ବିଶିଷ୍ଟ ଜନନାୟକ ବିଜୁ ପଟ୍ଟନାୟକଙ୍କଶିଳ୍ପାୟନ ସ୍ୱପ୍ନକୁ ପୂରଣ କରିବା ଦିଗରେ ନବୀନ ପଟ୍ଟନାୟକଙ୍କ ନିରନ୍ତର ଉଦ୍ୟମକୁ ଦୃଢକରିବାକୁ ଚେଷ୍ଠା କରୁଛୁ – ନବୀନ ଜିନ୍ଦଲ

Naveen Jindal2“ଆଧୂନିକ ଓଡିଶା ପ୍ରଦେଶର ନିର୍ମାତା ବିଶିଷ୍ଟ ଜନନାୟକ ଶ୍ରୀବିଜୁ ପଟ୍ଟନାୟକ ଶିଳ୍ପାୟନର ବିକାଶରେ ଓଡିଶାକୁ ଅଭିବୃଦ୍ଧି ପଥରେ ଆଗେଇନେବାର ସ୍ୱପ୍ନ ଦେଖିଥିଲେ। ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଜୀ ବିଜୁବାବୁଙ୍କର ସ୍ୱପ୍ନକୁୁ ସାକାରକରିବା ନିମନ୍ତେ ନିରନ୍ତର ଉଦ୍ୟମ ଜାରିରଖିଛନ୍ତି। ସଂଯୋଗବଶତ, ମୋ ପିତାଶ୍ରୀଓପିଜିନ୍ଦଲଙ୍କରବିଜୁବାବୁଙ୍କସହିତଉତମସଂପର୍କରହିଥିଲାଏବଂଏହିସମ୍ପର୍କ ଅନୁଗୁଳଠାରେ ଏକ ଷ୍ଟିଲ୍ ପ୍ଲାଂଟ୍ ପ୍ରତିଷ୍ଠାକରିବା ଦିଗରେପ୍ରେରଣାଯୋଗାଇଥିଲା।ସ୍ୱର୍ଗତଃଓପିଜିନ୍ଦଲଙ୍କର ପୁଅ ହିସାବରେ ଆମର ପ୍ରିୟମୁଖ୍ୟମନ୍ତ୍ରୀଶିଳ୍ପାୟନରବିକାଶ ଦିଗରେକରୁଥିବା ନିରନ୍ତର ପ୍ରୟାସକୁ ଦୃଢକରିବାକୁମୋରସମର୍ଥନ ଯୋଗାଇଦେଉଛି, ” ବୋଲିଜିନ୍ଦଲଷ୍ଟିଲ୍ ଆଣ୍ଡ୍ ପାୱାରଲିମିଟେଡ୍ (ଜେଏସପିଏଲ)ର ଚେୟାରମ୍ୟାନ ଶ୍ରୀ ନବୀନ ଜିନ୍ଦଲଆଜିଭୁବନେଶ୍ୱରରେପ୍ରକାଶକରିଛନ୍ତି।ଚଳିତବର୍ଷଓଡିଶାସେହି ପ୍ରବାଦ ପୁରୁଷଙ୍କରଜନ୍ମଶତବାର୍ଷିକୀ ପାଳନ କରୁଥିବା ଅବସରରେ, ଓଡିଶାରଶିଳ୍ପାୟନ ବିକାଶରେ ଏକ ଅଂଶବିଶେଷହେଇଥିବାରୁଜେଏସପିଏଲ ନିଜକୁଗର୍ବିତମନେକରୁଛିବୋଲିଶ୍ରୀଜିନ୍ଦଲ ପ୍ରକାଶକରିଥିଲେ।
ଜେଏସପିଏଲ ୨୫,୦୦୦ କୋଟି ନିବେଶରେଓଡିଶାର ଅନୁଗୁଳଠାରେ ୬ ଏମଟିପିଏକ୍ଷମତାବିଶିଷ୍ଟ ଏକ ସମନ୍ୱିତଇସ୍ପାତ ପ୍ଲାଂଟ୍ଏବଂକେନ୍ଦୁଝରଜିଲ୍ଲାରବଡବିଲ୍ଠାରେ ୧୦ ଏମଟିପିଏକ୍ଷମତାବିଶିଷ୍ଟ ଏକ ପେଲେଟାଇଜେସନ କମ୍ପ୍ଲେକ୍ସ୍ ପ୍ରତିଷ୍ଠାକରିଛି। ଏହି ପ୍ରକ୍ରିୟାରେଜେଏସପିଏଲରାଜ୍ୟରେ ୨୫୦୦୦ ପ୍ରତ୍ୟେକ୍ଷଏବଂ ଆହୁରି ଅନେକ ଆନୁଷଙ୍ଗିକ ନିଯୁକ୍ତିସୁଯୋଗସୃଷ୍ଟିକରିପାରିଥିବାଶ୍ରୀ ନବୀନ ଜିନ୍ଦଲ ପ୍ରକାଶକରିଛନ୍ତି। ଶ୍ରୀଜିନ୍ଦଲରାଜ୍ୟଶିଳ୍ପବିଭାଗର ପ୍ରମୁଖଶାସନ ସଚିବଶ୍ରୀସଞ୍ଜୀବ୍ଚୋପ୍ରାଙ୍କୁ ମଧ୍ୟ ସାକ୍ଷାତକରିଥିଲେଏବଂଜେଏସପିଏଲର ପ୍ରକଳ୍ପଗୁଡିକର ଅଗ୍ରଗତିସମ୍ପର୍କରେସୂଚନା ଦେଇଥିଲେ।

Share in top social networks!