‘ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ସ୍ମାରକୀ ଗଣଦୌଡ଼’ ପୁରୀ ଗାନ୍ଧି ଘାଟରୁ ଶୁଭାରମ୍ଭ

puriiପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ପାଳନ ମାର୍ଚ୍ଚ ୫ ତାରିଖରୁ ମହାସମାରୋହରେ ଆରମ୍ଭ କରାଯାଇଛି। ବର୍ଷ ତମାମ ବିଭିନ୍ନ ସ୍ତରରେ ରାଜ୍ୟ ଏବଂ ରାଜ୍ୟ ବାହାରେ ତଥା ବିଦେଶରେ ଏହି ଆଦର୍ଶ ପୁରୁଷଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଏବଂ ସେଥିନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି।

ଏହି ପରିପ୍ରେକ୍ଷୀରେ ବିଜୁ ଜନ୍ମ ଶତବାର୍ଷିକୀ କମିଟିର ନିଷ୍ପତ୍ତି ଅନୁଯାୟୀ ‘ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ସ୍ମାରକୀ ଗଣଦୌଡ଼’ଜୁଲାଇ ୧୯ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୯ କ୍ରାନ୍ତିଦିବସ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମର ମହାନ କ୍ରାନ୍ତିକାରୀଙ୍କ କର୍ମଭୂମି, ଜନ୍ମଭୂମି ଓ ସହିଦ ପୀଠରେ ଆୟୋଜନ ହେଉଛି।

ଆଜି ସ୍ମାରକୀ ଗଣଦୌଡ଼ର ଶୁଭାରମ୍ଭ ପୁରୀ ପିକେଡିଏ ଛକସ୍ଥିତ ମହାନ୍‌ କ୍ରାନ୍ତିକାରୀ ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିବା ପରେ ସକାଳ ୭.୩୦ ମିନିଟ୍‌ରେ ଏକ ଜ୍ୟୋତି ବାହାରି ଗାନ୍ଧିଘାଟ ଠାରେ ପହଞ୍ଚôଥିଲା। ସକାଳ ୮ଟା ସମୟରେ ଗାନ୍ଧିଘାଟ ଠାରୁ
ସ୍ମାରକୀ ଗଣଦୌଡ଼ ଆରମ୍ଭ ହେବା ପୂର୍ବରୁ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମନ୍ତ୍ରୀ ତଥା ନବକଳେବର ଅଧ୍ୟକ୍ଷ
ମହେଶ୍ୱର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଜୁ ଜନ୍ମ ଶତବାର୍ଷିକୀ କମିଟିର ଆବାହକ ଶ୍ରୀ ବେଦପ୍ରକାଶ ଅଗରୱାଲା ମନ୍ତ୍ରୀ
ଦେବୀ ପ୍ରସାଦ ମିଶ୍ର, ସଂଜୟ କୁମାର ଦାସବର୍ମା, ପୁରୀ ଯୋଜନା ବୋର୍ଡ ଅଧ୍ୟକ୍ଷ ସମୀର ରଞ୍ଜନ ଦାସ, ବିଧାୟକ ସୁରେନ୍ଦ୍ର ସେଠୀ ପ୍ରମୁଖ
ଯୋଗଦେଇ “ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶା ଗଠନରେ ବିଜୁବାବୁଙ୍କର ଉଲ୍ଲେଖନୀୟ ଯୋଗଦାନ ସଂପର୍କରେ ଆଲୋଚନା କରିଥିଲେ।
ବିଜୁବାବୁ ଥିଲେ ଓଡ଼ିଆମାନଙ୍କର ପ୍ରେରଣାର ଉତ୍ସ। ତାଙ୍କ ସାଧନା ଓ ସିଦ୍ଧି ସବୁବେଳେ ଓଡ଼ିଆମାନଙ୍କୁ ଆଗକୁ ଯିବାକୁ ପ୍ରେରଣା
ଦେଉଥିବ। ଏହି ସ୍ମୃତିକୁ ଆଧାର କରି ତାଙ୍କର ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶାର ସର୍ବାଙ୍ଗୀନ ବିକାଶରେ ନିଜକୁ ଉତ୍ସର୍ଗ କରିବା
ପାଇଁ ସମସ୍ତେ ଆଗଭର ହେବା ଉଚିତ୍‌। ବିଜୁ ଜନ୍ମ ଶତବାର୍ଷିକୀ ବର୍ଷରେ ଏହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଏବଂ ତାଙ୍କ
ସ୍ମୃତିଚାରଣ ସହିତ ତାଙ୍କ ଆଦର୍ଶର ପ୍ରସାର ପ୍ରଚାର ପାଇଁ ଏହି ଗଣଦୌଡ଼ର ପ୍ରାସଙ୍ଗିକତା” ସଂର୍ପକରେ ମତବ୍ୟକ୍ତ କରିଥିଲେ।

