ଗଲଫ୍ ବଜାରକୁ ଛାଡ଼ିଲା ସିନ୍ଥେଟିକ ଇଞ୍ଜିନ ତୈଳ

dhoniଭାରତର ଅନ୍ୟତମ ଅଗ୍ରଣୀ ତଥା ଦ୍ରୁତ ଅଭିବୃଦ୍ଧିଶୀଳ ଲୁବ୍ରିକାଣ୍ଟ ବ୍ରାଣ୍ଡ ଗଲଫ୍ ଅଏଲ ଲୁବ୍ରିକାଣ୍ଟସ୍ ଇଣ୍ଡିଆ ଲିମିଟେଡ଼ ନୂତନ କିସମ ସିନ୍ଥେଟିକ ଇଞ୍ଜିନ ତେଲ ଗଲଫ୍ ପାୱାର ଟ୍ରାକ୍ ୪ଟି ବଜାରକୁ ଛାଡ଼ିବା ବିଷୟ ଘୋଷଣା କରିଛି। ଲକ୍ଷ୍ନୌଠାରେ ଆୟୋଜିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କ୍ରିକେଟ ତାରକା ମହେନ୍ଦ୍ର ସିଂହ ଧୋନିଙ୍କ ଉପସ୍ଥିତିରେ ଏହି ଇଞ୍ଜିନ ତେଲର ବଜାର ପ୍ରବେଶ ବିଷୟ ଘୋଷଣା କରାଯାଇଥ୍ôଲା। ୧୮୦ସିସିରୁ ଅଧିକ ଇଞ୍ଜିନ କ୍ଷମତା ଥିବା ନୂତନ ପିଢ଼ିର ମୋଟରସାଇକେଲ ପାଇଁ ଏହି ଗଲଫ୍ ପାୱାର ଟ୍ରାକ୍ ୪ଟି ବେଶ ସହାୟକ ହୋଇପାରିବ। ୧୦ଡ଼ବ୍ଲୁ୍ୟ୩୦ ଓ ୧୫ଡ଼ବ୍ଲୁ୍ୟ୫୦ ଗ୍ରେଡରେ ବହୁଗ୍ରେଡ଼ବିଶିଷ୍ଟ ଇଞ୍ଜିତ ତେଲ ଉପଲବ୍ଧ। ଏହି ତେଲରେ ବାଇକ ସର୍ବାଧିକ କାର୍ଯ୍ୟଦକ୍ଷତା ପ୍ରଦାନ କରିପାରିବ।
ଗତ କିଛି ବର୍ଷ ଧରି ଭାରତରେ ୧୮୦ସିସି ଇଞ୍ଜିନରୁ ଅଧିକ କ୍ଷମତାବିଶିଷ୍ଟ ବାଇକର ଚାହିଦା ବୃଦ୍ଧି ପାଇଛି। ଜନସାଧାରଣ ଏହି ଗାଡ଼ି ଚଳାଇ ବେଶ ଆନନ୍ଦ ପାଉଛନ୍ତି। ଏହି ବଡ଼ ବାଇକଗୁଡ଼ିକ ଅଧିକ କାର୍ଯ୍ୟଦକ୍ଷ କରିବା ନିମନ୍ତେ ସିନ୍ଥେଟିକ ଇଞ୍ଜିନ ତେଲ ଗଲଫ୍ ପାୱାର ଟ୍ରାକ୍ ୪ଟି ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି କଂପାନୀର ପରିଚାଳନା ନିଦେ୍ର୍ଦଶକ ରବି ଚାୱଲା। ଭାରତୀୟ କ୍ରିକେଟ ଦଳର କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଏହି ଅବସରରେ କହିଥିଲେ ଯେ, ଗଲଫ ତୈଳ ପରିବାର ସହ ଯୋଡ଼ି ହୋଇ ମୁଁ ଆନନ୍ଦିତ। ଏହି କଂପାନୀ ଭାରତ ଓ ଭାରତ ବାହାରେ ବିଭିନ୍ନ ମୋଟର କ୍ରୀଡ଼ା, ଫୁଟବଲ ଓ କ୍ରିକେଟ ସହ ସଂଶ୍ଲିଷ୍ଟ। ଗଲଫର ଏହି ନୂତନ ତୈଳ ନୂଆ ପିଢ଼ି ମୋଟସାଇକେଲ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସହାୟକ ହେବ ବୋଲି ସେ କହିଥିଲେ।

Share in top social networks!