ଡେଙ୍ଗୁ ନିୟନ୍ତ୍ରଣରେ ସରକାରଙ୍କ ପଦକ୍ଷେପ ସନ୍ତୋଷ ଜନକ:କେନ୍ଦ୍ରୀୟଟିମ୍ ମୁଖ୍ୟ ଡାଃ ସୋନାଲ

drsonalରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣ ନେଇ ସରକାରଙ୍କ ପଦକ୍ଷେପକୁ କେନ୍ଦ୍ରୀୟ ଟିମ୍ ପ୍ରସଂଶା କରିଛି। ଡେଙ୍ଗୁ ପାଇଁ କୌଣସି ପ୍ରକାର କେହି ଆତଙ୍କିତ ହେବାର କାରଣ ନାହିଁ ବୋଲି କେନ୍ଦ୍ରୀୟଟିମ୍ର ନେତୃତ୍ୱ ନେଇ ଥିବା କେନ୍ଦ୍ର ଏନ୍.ଭି.ବି.ଡି.ସି.ପି ଅତିରିକ୍ତ ନିଦେ୍ର୍ଦଶକ ଡାଃ ଗଗନ ସିଂହ ସୋନାଲ କହିଛନ୍ତି।
ଓଡିଶାରେ ଡେଙ୍ଗୁ ବ୍ୟାପିବା ପରେ ଡାଃ ସୋନାଲଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଟିମ୍ ବିଭିନ୍ନ ଅଂଚଳ ଗସ୍ତ କରିଥିଲେ। କେନ୍ଦୁଝର ଜିଲ୍ଲ୍ାର ଯୋଡା ଓ ବଡବିଲ ଏବଂ କଟକ ସହର ଓ ଜଗତପୁର ଅଂଚଳ ଗସ୍ତକରି ଏହି ଟିମ୍ ଆଜି ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ପଦାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଡାଃ ସୋନାଲ କହିଛନ୍ତି ଯେ ରାଜ୍ୟରେ ଡେଙ୍ଗୁ ନିୟନ୍ତ୍ରଣାଧୀନ ରହିଛି। ଧୀରେ ଧୀରେ ପରିସ୍ଥିତି ସୁଧୁରିଲାଣି। ସରକାର ଠିକ୍ ସମୟରେ ଉଚିତ୍ ପଦକ୍ଷେପ ନେବାରୁ ଡେଙ୍ଗୁ ନିୟନ୍ତ୍ରଣକୁ ଚାଲି ଆସିଲାଣି। ବଡ଼ବିଲ୍ରେ ରୋଗୀ ସଂଖ୍ୟା କମି କମି ଆସିଲାଣି। ରୋଗ ଚିହ୍ନଟ ଠାରୁ ଆରମ୍ଭ କରି ଚିକିତ୍ସା ସବୁ ବ୍ୟବସ୍ଥା କରିଛି ସ୍ୱାସ୍ଥ୍ୟ ବିଭାଗ। ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଠିକଣା ଭାବରେ କରାଯାଇଛି ଏବଂ ଲୋକମାନେ ସଚେତନ ହୋଇଛନ୍ତି।
ଡାଃ ସୋନାଲ୍ କହିଛନ୍ତି ରାଜ୍ୟ ସରକାର ଡେଙ୍ଗୁ ନିୟନ୍ତ୍ରଣ ଏବଂ ରୋଗୀଙ୍କ ଚିକିତ୍ସା ପାଇଁ କଟକରେ ମଧ୍ୟ ସବୁ ବ୍ୟବସ୍ଥା କରିଛନ୍ତି। କଟକ ସହରାଂଚଳ ହୋଇଥିବାରୁ ଏଠି ଲୋକଙ୍କ ଯାତାୟତ ସବୁବେଳେ ଲାଗି ରହୁଛି। ତେଣୁ ଏଥିପାଇଁ ଦୀର୍ଘକାଳୀନ ପ୍ରତିକାର ବ୍ୟବସ୍ଥା କରିବାକୁ ହେବ।
