ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ଏକକ କମିଶନ ଗଠିତ

cmrathaଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପୁରୀ ଶ୍ରୀମନ୍ଦିର ପରିଚାଳନା ନିମନ୍ତେ ଏକକ କମିଶନ କଠନ କରାଯାଇଛିା ଅବସରପ୍ରାପ୍ତ ମାନ୍ୟବର ନ୍ୟାୟାଧୀଶ ଶ୍ରୀଯୁକ୍ତ ବିମଳ ପ୍ରସାଦ ଦାସଙ୍କୁ ରାଜ୍ୟ ସରକାର ଜଣିକିଆ କମିଶନ ଭାବେ ନିଯୁକ୍ତି ଦେଇଛନ୍ତିା ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ଶ୍ରୀ ମହିମୋହନ ତ୍ରିପାଠୀଙ୍କୁ କମିଶନଙ୍କ ସହାୟତା ପାଇଁ ନିଯୁକ୍ତି ଦିଆଯାଇଛିା ସଚିବାଳୟଠାରେ ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ଏହା ପ୍ରକାଶ କରିଛନ୍ତିା
ଏହି ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ ଯେ, ଶ୍ରୀଜଗନ୍ନାଥ ମନ୍ଦିର ଭାରତର ଏକ ମୁଖ୍ୟ ଧାର୍ମିକ ଅନୁଷ୍ଠାନ ଓ ଓଡ଼ିଶାର ଗୌରବା ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତତର ପ୍ରଶାସନ ଓ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟିତା ଏହାକୁ ଦୃଷ୍ଟିରେ ରଖ# ଶ୍ରୀଜଗନ୍ନାଥ ମନ୍ଦିର(ପ୍ରଶାସନ) ଅଧ#ନିୟମ, ୧୯୫୨ ଓ ଶ୍ରୀଜଗନ୍ନାଥ ମନ୍ଦିର ଅଧ#ନିୟମ, ୧୯୫୫ ପ୍ରଣୟନ କରାଯାଇଛିା ଉକ୍ତ ଅଧ#ନିୟମଗୁଡିକରେ ସେବକ, ପୁଜାରୀ ଏବଂ ସେବାପୂଜା ଓ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ସହିତ ସଂପୃକ୍ତ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ଅଧ#କାର ଓ କର୍ତ୍ତବ୍ୟ ସଂପର୍କରେ ବିଶେଷ ଭାବରେ ଉଲ୍ଲେଖ ରହିଛିା ଏହା ସତ୍ତେ୍ୱ ଠାକୁରଙ୍କର ନୀତିକାନ୍ତି ସଂପାଦନାରେ ଓ ସେବାପୂଜାରେ ବିଳମ୍ବ ହେଉଥ#ବା ଘଟଣାମାନ ଦୃଷ୍ଟିକୁ ଆସୁଛିା ତେଣୁ ଠାକୁରଙ୍କର ନୀତିକାନ୍ତି ଓ ସେବାପୂଜାକୁ ଅଧ#କତର ସୁସଂଗଠିତ କରିବା ଏବଂ ମନ୍ଦିରର ନିରାପତ୍ତା ଓ ସୁରକ୍ଷାକୁ ଅଧ#କ କଡାକଡି କରିବା ତଥା ଅନ୍ୟାନ୍ୟ ବିଷୟ ଯଥା ସେବାୟତ, ସେବକ, ପୂଜାରୀ, ପଣ୍ଡାମାନଙ୍କ ପାଇଁ ଉନ୍ନତତର ବ୍ୟବସ୍ଥା କରିବା ପାଇଁ ସରକାର ତଦନ୍ତ କମିଶନ ଅଧ#ନିୟମ, ୧୯୫୨ ଅନୁଯାୟୀ ଏକ କମିଶନ ଗଠନ କରିବାକୁ ସ୍ଥିର କରିଛନ୍ତିା
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା, କୀର୍ତ୍ତିରାଜୀର ସଂରକ୍ଷଣ, ସୌନ୍ଦର୍ଯ୍ୟକରଣ, ଶ୍ରୀମନ୍ଦିରର ଶୃଙ୍ଖଳିତ ନୀତି ପରିଚାଳନା, ସେବାୟତ ଓ ମନ୍ଦିର ପରିଚାଳନା ସହିତ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱକୁ ସୁସଂଗଠିତ କରିବା, ସେବାପୂଜା ନିମନ୍ତେ ଆବଶ୍ୟକ ସାମଗ୍ରୀର ସଠିକ୍ ଯୋଗାଣ, ସେବକ ପୂଜାରୀ ପରିଚାଳନା ଓ ଦେବୋତ୍ତର ସହିତ ସଂପୃକ୍ତ କର୍ମଚାରୀଙ୍କ ପାଉଣା, ଭକ୍ତମାନଙ୍କ ପାଇଁ ସୁବିଧା ସୁଯୋଗ, ସେବକ ପୂଜାରୀ ଏବଂ ସେବାପୂଜା ସହିତ ସଂପୃକ୍ତ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କ କଲ୍ୟାଣ ନିମନ୍ତେ ଶିକ୍ଷା, ତାଲିମ, ସ୍ୱାସ୍ଥ୍ୟ ଏବଂ ଗୃହ ବ୍ୟବସ୍ଥା, ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର-ପ୍ରସାର ବ୍ୟତୀତ ଏହି ବିଷୟଗୁଡିକ ସହିତ ସଂପୃକ୍ତ ଆନୁସଙ୍ଗିକ କୌଣସି ବିଷୟ କମିଶନ ଉପଯୁକ୍ତ ବିବେଚନା କଲେ ସେଗୁଡିକ ତଦନ୍ତ ପରିସରଭୁକ୍ତ ହେବ ବୋଲି ମନ୍ତ୍ରୀ ଡ. ସାହୁ ସାମ୍ବାଦିକମାନଙ୍କୁ ସୂଚନା ଦେଇଥ#ଲୋ

Share in top social networks!