ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜିକରଣ ଅବଧ# ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଂପ୍ରସାରିତ

ଚଳିତ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କୃଷକ ମାନଙ୍କର ପଞ୍ଜୀକରଣ ସମୟସୀମାକୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ କରାଯାଇଛି । ଆଜି ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ କୃଷି ଓ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏ ସମ୍ବନ୍ଧୀୟ ସଦ୍ୟତଥ୍ୟ ଓ ବିଷୟବସ୍ତୁ ଉପସ୍ଥାପନ କରିଥ#ଲେ । ଚଳିତ ବର୍ଷ ଚାଷ କାମର ଅଗ୍ରଗତି ଏବଂ ଫସଲ ବୀମା ବାବଦରେ ଭାରତ ସରକାରଙ୍କ ପରାମର୍ଶ ପରିପ୍ରେକ୍ଷୀରେ ଏହି ସମୟସୀମା ଧାର୍ଯ୍ୟ କରିବା ପାଇଁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଥ#ଲେ ।

ଗ୍ରାମ ଓ ପଞ୍ଚାୟତ ସ୍ତରରେ ଫସଲବୀମା ବାବଦରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରି ଅଧ#କରୁ ଅଧ#କ ସଂଙ୍ଖ୍ୟକ କୃଷକ ମାନଙ୍କୁ
ବୀମାଭୁକ୍ତ କରିବା ପାଇଁ ମଧ୍ୟ ଶ୍ରୀ ବାଲାକ୍ରିଷ୍ଣନ୍ ନିର୍ଦ୍ଦେଶ ଦେଇଥ#ଲେ । ଋଣ ନେଉଥ#ବା ଚାଷୀମାନେ ବ୍ୟାଙ୍କ୍ ମାଧ୍ୟମରେ ପଞ୍ଜୀକୃତ ହେବେ । ଋଣ ନେଉନଥ#ବା ଚାଷୀମାନେ ମଧ୍ୟ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପ୍ରିମିୟମ ଦାଖଲ କରି ପଞ୍ଜୀକୃତ ହୋଇ ପାରିବେ । ଏଥ#ନିମନ୍ତେ ପ୍ରସ୍ତୁତ ଏକ ନିର୍ଦ୍ଦିଷ୍ଟ ଫର୍ମକୁ
ବୈଠକରେ ଅନୁମୋଦନ କରାଯାଇଥ#ଲା । ଋଣ କରୁନଥ#ବା ଚାଷୀମାନେ ନିଜର ଚାଷ ବିଷୟରେ ଏହି ଫର୍ମରେ ଆବେଦନ
କରିବେ । ଫର୍ମକୁ ରେଭିନୁ୍ୟ ଇନ୍ସ୍ପେକଫର ବା ଭି.ଏଲ୍ .ଡବ୍ଲୁ୍ୟ ପ୍ରମାଣିତ କରିବେ ।

ବୈଠକପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ସମବାୟ ସମିତି ମହାନିର୍ଦ୍ଦେଶକ ଶ୍ରୀ ଶଶିଭୁଷଣ ପାଢ଼ୀ କହିଥ#ଲେ ଯେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୨ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି । ଗତବର୍ଷ କୃଷି ବୀମା ଯୋଜନାରେ ପ୍ରାୟ ୨୧ ଲକ୍ଷ ଚାଷୀ ବୀମାଭୁକ୍ତ ହୋଇଥ#ଲେ । ଚଳିତ ବର୍ଷ ଗ୍ରାମ ପଞ୍ଚାୟତକୁ ଫସଲବୀମାୟୁନିଟ୍ ଭାବେ ନିଆଯାଇଛି । ଅଧ#କ ସଂଙ୍ଖ୍ୟକ ଚାଷୀଙ୍କୁ ପଞ୍ଜୀକୃତ କରିବା ନିମନ୍ତେ ବ୍ଳକ୍ ଓ
ପଂଚାୟତ ସ୍ତରରେ ବୀମା କମ୍ପାନୀ, କୃଷି ବିଭାଗ, ସମବାୟ ବିଭାଗ ଓ ରାଜସ୍ୱ ବିଭାଗଙ୍କ ମିଳିତ ସହଯୋଗିତାରେ
ସଚେତନତା ଓ ସଂପ୍ରସାରଣ କାର୍ଯ୍ୟ କରାଯାଉଛି । ଚଳିତ ଖରିଫ ଋତୁ ପାଇଁ ଧାନ, ଚିନାବାଦାମ, କପା, ହଳଦୀ ଓ ଅଦା
ଆଦି ଫସଲକୁ ବୀମା ଅନ୍ତର୍ଭୁକ୍ତ କରାଯାଉଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, କୃଷି ପାଣିପାଗ ଭିତିରେ ଫସଲଓ୍ୱାରୀ ହେକଫର ପିଛା କ୍ଷତିଭରଣା ପାଇଁ ବୀମାଚୁକ୍ତି
ରାଶି ସ୍ଥିର କରାଯାଇଛି । ତଦନୁସାରେ ଟେଣ୍ଡର ମାଧ୍ୟମରେ ବୀମାର ପ୍ରିମିୟମ ରାଶି ମଧ୍ୟ ସ୍ଥିର ହୋଇଛି । ସ୍ଥିରିକୃତ
ବୀମା ପ୍ରିମିୟମର ୨% ଭାଗ ଚାଷୀ ଦେବେ ଏବଂ ଅବଶିଷ୍ଟ ଭାଗ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ୫୦:୫୦
ଅନୁପାତରେ ଦେବେବୋଲି ନିଷ୍ପତ୍ତି ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯଥା ବିଜୁଳି ଜନିତ ଅଗ୍ନିକାଣ୍ଡ, ବାତ୍ୟା, ବନ୍ୟା,
କୁଆପଥର, ଭୁÕଳନ,ମରୁଡି, ରୋକପୋକ ଜନିତ ଫସଲ କ୍ଷତି ଏହି ବୀମାର ଅନ୍ତର୍ଭୁକ୍ତ ହେବ । ଏହାଛଡା, ଫସଲ କଟାର
ପରବର୍ତ୍ତି ୧୪ ଦିନ ମଧ୍ୟରେ ବାତ୍ୟା କିମ୍ବା ଅଦିନିଆ ବର୍ଷା ଯୋଗୁ ଫସଲ କ୍ଷତିଗ୍ରସ୍ତ ହେଲେ ମଧ୍ୟ ସଂପୃକ୍ତ ଅଞ୍ଚଳର
ପ୍ରତ୍ୟେକ ବୀମାଭୁକ୍ତ ଚାଷୀ ନିୟମ ଅନୁଯାୟୀ କ୍ଷତିପୁରଣ ପାଇବେ ।
ବୈଠକରେ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ ମେହେର୍ଦ୍ଦା, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ୍ର ପରିଚାଳା ନିର୍ଦ୍ଦେଶକ
ଶ୍ରୀ ତୁଷାରକାନ୍ତ ପଣ୍ଡାଙ୍କ ସମେତ କୃଷି, ସମବାୟ ବିଭାଗର ବରିଷ୍ଠ ଅଧ#କାରୀ ଏବଂ ବୀମା କମ୍ପାନୀର ପ୍ରତିନିଧ# ମାନେ
ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!