭିନ୍ନ ସୋନପୁର ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡା, ଜଡ଼ାମୁଣ୍ଡା, ଆଈଁଲାପାଲି ଏବଂ ବିନିକା ବିଜ୍ଞାପିତ ପରିଷଦର ଡ଼ଭାଲୁ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ୨୧ଟି ପରିବାରଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି।
ପ୍ରତ୍ୟେକ ପରିବାରକୁ ଶାଢୀ, ଧୋତି, ତଉଲିଆ, ମଶାରୀ, ବିଛଣା ଚଦର, ବାଲ୍ଟି, ଷ୍ଟୋଭ୍, ଲଣନ, ରୋଷେଇସାମଗ୍ରୀ ଏବଂ ତାରପୋଲିନ ଆଦି ଯୋଗାଇ ଦିଆଯାଇଅଛି।
ଏହି ସମସ୍ତ କାର୍ଯ୍ୟକ୍ରମ ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା, ଓ ଯୁଗ୍ମ ସଚିବ ତଥା ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ତାଙ୍କୁ ବିପର୍ଯ୍ୟୟ ପରିଚାଳନା ସଂଜୋଯକ ବିଜୟ କୁମାର ମାହାପାତ୍ର ଓ ବରିଷ୍ଠ ସହାୟକ ନିହାର ରଂଜନ ମିଶ୍ର ସହାୟତା କରିଥିଲେ।

Share in top social networks!