ରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଜାତ ଦ୍ରବ୍ୟ ରପ୍ତାନୀ ପାଇଁ ବିଶ୍ୱ ବାଣିଜି୍ୟକ କେନ୍ଦ୍ର ସହ ଚୁକ୍ତି ସ୍ୱାକ୍ଷରିତ

mouରାଜ୍ୟର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟଗୁଡିକର ବିଶ୍ୱସ୍ତରୀୟ ମାର୍କେଟିଂ ସୁବିଧା ପାଇଁ ଆଜି ଓଡ଼ିଶା କ୍ଷୁଦ୍ର ଶିଳ୍ପ କର୍ପୋରେସନ୍ ବା ଓଡ଼ିଶା ସ୍ମଲ୍ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛିା ବିଭାଗୀୟ ମନ୍ତ୍ରୀ ଶ୍ରୀ ଯୋଗେନ୍ଦ୍ର ବେହେରା, ପ୍ରମୁଖ ଶାସନ ସଚିବ ଶ୍ରୀ ଗଗନ କୁମାର ଧଳଙ୍କ ଉପସ୍ଥିତିରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ କର୍ପୋରେସନ୍ର ପରିଚାଳନା ନିର୍ଦ୍ଦେଶକ ପାର୍ଥସାରଥୀ ମିଶ୍ର ଓ ମୁମ୍ବାଇ ସ୍ଥିତ ବିଶ୍ୱ ବାଣିଜି୍ୟକ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଏ.ଓ. କୁରୁଭିଲ୍ଲାଙ୍କ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛିା
ଏହି ଅବସରରେ ଏକ ସଂକ୍ଷିପ୍ତ ଅଭିବ୍ୟକ୍ତି ମାଧ୍ୟମରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ଓ.ଏସ୍.ଆଇ.ସି ନିଜର ଐକାନ୍ତିକ ପ୍ରଚେଷ୍ଟା ଦ୍ୱାରା ବିଶ୍ୱ ବାଣିଜି୍ୟକ କେନ୍ଦ୍ରର ସହାୟତାରେ ବିଶ୍ୱ ବାଣିଜ୍ୟ ସାଗରରୁ ମୁକ୍ତା ସଂଗ୍ରହ କରିବାକୁ ଏକ ଛୋଟ ପ୍ରୟାସ କରିଛିା କ୍ଷୁଦ୍ର ଶିଳ୍ପ ରାଜ୍ୟର ଅର୍ଥନୀତିରେ ଅଭିବୃଦ୍ଧି ଘଟାଇବା ସହ ବେକାରୀ ସମସ୍ୟାର ସମାଧାନ ପାଇଁ ବିଜୁବାବୁ ସବୁବେଳେ ସ୍ୱପ୍ନ ଦେଖ# ଆସୁଥ#ଲୋ ରାଜ୍ୟ ଆଜି ତାଙ୍କର ଶତବାର୍ଷିକୀ ଉତ୍ସବ ପାଳନ କରୁଥ#ବା ବେଳେ ଏହି ପ୍ରଚେଷ୍ଟା ତାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ହେବା ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତିା ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ କ୍ଷୁଦ୍ରଶିଳ୍ପର ପୁନରୁଦ୍ଧାର ଓ ବାଣିଜି୍ୟକ ପ୍ରସାର ପାଇଁ ଗୁରୁତ୍ୱ ଆରୋପ କରିଛନ୍ତିା
ସୂଚନା ମୁତାବକ ବିଶ୍ୱ ବାଣିଜି୍ୟକ କେନ୍ଦ୍ର ଅଦ୍ୟାବଧ# ୯୨ଟି ରାଷ୍ଟ୍ରରେ ଏହାର ୩୨୭ଟି କେନ୍ଦ୍ର ପ୍ରତିଷ୍ଠା କରି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ଆନ୍ତର୍ଜାତିକ ବାଣିଜ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତିା ଏମ୍.ଏସ୍.ଏମ୍.