ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଓ ବିଜୁ& ଜନ୍ମ ଶତବାର୍ଷିକୀ ପାଳନ ଉପରେ ସଂସ୍କୃତି ମନ୍ତ୍ରୀଙ୍କ ଦାବି

pandaପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଓ ପ୍ରବାଦପୁରୁଷ ବିଜୁ& ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହିତ ପ୍ରୋତ୍ସାହନ ଦେବାକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ(ଇଜେଡ୍ସିସି)ର କାର୍ଯ୍ୟକାରିଣୀ ବୈଠକରେ ଦାବି କରିଛନ୍ତିା
ମନ୍ତ୍ରୀ ଶ୍ରୀ ପଣ୍ଡା ଗତକାଲି କୋଲକାତାରେ ଅନୁଷ୍ଠିତ ପରିଷଦର ପରିଚାଳନା ପରିଷଦ ତଥା ନିର୍ବାହୀ ସମିତିର ବୈଠକରେ ଯୋଗଦେଇ ଉପରୋକ୍ତ ମର୍ମରେ ଉଲ୍ଲେଖ କରିଛନ୍ତିା “ନମାମି ଗଙ୍ଗେ’ ପରି ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଓ ବିଜୁ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମକୁ ଅଧ#କ ବ୍ୟାପକ ଓ ସର୍ବାଙ୍ଗ ସୁନ୍ଦର କରିବାରେ ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦ ସହଯୋଗ କରୁ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତିା ସେହିପରି ଓଡ଼ିଶାର ବାଲୁକାକଳାକୁ ସର୍ବଭାରତୀୟ ସ୍ତରରେ ପ୍ରସାରିତ ଓ ପ୍ରଚାରିତ କରିବା, ପରିଷଦର ବିଭିନ୍ନ ସମାରୋହରେ ଓଡ଼ିଆ ନାଟକ ପରିବେଷଣ, ଲଳିତକଳାକୁ ପ୍ରାଧାନ୍ୟ ଏବଂ ଓଡ଼ିଶାର ସାଂସ୍କୃତିକ ଦଳଙ୍କୁ ବିଭିନ୍ନ ସ୍ଥାନକୁ ପଠାଯିବା ପାଇଁ ମଧ୍ୟ ବୈଠକରେ ମତପ୍ରକାଶ ପାଇଥ#ଲାା
ପୂର୍ବାଞ୍ଚଳ ସାଂସ୍କୃତିକ ପରିଷଦର ଏହି ବୈଠକ କୋଲକାତା ରାଜଭବନରେ ରାଜ୍ୟପାଳ ଶ୍ରୀ କେଶରୀନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥ#ବା ବେଳେ ବିହାର, ପଶ୍ଚିମବଙ୍ଗ, ସିକିମ୍, ତି୍ରପୁରା, ମଣିପୁର ଓ ଆଣ୍ଡାମାନ୍-ନିକୋବର କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧ#ମାନେ ସମବେତ ହୋଇଥ#ଲୋ ପ୍ରତିନିଧ# ମଣ୍ଡଳୀରେ ଥ#ଲେ କେତେକ ରାଜ୍ୟର ମନ୍ତ୍ରୀ, ପ୍ରଶାସକ, ସଂସ୍କୃତି ବିଦ୍ୱାନ ଓ ପ୍ରସିଦ୍ଧ ସଂଗଠକା ଓଡ଼ିଶାରୁ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ସହିତ ସଂସ୍କୃତି ତଥା ସୂଚନା ଓ ଲୋକସଂପର୍କ ବିଭାଗ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସଂଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ଧୀରେନ୍ଦ୍ର ନାଥ ମଲ୍ଲିକ, ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ମନୋଜ ପଟ୍ଟନାୟକ ଓ ପ୍ରଶାସକ ସୁବ୍ରତ ପଣ୍ଡା ପ୍ରମୁଖ ଏହି ବୈଠକରେ ପ୍ରତିନିଧ#ତ୍ୱ କରିଥ#ଲୋ

Share in top social networks!