ଓଡ଼ିଶାର ନବଜାଗରଣରେ ପଞ୍ଚସଖା ଉକ୍ରଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଦାସ, ପଣ୍ଡିତ କୃପାସିନ୍ଧୁ
ମିଶ୍ର ଓ ପଣ୍ଡିତ ଗୋଦାବରିଶ ମିଶ୍ରଙ୍କର ପ୍ରମୁଖ ଭୂମିକା ଥିଲା। ସଂସ୍କୃତି ଠାରୁ ଆରମ୍ଭ କରି ସମାଜନୀତି ପର୍ଯ୍ୟନ୍ତ ଓଡ଼ିଶାର ଜନଜୀବନକୁ
ଏହି ବରେଣ୍ୟ ପଞ୍ଚସଖା ବିଶେଷ ଭାବେ ପ୍ରଭାବିତ କରିଥିଲେ। ଏହି ପ୍ରଭାବ ଏ ପର୍ଯ୍ୟନ୍ତ ବି ଅବ୍ୟାହତ ରହିଛି ଏବଂ ପୁରୀ ଜିଲ୍ଲାର
ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ଚାଖି ଖୁଣ୍ଟିଆ (ଚନ୍ଦନ ହଜୁରୀ)। ଭାରତର ତଥାକଥିତ ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ଚନ୍ଦନ
ହଜୁରୀଙ୍କର ପ୍ରମୁଖ ଭୂମିକା ଥିଲା। କିନ୍ତୁ ଇତିହାସରେ ତାଙ୍କୁ ନ୍ୟାଯ୍ୟ ସ୍ଥାନ ମିଳିନାହିଁ।

ଏବେବି ଏହି ଜଗନ୍ନାଥ ଭକ୍ତ, କବି ଓ ସ୍ୱାଧୀନତାସଂଗ୍ରାମୀଙ୍କର ତ୍ୟାଗ ଓଡ଼ିଆମାନଙ୍କୁ ଚିରକାଳ ମାର୍ଗ ଦର୍ଶାଉଥିବ ବୋଲି କହିଥିଲେ। ସ୍ମାରକୀ ଗଣଦୌଡ଼ ଗାନ୍ଧିଘାଟ ଠାରେ ମହେଶ୍ୱର ମହାନ୍ତି ଓ ସ୍ମୃତିକମିଟି ଆବାହକ ବେଦପ୍ରକାଶ ଅଗରୱାଲା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଗଣଦୌଡ଼ରେ ସାମିଲ ହୋଇଥିବା
୫୦୦ରୁ ଊଦ୍ଧ୍ୱର୍ ସମାଜର ବିଭିନ୍ନ ବର୍ଗର ଯୁବ ଓ ଛାତ୍ର କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ଳୋଗାନ ଦେଇ ସୁଭାଷ ବୋଷ ଛକ
ରାସ୍ତା ହୋଇ ମେଡିକାଲ୍‌ ଛକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚôଥିଲେ। ଏହି ଗଣଦୌଡ଼ କାର୍ଯ୍ୟକ୍ରମକୁ ପୁରୀ ନଗରପାଳ
ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଳା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର, ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂ, ପୌର ଉପାଧ୍ୟକ୍ଷା
ଶାନ୍ତିଲତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶଖୀମଣି ବରାଳ, ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର, କାକଟପୁର ବ୍ଲକ ଅଧ୍ୟକ୍ଷ
ସ୍ୱାଧୀନ ନାୟକ, ଯୁବନେତା ସୁବାଶିଷ ଖୁଣ୍ଟିଆ, ଛାତ୍ରନେତା ଭଗବାନ ପଢ଼ିଆରୀ ପ୍ରମୁଖ ସୁପରିଚାଳନା କରିଥିଲେ।