୧୦ମ ଯୁବ ଜ୍ୟୋତିର୍ବିିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାର ଶୁଭାରମ୍ଭ

cmastroଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, ବିଜ୍ଞାନ ଓ ପ୍ରଯୁକ୍ତି ତଥା ଗ୍ରାମୀଣ ବିକାଶ (ଗ୍ରାମୀଣ ଜଳ ଯୋଗାଣ) ବିଭାଗ ମନ୍ତ୍ରୀ ଡଃ ପ୍ରଦୀପ ପାଣିଗ୍ରାହୀ ଆଜି ରାଜ୍ୟ ସଚିବାଳୟରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ୧୦ମ ସଂସ୍କରଣର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ମୁଖ୍ୟ ସଚିବ ଶ୍ରୀ ସି.ଜେ ବେଣୁଗୋପାଳ, ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ନିଦେ୍ର୍ଦଶକ ଶ୍ରୀ କୈଳାଶ ଚନ୍ଦ୍ର ସାହୁ ଓ ଟାଟା ଷ୍ଟିଲ ଗୋପାଳପୁର ପ୍ରକଳ୍ପର ଭାଇସ ପ୍ରେସିଡେଂଟ ଓ ଟାଟା ଷ୍ଟିଲ ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ଅରୁଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

୨୦୧୬-୧୭ ୟାଟସ୍ର ସୂଚନା ପୁସ୍ତିକା ଉନ୍ମୋଚନ କରିବା ଅବସରରେ ଡଃ ପାଣିଗ୍ରାହୀ ଟାଟା ଷ୍ଟିଲର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ସମାଜର ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ୟାଟସ୍ ଭଳି ଶିକ୍ଷା ଭିତିକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ସୃଷ୍ଟି କରିବାରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।

ରାଜ୍ୟର ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଗୋଷ୍ଠୀ ବିକାଶ ଭଳି କ୍ଷେତ୍ରରେ ଏକ ସକରାତ୍ମକ ପରିବର୍ତନ ଆଣିବା ପାଇଁ ଟାଟା ଷ୍ଟିଲ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ମିଶ୍ର ଏହି ଅବସରରେ ପ୍ରକାଶ କରିଥିଲେ। ଚଳିତ ବର୍ଷ ୟାଟସ୍ର ୧୦ମ ସଂସ୍କରଣ ପାଳନ ଅବସରରେ ଅଧିକ ଛାତ୍ରଛାତ୍ରୀଙ୍କ ଯୋଗଦାନ ଓ ଏହାକୁ ଉଚ୍ଚସ୍ତରକୁ ନେବା ଲକ୍ଷ୍ୟରେ ଏହି ପ୍ରତିଯୋଗିତାର ଢାଂଚାରେ କେତେକ ପରିବର୍ତନ ଅଣାଯାଇଛି ବୋଲି ସେ ପ୍ରକାଶ କରିଥିଲେ।

୨୦୦୭ରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ଟାଟା ଷ୍ଟିଲ ପକ୍ଷରୁ ଆୟୋଜିତ ହେଉଥିବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦେ୍ଦଶ୍ୟ ହେଉଛି ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର କିମ୍ବଦନ୍ତୀ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନ ସମ୍ପର୍କରେ ଅବଗତ କରାଇବା। ଏହାସହିତ ଓଡ଼ିଶାର ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଜ୍ଞାନର ପରୀକ୍ଷା ଓ ପରିପ୍ରକାଶ ପାଇଁ ଉପଯୁକ୍ତ ମଂଚ ପ୍ରଦାନ କରି ମହାକାଶ ବିଜ୍ଞାନ କ୍ଷେତ୍ରରେ ପ୍ରତିଭାଙ୍କ ଚିହ୍ନଟ ଓ ପ୍ରସାର କରିବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି।

ଚଳିତ ବର୍ଷ ୟାଟସ୍ ସଂସ୍କରଣରେ ରାଜ୍ୟ ମଧ୍ୟରେ ଚିହ୍ନଟ ହୋଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜନ କେନ୍ଦ୍ରରେ ପ୍ରବନ୍ଧ ପ୍ରତିଯୋଗିତା ଓ ଜ୍ୟୋତିର୍ବିଜ୍ଞାନ ଉପରେ ସଂକ୍ଷିପ୍ତ ପ୍ରଶ୍ନ-ଉତର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେହି କେନ୍ଦ୍ର ଗୁଡ଼ିକରେ ୭ମ ଏବଂ ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜ୍ୟୋତିର୍ବିଜ୍ଞାନ ଉପରେ ଏକ ଓପନ୍ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେବ।

ପ୍ରବନ୍ଧ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ନିମ୍ନଲିଖିତ ବିଷୟବସ୍ତୁ ମଧ୍ୟରୁ ଯେ କୌଣସି ଗୋଟିଏ ଉପରେ ପ୍ରବନ୍ଧ ରଚନା କରିବାକୁ ପଡ଼ିବ:

• ଆଗାମୀ ପିଢିର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ନିର୍ମାଣ
• ମହାକାଶ ପର୍ଯ୍ୟଟନ: ମାନବଧାରୀ ମହାକାଶ ଯାନ ଓ ତା’ର ଭବିଷ୍ୟତ
• ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଭବିଷ୍ୟତ: ଆଗାମୀ ସୀମାନ୍ତ
• ନୂତନ ପିଢିର ଦୂରବୀକ୍ଷଣ ଯନ୍ତ୍ର: ଅଦେଖା ଜିନିଷକୁ କେମିତି ଦେଖିବା

ପ୍ରତ୍ୟେକ ଜିଲ୍ଲାରୁ ୨ଜଣ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ଭୁବନେଶ୍ୱରଠାରେ ଡିସେମ୍ବର ୧୩, ୨୦୧୬ରେ ହେବାକୁଥିବା ଗ୍ରାଣ୍ଡ ଫିନାଲେ ପାଇଁ ଆମନ୍ତ୍ରିତ କରାଯିବ। ଶେଷରେ ୨୦ ଜଣ ବିଜେତାଙ୍କୁ ସ୍ୱତନ୍ତ୍ର ରୂପେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ)ର ଯେ କୌଣସି ପ୍ରମୁଖ କେନ୍ଦ୍ରକୁ ପରିଦର୍ଶନ ଯାତ୍ରା ନିମନ୍ତେ ନିଆଯିବ।

Share in top social networks!