ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ମଣିଷ ଓ ପଶୁପକ୍ଷୀ ମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ବୃକ୍ଷଲତାର ଆବଶ୍ୟକ ରହିଛି। ବୃକ୍ଷଲତାର ଅବକ୍ଷୟକୁ ଦୃଷ୍ଟିରେ ରଖି ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ପକ୍ଷରୁ ରେଡକ୍ରସ ଭବନ ପରିସରରେଏକ ବୃକ୍ଷରୋପଣ ଓ ସାଧାରଣ ସଭାର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ମାନ୍ୟବର ମେୟର ଭୂବନେଶ୍ୱର ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା କହିଲେ ଯେ, ଯୁବ ସମାଜ ବିଶ୍ୱାସ ଓ ଭରସାର ପ୍ରତୀକ। ପ୍ରତ୍ୟେକ ଯୁବ ସ୍ୱେଚ୍ଛାସେବୀ ଗଛଟିଏ ଲଗାଇ ଯନô ନେବା ସହ ଅନ୍ୟମାନଙ୍କୁ ଗଛ ଲଗାଇବା ପାଇଁ ଅନୁପ୍ରେରିତ କରିବା ଦରକାର। ସଚେତନତା ହିଁ ପ୍ରଗତିର ମୁଳମନ୍ତ୍ର। ଏଥିପାଇଁ ସମସ୍ତେ ଆଗେଇଆସି ଏ ଅଭିଯାନକୁ ସଫଳ କରିବାକୁ ଆହ୍ୱାନ କରିଥିଲେ।

plantମାନ୍ୟବର ବିଧାୟକ, ଭୂବନେଶ୍ୱର ମଧ୍ୟ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଚାରା ରୋପଣ ଓ ପରିବେଶ ପରିଚ୍ଛନ୍ନତା ସଂପର୍କରେ ଆଲୋକପାତ କରିଥିଲେ। ସବୁଜ ଓ ପରିସ୍କାର ପରିବେଶ ଗଠନ ଅଭିଯାନରେ ଔଷଧିୟ ବୃକ୍ଷର ବିପୁଳ ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତିନିକ ସଚିବ ଡ. ଚକ୍ରଧର ପଣ୍ଡା ମତବ୍ୟକ୍ତ କରିଥିଲେ ଯେ, ପାଣିପାଗ ପରିବର୍ତ୍ତନ ଯୋଗୁଁ ମଣିଷର ସ୍ୱଭାବିକ ଜୀବନ ଯାତ୍ରା ବ୍ୟାହତ ହେଉଛି। ପୂର୍ବରୁ ୬ଟି ଋତୁ ଅନୁଭୁତ ହେଉଥିବା ବେଳେ ଏବେ ମାତ୍ର ଦୁଇଟି ଋତୁ ଅନୁଭୁତ (ଖରା ଏବଂ ବର୍ଷା) ହେଉଛି। ଏ ସବୁକୁ ମୁକାବିଲା କରିବା ପାଇଁ ବହୁଳ ଭାବେ ବୃକ୍ଷ ରୋପଣ ହେବା ଦରକାର। ସେ ସୁଚାଇ ଥିଲେ ଯେ, ପ୍ରତ୍ୟେକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ଜୁନିଅର ତଥା ଯୁବ ରେଡକ୍ରସ ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିବା ପାଇଁ ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ତରଫରୁ ପଦକ୍ଷେପ ନିଆଯାଇଛି।

ଯୁବ ରେଡକ୍ରସ ଅଧିକାରୀ ଡଃ. ମେଜର କଳ୍ପନା ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ସମସ୍ତ ମହାବିଦ୍ୟାଳୟ ମାନଙ୍କରେ ଯୁବ ରେଡକ୍ରସ ମାଧ୍ୟମରେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇ ବର୍ତ୍ତମାନ ପର୍ଯ୍ୟନ୍ତ ୧୧,୮୬୩ଟି ଗଛ ଲଗାଯାଇଥିବାର ସୂଚନା ଦେଇଥିଲେ। ଏବଂ ସେ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହେଉଥିବା ଦୁରାରୋଗ୍ୟ ବ୍ୟାଧିକୁ ଔଷଧିୟ ବୃକ୍ଷ ହିଁ ଆରୋଗ୍ୟ କରିବା ପାଇଁ ସମର୍ଥ ହେବ। ଏଥିପାଇଁ ଗଛ ଲଗାଇବାର ତାତ୍ପର୍ଯ୍ୟ ରହିଛି। ତେଣୁ ପ୍ରତ୍ୟେକ, ସ୍ନେହ ଓ ଶ୍ରଦ୍ଧା ସହକାରେ ଗଛଟିଏ ଲଗାଇ ତାର ଯନô ନେବା ଦରକାର।

ମାନ୍ୟବର ବିଧାୟକ, ଭୂବନେଶ୍ୱର ମଧ୍ୟ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି ଏବଂ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ରେଡକ୍ରସ ଭବନ ପରିସରରେ ଅଶୋକ, ନିମ୍ବ, ଅଁଳା, ଅର୍ଜୁନ, କୃଷ୍ଣଚୂଡା, ବଉଳ ଇତ୍ୟାଦି ପ୍ରକାରର ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟି କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜୁନିଅର ତଥା ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ଓ ପରାମର୍ଶଦାତା ଏବଂ ରେଡକ୍ରସରର ଆଜୀବନ ସଦସ୍ୟ ଓ ସମସ୍ତ କର୍ମଚାରୀ ଯୋଗଦାନ କରିଥିଲେ।

ଏତଦ୍ ବ୍ୟତୀତ ପରିଶେଷରେ ବର୍ତ୍ତମାନ ପରିସ୍ଥିତିରେ ଡେଙ୍ଗୁର ଭୟାବହତାକୁ କିପରି ଜୁନିୟର ରେଡକ୍ରସ୍ ଓ ଯୁବ ରେଡକ୍ରସ ସ୍ୱେଚ୍ଛାସେବୀ ମାନଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କାରଯାଇ ଡେଙ୍ଗୁକୁ ରୋକାଯାଇ ପାରିବ ଏହି ସଂକ୍ରାନ୍ତୀୟ ଏକ ଆଲୋଚନାଚକ୍ର ଜୁନିୟର ରେଡକ୍ରସ୍ ଓ ଯୁବ ରେଡକ୍ରସ ପରାମର୍ଶଦାତା ମାନଙ୍କୁ ନେଇ ଅନୁଷ୍ଠିତ କରାଯାଇଥିଲା।

Share in top social networks!