ଅଗଷ୍ଟ ୨୬ ତାରିଖରେ ବେଙ୍ଗାଲୁରୁଠାରେ ଇନ୍ଭେଷ୍ଟ୍ ଓଡ଼ିଶା ରୋଡ-ସୋ ଏବଂ ପ୍ରବାସୀ ଓଡ଼ିଆମାନଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ପାଳନ

12342717_986181631440709_4597189789987736103_nପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବର୍ଷବ୍ୟାପୀ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ବେଙ୍ଗାଲୁରୁଠାରେ ଅଗଷ୍ଟ ୨୬ ତାରିଖରେ ଓଡ଼ିଶାରେ ପୁଞ୍ଜିନିବେଶ ରୋଡ-ସୋ ଏବଂ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଉତ୍ସବର ଆୟୋଜନ କରାଯିବା ଏହି ପରିପ୍ରେକ୍ଷୀରେ ଆଜି ସଚିବାଳୟଠାରେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥ#ଲାା ଏଥ#ରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଅର୍ଥ) ଶ୍ରୀ ଆର୍ ବାଲକ୍ରିଷ୍ଣନ୍, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରାଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇଥ#ଲୋ
ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅଗଷ୍ଟ ୨୬ ତାରିଖରେ ବେଙ୍ଗାଲୁରୁଠାରେ ଦୁଇଟି ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯିବା ଓଡ଼ିଶାରେ ପୁଞ୍ଜିନିବେଶକମାନଙ୍କୁ ଆକର୍ଷିତ କରିବା ନିମନ୍ତେ ଇନ୍ଭେଷ୍ଟ ଓଡ଼ିଶାର ଆୟୋଜନ କରାଯିବା ପ୍ରଗତିଶୀଳ ନୂଆ ନୀତି ଏବଂ ଓଡ଼ିଶାରେ ପୁଞ୍ଜିନିବେଶର ଅନୁକୂଳ ବାତାବରଣ ପରିପ୍ରେକ୍ଷୀରେ ଇଂଜିନିୟରିଂ, ଆଇ.ଟି, ହାର୍ଡେଓ୍ୱୟାର, ଟେକ୍ସଟାଇଲ୍, ଏରୋସ୍ପେସ୍, ଟେଲିକମ୍, ଏଭିଏସନ୍, ସ୍ୱାସ୍ଥ୍ୟସେବା ଉପକରଣ, ପ୍ରତିରକ୍ଷା, ପରିବହନ ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଏହି ରୋଡ-ସୋରେ ଆମନ୍ତ୍ରଣ କରାଯାଇଛିା ଏହି ରୋଡ-ସୋରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଥ#ଲୋ ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ଶିଳ୍ପୋଦ୍ୟୋଗୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛିା
ସେହିଭଳି ଅନ୍ୟ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ ମାଧ୍ୟମରେ ବେଙ୍ଗାଲୁରୁଠାରେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ କରାଯିବା ବେଙ୍ଗାଲୁରୁସ୍ଥିତ ଓଡ଼ିଆ ସଂଗଠନ, ସାଂସ୍କୃତିକ ଅନୁଷ୍ଠାନ ଏବଂ ସେଠାରେ ବସବାସ କରୁଥ#ବା ଓଡ଼ିଆମାନଙ୍କ ସହଯୋଗରେ ଏହି ଉତ୍ସବର ଆୟୋଜନ କରାଯିବା ଏଥ# ପାଇଁ ପ୍ରବାସୀ ଓଡ଼ିଆ ସଂଗଠନମାନଙ୍କର ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇ ଶତବାର୍ଷିକୀ ସମାରୋହ ପାଳନ କରାଯିବା ଏହି ଉତ୍ସବରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ସୂଚନା
ଦେଇଥ#ଲୋ
ବୈଠକରେ ଶକ୍ତି ବିଭାଗର ସଚିବ ଶ୍ରୀ ରାଜେଶ ବର୍ମା, ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ହେମନ୍ତ ଶର୍ମା, ଇଡ୍କୋର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସଂଜୟ ସିଂଙ୍କ ସମେତ ବହୁ ବରିଷ୍ଠ ଅଧ#କାରୀ ଯୋଗଦେଇଥ#ଲୋ

Share in top social networks!