ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା ପ୍ରତି ବେଦାନ୍ତର ସମର୍ଥନ

sesaଦେଶର ବହୁମୁଖୀ ପ୍ରାକୃତିକ ସମ୍ବଳ ବିନିଯୋଗକାରୀ କଂପାନୀ ବେଦାନ୍ତ ଯୁବ ଦକ୍ଷତା ଦିବସ ୨୦୧୬ ଅବସରରେ ପ୍ରଧାନମନ୍ତ୍ରୀ କୁଶଳ ବିକାଶ ଯୋଜନା (ପିଏମକେଭିୱାଇ) ପ୍ରତି ସମର୍ଥନ ଜ୍ଞାପନ କରିଛି। ଏଥିପାଇଁ କଂପାନୀ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଗ୍ରହଣ କରିଥିଲା। ସମଗ୍ର ଦେଶରେ ଏକ ଅନ୍ତର୍ଭୁକ୍ତି ସାମାଜିକ ଆର୍ଥିକ ଅଭିବୃଦ୍ଧି ପାଇଁ ବେଦାନ୍ତ ସର୍ବଦା ଉଦ୍ୟମ କରିଆସିଛି। ଏଥିପାଇଁ ଦେଶରେ ପୂର୍ଣ୍ଣାଙ୍ଗ ଯୁବ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ବେଦାନ୍ତ ଗ୍ରହଣ କରିଛି। ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସରକାରଙ୍କ ସହଯୋଗରେ ବେଦାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଛି ବୋଲି କହିଛନ୍ତି କଂପାନୀର ଗ୍ରୁପ କମ୍ୟୁନିକେଶନ ଓ ସ୍ଥାୟୀ ବିକାଶ ସଭାପତି ରୋମା ବାଲୱାନୀ।
କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗୀ (ଏମଏସଡ଼ିଇ) ମନ୍ତ୍ରାଳୟ ପକ୍ଷରୁ ବେଦାନ୍ତ ସେସା ବୈଷୟିକ ସ୍କୁଲର ଉପାଧ୍ୟକ୍ଷ ଦୀପଚାନ୍ଦ ସାନକାଓଲକାରଙ୍କୁ ଇତିମଧ୍ୟରେ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋଆର ସର୍ବେକ୍ରୃୃଷ୍ଟ ତାଲିମଦାତା ଭାବେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବେଦାନ୍ତ ସେସା ବୈଷୟିକ ସ୍କୁଲ ଅଦ୍ୟାବଧି ୧୨୪୫ ଛାତ୍ରଙ୍କୁ ଦକ୍ଷତା ଓ ଧନ୍ଦାମୂଳକ ତାଲିକ ପ୍ରଦାନ କଲାଣି। ଏସଟିଏସ ଆଇଟିଆର ଫଳାଫଳ ମଧ୍ୟ ଗତ ୩ ବର୍ଷ ହେଲା ୧୦୦% ରହିଛି। ଏହା କଂପ୍ୟୁଟର ଦକ୍ଷତା ତାଲିମ କେନ୍ଦ୍ର ଅନ୍ୟାବଧି ୩୦୦୦ ଯୂବକଙ୍କୁ ତାଲିମ ପ୍ରଦାନ କରିସାରିଲାଣି।
ବେଦାନ୍ତ ପକ୍ଷରୁ ସେସା ଫୁଟବଲ ଏକାଡ଼େମୀ ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏଠାରୁ ୧୨୩ ଜଣ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳୀ ଇତିମଧ୍ୟରେ ବାହାରିଲେଣି। ଏଥିସହ ବେଦାନ୍ତ ୧୫୦୦ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରତିଷ୍ଠା କରିଛି। ଏହାଦ୍ୱାରା ୩୨,୬୦୦ ଗ୍ରାମୀଣ ମହିଳା ଉପକୃତ ହେଉଛନ୍ତି। ବେଦାନ୍ତର ଝାରସୁଗୁଡ଼ା ୟୁନିଟରେ ୬ଟି ଗ୍ରାମର ୨୨୦ ବାଳିକାଙ୍କୁ ସିଲେଇ ତାଲିକ ପ୍ରଦାନ କରାଯାଇଛି।

Share in top social networks!