ଭାରତ – ଆମେରିକା ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଆମେରିକାର ଶକ୍ତି ସଚିବଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

13709959_1062527433830835_1059314570244938547_nକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଆମେରିକା ଗସ୍ତ ସମୟରେ ଆମେରିକାର ସେକ୍ରେଟାରୀ ଫର ଏନର୍ଜି ଡ. ଅର୍ନଷ୍ଟ ମୋନିଜଙ୍କ ସହ ବାଶିଙ୍ଗଟନ ଠାରେ ସାକ୍ଷାତ ଆଲୋଚନା କରିବା ସହ ଦୁଇ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରର ସହଯୋଗ ଉପରେ ଆଲୋଚନା କରିଛନ୍ତି।

ଏହି ଦ୍ୱିପାକ୍ଷିକ ସାକ୍ଷାତ ଆଲୋଚନା ସମୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଚାଲୁଥିବା କାର୍ଯ୍ୟକ୍ରମର
ସମୀକ୍ଷା କରିବା ସହ ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଶକ୍ତି କ୍ଷେତ୍ରର ସମ୍ପର୍କ କିପରି ଆହୁରି ମଜବୁତ ହେବ
ସେଥି ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ।
ଭାରତରେ ସମୁଦ୍ର ଓ ସ୍ଥଳ ଭାଗରେ ଥିବା ପାରମ୍ପରିକ ଓ ଅଣ ପାରମ୍ପରିକ ହାଇଡ୍ରୋକାର୍ବନ ସମ୍ପଦର ଗଚ୍ଛିତ ମାତ୍ରାକୁ
ଆମେରିକାର ସହଯୋଗରେ ଆକଳନ କରିବା ପାଇଁ ପଦକ୍ଷେପ ନେବାକୁ ଦୁଇ ନେତା ସହମତି ପ୍ରକାଶ କରିଥିଲେ।
ସାରା ବିଶ୍ୱରେ ପରିବେଶର ସୁରକ୍ଷା ଏକ ଗୁରୁତ୍ୱପୂର୍ଣ ଆହ୍ୱାନ ହେଉଥିବା କାରଣରୁ ଦ୍ୱିତୀୟ ପୀଢୀ ଇଥାନୋଲ ଓ
ବାୟୋଫୁଏଲ ଉତ୍ପାଦନ ବୃଦ୍ଧି ପାଇଁ ଦୁଇ ଦେଶ ମଧ୍ୟରେ ନୂତନ ଜ୍ଞାନକୌଶଳର ଆଦାନ ପ୍ରଦାନ ଉପରେ ତ୍ୱରିତ
ପଦକ୍ଷେପ ନେବାକୁ ଉଭୟ ନେତା ଗୁରୁତ୍ୱ ଆରୋପ କରିଥିଲେ।
ଭାରତର ଶକ୍ତି ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଦେଶରେ ପେଟ୍ରୋଲିୟମଜାତ ପଦାର୍ଥର ସଂରକ୍ଷଣ ବ୍ୟବସ୍ଥା
ଆହୁରି ସମ୍ପ୍ରସାରିତ କରିବା ପାଇଁ ଆମେରିକା ସହଯୋଗ ଯୋଗାଇ ଦେବ ବୋଲି ସହମତି ପ୍ରକାଶ ପାଇଥିଲା।
ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଜୁନ ୨୦୧୬ ଆମେରିକା ଗସ୍ତ ଅବସରରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ
ବିଷୟ ସମେତ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ ହେବାର ଯୋଜନା ହୋଇଥିଲା ସେ ଗୁଡିକର
ଉଭୟ ନେତା ସମୀକ୍ଷା କରିଥିଲେ।
ଉଭୟ ଦେଶ ମଧ୍ୟରେ କ୍ଷୁଦ୍ର ଫିଲ୍ଡ ମାନଙ୍କରୁ ଉତ୍ପାଦନ ପାଇଁ ନୂତନ ଜ୍ଞାନକୌଶଳର ବ୍ୟବହାର, ଗ୍ୟାସ ପାଇପଲାଇନ
ନେଟବାର୍କ ପ୍ରସ୍ତୁତି ତଥା ତୈଳ ବିଶୋଧନ କ୍ଷେତ୍ରରେ ନୂଆ ଜ୍ଞାନ କୌଶଳ ଓ ଉନ୍ନତ ମାନ ପାଇଁ ଉଭୟ ଦେଶ ମଧ୍ୟରେ
ସହଯୋଗ ପାଇଁ ଆଲୋଚନା ହୋଇଥିଲା।
ଦୁଇ ଦେଶର ଶକ୍ତି କ୍ଷେତ୍ରର ସହଯୋଗ ବଢୁଥିବା ପରିପ୍ରେକ୍ଷୀରେ ଉଭୟ ଦେଶର ଅଧିକାରୀ ଓ ବିଶେଷଜ୍ଞ ସ୍ତରରେ
ନିୟମିତ ବ୍ୟବଧାନରେ ବୈଠକ କରି କାର୍ଯ୍ୟର ସମୀକ୍ଷା କରିବାକୁ ଗୁରୁତ୍ୱ ଆରୋପ କରିଥିଲେ।
ଏହି ଦ୍ୱିପାକ୍ଷିକ ଆଲୋଚନା ସମୟରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ତଥା ଅଏଲ ଏଂଡ ନେଚୁରାଲ ଗ୍ୟାସ
କର୍ପୋରେସନ, ଇଣ୍ଡିଆନ ଅଏଲ କର୍ପୋରେସନ ଓ ଗ୍ୟାସ ଅଥରିଟି ଅଫ ଇଣ୍ଡିଆ ଲିମିଟେଡର ସିଏମଡି ମାନେ ଉପସ୍ଥିତ
ଥିଲେ।

Share in top social networks!