ଓ.ୟୁ.ଏ.ଟି ର ଶାଖା ମହାବିଦ୍ୟାଳୟ ମାନଙ୍କରେ ଭିତ୍ତିଭୂମି ବିକାଶ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ

cctnଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓ.ୟୁ.ଏ.ଟି.)ର ସଂପ୍ରସାରିତ ଶାଖା ମହାବିଦ୍ୟାଳୟ ମାନଙ୍କରେ ଭିତ୍ତିଭୂମିର ବିକାଶ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱ ଆରୋପ କରିଛନ୍ତି । ଏଥ#ନିମନ୍ତେ ଗତକାଲି ସଂନ୍ଧ୍ୟାରେ ରାଜ୍ୟ ସଚିବାଳୟଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥ#ଲା ।
ବିଶ୍ୱବିଦ୍ୟାଳୟର ସଂପ୍ରସାରିତ ଶାଖା କଲେଜମାନଙ୍କରେ ଥ#ବା ଆବଶ୍ୟକତାକୁ ବିଚାରକରି ସେଥ# ନିମନ୍ତେ ଆବଶ୍ୟକୀୟ ପା=ି ମଞ୍ଜୁର କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବୈଠକରେ ଉପସ୍ଥିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅର୍ଥ ବିଭାଗ ଶ୍ରୀ ଆର.ବାଲାକ୍ରିଷ୍ଣନ୍ଙ୍କୁ ପରାମର୍ଶ ଦେଇଥ#ଲେ । ଏଥ#ପାଇଁ ୧୫ କୋଟି ଟଙ୍କା ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥ#ଲା ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଓ.ୟୁ.ଏ.ଟି ର ସଂପ୍ରସାରିତ ଶାଖା ଭାବେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାୟ ୭ ଟି ମହାବିଦ୍ୟାଳୟ କାର୍ଯ୍ୟ କରୁଛି । କୃଷି ମହାବିଦ୍ୟାଳୟ ଚିପିଲିମା, କୃଷି ମହାବିଦ୍ୟାଳୟ, ଭବାନୀପାଟଣା ଉଦ୍ୟାନ କୃଷି ମହାବିଦ୍ୟାଳୟ ଚିପିଲିମା, ମସ#୍ୟଚାଷ ମହାବିଦ୍ୟାଳୟ ରଙ୍ଗେଇଲୁଣ୍ଡା, ଗୃହ ବିଜ୍ଞାନ ମହାବିଦ୍ୟାଳୟ, ଭୁବନେଶ୍ୱର ବନସଂପଦ ମହାବିଦ୍ୟାଳୟ, ଭୁବନେଶ୍ୱର ଏବଂ ସ୍ନାତକତ୍ତୋର ଅଧ୍ୟୟନ କେନ୍ଦ୍ର ଭୁବନେଶ୍ୱର । ଏହିସବୁ କଲେଜରେ ଭିତ୍ତିଭୂମିର ବିକାଶ ପାଇଁ ୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏତଦ୍ବ୍ୟତୀତ ଭୁବନେଶ୍ୱରଠାରେ ଅବସ୍ଥିତ କୃଷି, ପଶୁ ବିଜ୍ଞାନ ଓ ପଶୁ ଚିକିସ#ା ଏବଂ କୃଷି ଇଜିନିଅରିଂ ଏବଂ ଟେକ୍ନୋଲୋଜି ଆଦି ମହାବିଦ୍ୟାଳୟରେ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ କରାଯାଉଛି ବୋଲି ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ସୁରେନ୍ଦ୍ରନାଥ ପଶୁପାଳକ କହିଥ#ଲେ ।
ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର୍ ଓ୍ୱଲିମ୍ ବିଲୁଂ, ଅର୍ଥ ବିଭାଗ ଅତିରିକ୍ତ ଶାସନ ସଚିବ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରିମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ

Share in top social networks!