ଇ ଦେଶର ଅର୍ଥନୀତିରେ ଅଭିବୃଦ୍ଧିରେ ସହାୟକ ହେବା ସହ ପର୍ଯ୍ୟାପ୍ତ ଆତ୍ମନିଯୁକ୍ତି ସୁଯୋଗ ଆଣି ଦେଇଥାଏା ଭାରତର ଅଭିବୃଦ୍ଧି ଏ କ୍ଷେତ୍ରରେ ଉତ୍ସାହଜନକା ବିଗତ ଦିନଗୁଡିକରେ ଚୀନ ଶୀର୍ଷରେ ଥ#ବା ବେଳେ ଏବେ ଭାରତ ଚୀନ୍ର ସ୍ଥାନ ନେଇପାରିଛି ବୋଲି ଏହି ଉପଲକ୍ଷେ ଆୟୋଜିତ ଆଲୋଚନାରୁ ଜଣାପଡିଛିା ଓଡ଼ିଶା ରପ୍ତାନୀ ନୀତି-୨୦୧୪ ଅନୁସାରେ ଚଳିତ ବର୍ଷଠାରୁ ଆସନ୍ତା ୪ ବର୍ଷ ମଧ୍ୟରେ ୩୪ ହଜାର କୋଟିର ରପ୍ତାନୀଭିତ୍ତିକ ଆୟର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିା ଗତ ଜାନୁଆରୀ ମାସରେ ଓ.ଏସ୍.ଆଇ.ସି ପକ୍ଷରୁ ପ୍ରତିଷ୍ଠା ହୋଇଥ#ବା ଏକ ରପ୍ତାନୀ କକ୍ଷ ବା ଏକ୍ସପୋର୍ଟ ସେଲ୍ ମାଧ୍ୟମରେ କ୍ଷୁଦ୍ର ଶିଳ୍ପୋଦ୍ୟୋଗୀ, ରପ୍ତାନୀକାରୀ ସଂସ୍ଥାମାନଙ୍କୁ ତାଲିକାଭୁକ୍ତ କରାଯାଇ ରେଜିଷ୍ଟ୍ରେସନ୍ କରାଯିବା ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟର ଗୁଣବତ୍ତା ପରୀକ୍ଷା କରାଯାଇ ସେମାନଙ୍କୁ ଭୁବନେଶ୍ୱରସ୍ଥିତ ବିଶ୍ୱ ବାଣିଜି୍ୟକ କେନ୍ଦ୍ର ସହ ସଂଯୋଜିତ କରାଯିବା ବାହାର ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ଏହାର ରପ୍ତାନୀ ପାଇଁ ଆବଶ୍ୟକୀୟ ନିୟମାବଳୀ, ଅନୁସରଣ କରାଯିବା ଖଣିଜ ପଦାର୍ଥ ସମେତ ହସ୍ତତନ୍ତ, ହସ୍ତଶିଳ୍ପ, ସାମୁଦ୍ରିକ ଦ୍ରବ୍ୟ, ସି-ଫୁଡ୍, ଫୁଡ୍ ପ୍ରୋସେସିଂୟୁନିଟ୍ ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ଆଇ.ଟି. ଉତ୍ପାଦିତ ସାମଗ୍ରୀ ଯଥା ସଫଫେଓ୍ୱୟାର ଓ ଅନ୍ୟାନ୍ୟ ଦ୍ରବ୍ୟଗୁଡକ ବିଶ୍ୱ ବିଣିଜି୍ୟକ କେନ୍ଦ୍ର ଜରିଆରେ ରପ୍ତାନୀ କରାଯିବା ଏହି ଏକ୍ସପୋର୍ଟ ମାର୍କେଟିଂ ପାଇଁ ଓ.ଏସ୍.ଆଇ.ସି ଭିତ୍ତିଭୂମି ସୁଯୋଗ, ଉଦ୍ୟୋଗୀମାନଙ୍କୁ ଲାଇସେନ୍ସ&୍ ପ୍ରଦାନ, ଲଜିଷ୍ଟିକ୍ ସପୋର୍ଟ ଆଦି ଯୋଗାଇଦେବାର ଦାୟିତ୍ୱ ନେଇଛନ୍ତିା
ଅଦ୍ୟାବଧ# ଭୁବନେଶ୍ୱର, କଟକ, କୋରାପୁଟ, ଢେଙ୍କାନାଳ, ସମ୍ବଲପୁର, ବାଲେଶ୍ୱର, ରାଉରକେଲାଠାରେ ୧୦୦ଟି ଏମ୍.ଏସ୍.ଏମ୍.ଇ କ୍ଲଷ୍ଟର ଓ ୩୫ଟି ସର୍ବୋତ୍କୃଷ୍ଟ ଉତ୍ପାଦ ଚିହ୍ନିତ ହୋଇପାରିଛି ବୋଲି ଜଣାପଡିଛିା
ଆଜିର ଏହି ବାଣିଜି୍ୟକ ଚୁକ୍ତିନାମା ସ୍ୱାକ୍ଷର ଅଧ#ବେଶନରେ ଅନ୍ୟମାନଙ୍କ ମଧ୍ୟରେ କଟକସ୍ଥିତ ବୈଦେଶିକ ବାଣିଜ୍ୟ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ଡାଇରେକଫର ଜେନେରାଲ
ଶ୍ରୀ ଏଡ଼୍. ବୈଦ୍ୟନାଥନ୍, ବିଶ୍ୱ ବାଣିଜି୍ୟକ କେନ୍ଦ୍ର, ଭୁବନେଶ୍ୱର ଶାଖାର ଟ୍ରେଡ୍ ରିସର୍ଚ୍ଚ ନିମେଶିକା ନଟରାଜନ୍, ଓଡ଼ିଶା ଏକ୍ସପୋର୍ଟ ପ୍ରମୋସନ୍ ମାର୍କେଟିଂର ନିର୍ଦ୍ଦେଶକ ବିଜୟ କୁମାର ଦାସ ଏବଂ ଓ.ଏସ୍.ଆଇ.ସିର ସମସ୍ତ କର୍ମକର୍ତ୍ତା ତଥା ଷ୍ଟେକ୍ ହୋଲଡର୍ସମାନେ ଉପସ୍ଥିତ ଥ#ଲୋ

Share in top social networks!