ଡେଙ୍ଗୁ ପରିସ୍ଥିତି ପାଇଁ ଲୋକଙ୍କ ଜୀବନଶୈଳୀକୁ ଦାୟୀ କରିଛନ୍ତି ଡା. ସୋନାଲ। ଏହାଛଡା କେନ୍ଦୁଝର ହେଉଛି ଖଣି ଅଂଚଳଳ। ଏ ଅଂଳରେ ପୁରୁଣା ଗାଡି ସହ ଗାଡି ଟାୟାର ଏଣେ ତେଣେ ପଡି ରହିଛି। ଯେଉଁଥିରେ ପାଣି ଜମିବାରୁ ଡେଙ୍ଗୁକୁ ଲୋକେ ଆମନ୍ତ୍ରଣ କରି ଡାକୁଛନ୍ତି। ଏ ଦିଗରେ ଲୋକଙ୍କୁ ସଚେତନ ହେବାକୁ ହେବ। ପୂର୍ବରୁ ଘର ଘର ବୁଲିବା ବେଳେ ସବୁଠି ମଶା ଲାର୍ଭା ଦେଖାଯାଉଥିଲା। ହେଲେ ଏବେ ଆଉ ନାହିଁ। ସବୁ ଲାର୍ଭାକୁ ନଷ୍ଟ କରାଯାଇ ସାରିଛି। ତଥାପି ଛୋଟ ଛୋଟ ଜାଗାରେ ଲର୍ଭା ରହିଥାଇ ପାରେ। ଏଥିପାଇଁ ସମସ୍ତଙ୍କୁ ସଜାଗ ରହିବାକୁ ହେବ ବୋଲି ଡା.ସୋନାଲ କହିଛନ୍ତି।
ଖାଲି ସ୍ୱାସ୍ଥ୍ୟ ବିଭାଗ ଚାହିଁଲେ, ଡେଙ୍ଗୁ ନିୟନ୍ତ୍ରଣ ହୋଇଯିବନି। ଲୋକଙ୍କୁ ସଚେତନ ହେବା ସହ ସବୁ ବିଭାଗର ସହାୟତାରେ ଡେଙ୍ଗୁ ମୁକାବିଲା ହୋଇ ପାରିବ। ତେଣୁ ଏ ଦିଗରେ ମିଳିତ ଯୋଜନା ହେବା ଦରକାର। ଖାଲି ଓଡ଼ିଶା ନୁହେଁ, ଦେଶର ବିଭିନ୍ନ ରାଜ୍ୟରୁ ଡେଙ୍ଗୁର ନୂଆ ନୂଆ କେସ୍ ଆସୁଛି। ଏଥିରେ ଭୟବିତ ବା ଆତଙ୍କିତ ହେବାର ନାହିଁ ବୋଲି ଡା,ସୋନାଲ ସ୍ପଷ୍ଟ କରିଦେଇଛନ୍ତି ।
ବୈଠକରେ ସ୍ୱାସ୍ଥ୍ୟ ସେବା ନିଦେ୍ର୍ଦଶକ ଡା.ଚିତରଞ୍ଜନ ନାୟକ, ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକ ଡା.କୈଳାସ ଦାସ, ଯୁଗ୍ମ ନିଦେ୍ର୍ଦଶକ ଡାଃ ବିକାଶ ପଟ୍ଟନାୟକ , ଏନ୍ଭିବିଡିସିପିର ଯୁଗ୍ମ ନିଦେ୍ର୍ଦଶକ ଡା.ମଦନମୋହନ ପ୍ରଧାନଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏପର୍ଯ୍ୟନ୍ତ ୭୮୧୪ ଜଣଙ୍କ ରକ୍ତ ନମୂନା ପରୀକ୍ଷା କରାଯାଇ ୧୬୭୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଏବଂ ଅଦ୍ୟାବଧି ୩ ଜଣଙ୍କର ମୃତ୍ୟୁ ହୋଇଥିବା ପ୍ରକାଶ।

Share in top social networks!