ରୁପେ କାର୍ଡ଼ ଗ୍ରାହକ କ୍ଷେତ୍ରରେ ଏନପିସିଆଇର ସଫଳତା

rupayଦେଶର ସମସ୍ତ ଖୁଚୁରା ନେଣଦେଣ ବ୍ୟବସ୍ଥାର ପ୍ରମୁଖ ସଂସ୍ଥା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଦେଶର ୨୦୦ରୁ ଅଧିକ ଜିଲ୍ଲା ସମବାୟ ବ୍ୟାଙ୍କକୁ ରୁପେ ଡ଼େବିଟ କାର୍ଡ଼ ବ୍ୟବସ୍ଥା ମଧ୍ୟକୂ ଆଣିପାରିଛି। ଏହାଫଳରେ ଏନପିସିଆଇ ଦେଶରେ ୬୭୫ଟି ଜିଲ୍ଲାରେ ଥିବା ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ, ଅର୍ବାନ ସମବାୟ ବ୍ୟାଙ୍କ ଓ ସିଡ଼ୁଲ ସମବାୟ ବ୍ୟାଙ୍କର ଦୁଇ ତୃତୀୟାଂଶ ଶାଖାକୁ ଇଲେକଟ୍ରୋନିକ୍ସ କାରବାର ବ୍ୟବସ୍ଥା ମଧ୍ୟକୁ ଆଣିପାରିଛି। ଯେଉଁ ପ୍ରମୁଖ ରାଜ୍ୟରେ ଏହି କାର୍ଯ୍ୟ ହାତକୁ ନିଆଯାଇଛି ସେଗୁଡ଼ିକ ହେଲା ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ଗୁଜୁରାଟ, କେରଳ, ଓଡ଼ିଶା, ହରିୟାନା, ହିମାଚଳପ୍ରଦେଶ, ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ ଓ ତେଲେଙ୍ଗାନା।
ନପିସିଆଇ ସିଇଓ ତଥା ପରିଚାଳନା ନିଦେ୍ର୍ଦଶକ ଏ.ପି.ହୋତା କହିଛନ୍ତି ଯେ, ଏହି ବ୍ୟବସ୍ଥାରେ ଜିଲ୍ଲା ସମବାୟ ବ୍ୟାଙ୍କଗୁଡ଼ିକ ସାମିଲ ହେବା ଫଳରେ ଇଣ୍ଡିଆ ଓ ଭାରତ ମଧ୍ୟରେ ତାରତମ୍ୟ ହ୍ରାସ ପାଇଛି ଏବଂ ଦେଶର ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ସୁଗମ ହୋଇପାରିଛି। ଗ୍ରାହକଙ୍କ ବ୍ୟାଙ୍କ ସେବା ଆବଶ୍ୟକତା ସୁଗମ କରିବା ପାଇଁ ରୁପେ ପ୍ରସ୍ତୁତ କରାଯାଇଛି। ସ୍ୱଳ୍ପ ଅର୍ଥ ସଂପନ୍ନ ଭାରତ ପ୍ରତିଷ୍ଠା ପାଇଁ ରିଜର୍ଭ ବ୍ୟାଙ୍କ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ କରିବା ପାଇଁ ଏନପିସିଆଇ ଉଦ୍ୟମ ଜାରି ରଖିଛି ବୋଲି ସେ କହିଥିଲେ। ଦେଶରେ ବର୍ତ୍ତମାନ ୨୮୦ ନିୟୁତ ରୁପେ କାର୍ଡ଼ ଗ୍ରାହକ ୨.୨ ଲକ୍ଷରୁ ଅଧିକ ଏଟିଏମରେ ଆର୍ଥିକ କାରବାର କରୁଛନ୍ତି।

Share in top social networks!