ରେସନ କାର୍ଡର ଅନିୟମିତତା, ଚିଟ୍‌ଫଣ୍ଡ୍‌ ଜାଲିଆତି ଓ କନ୍ଧମାଳ ନରହତ୍ୟା ବିରୁଦ୍ଧରେ ଏସ୍.ୟୁ.ସି.ଆଇ(ସି)ର ବିଶାଳ ଗଣ ବିକ୍ଷୋଭ

suciରାଜ୍ୟରେ ବାଦ୍‌ ପଡିଥିବା ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ଅବିଳମ୍ବେ ରେସନ୍‌ କାର୍ଡ ଯୋଗାଇ ଦେବା ସହିତ ହିତାଧିକାରୀଙ୍କ ପାଇଁ ଆଧାର କାର୍ଡ ଓ ବ୍ୟାଙ୍କ ଜମା ଖାତା ନମ୍ବର ଦାଖଲର ଦୁରଭିସନ୍ଧି ବନ୍ଦ କରିବା, ଚିଟ୍‌ଫଣ୍ଡ୍‌ ଜମାକାରୀମାନଙ୍କୁ ସୁଧ ମୂଳ ସହିତ ସମୁଦାୟ ଅର୍ଥ ଫେରସ୍ତ ଦେବା ସଙ୍ଗେ ସଙ୍ଗେ ଚିଟ୍‌ଫଣ୍ଡ୍‌ ଜାଲିଆତିରେ ସମ୍ପୃକ୍ତ ବ୍ୟକ୍ତି ଓ ରାଜନେତାଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା, କନ୍ଧମାଳ ଜିଲ୍ଲାର ଗୁମୁଡୁମାହଠାରେ ପୁଲିସ ଗୁଳିରେ ହତ୍ୟା କରାଯାଇଥିବା ଲୋକମାନଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସଙ୍ଗେ ସଙ୍ଗେ ଦୋଷୀ ପୁଲିସ ଅଧିକାରୀମାନଙ୍କ ବିରୁଦ୍ଧରେ ନରହତ୍ୟା ମାମଲା ରୁଜୁ କରି ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା, ଡାକ୍ତରଖାନାଗୁଡ଼ିକରେ ଖାଲି ପଡିଥିବା ଡାକ୍ତର, ନର୍ସ ଓ ଷ୍ଟାଫ୍‌ ପଦବୀଗୁଡ଼ିକ ତୁରନ୍ତ ପୂରଣ କରିବା ସଙ୍ଗେ ସଙ୍ଗେ ସମସ୍ତ ୟୁଜର୍ସ ଫି ଉଠାଇ ଦିଆଯାଇ ମାଗଣାରେ ଲୋକମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, ପ୍ରସ୍ତାବିତ ବିଦୁ୍ୟତ୍‌ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର, ଘନ ଘନ ଅଘୋଷିତ ବିଦୁ୍ୟତ୍‌ କାଟ୍‌ ଓ ତ୍ରୁଟିପୂର୍ଣ୍ଣ ବିଲ୍‌ ଦେବା ବନ୍ଦ କରିବା, ଶିଳ୍ପାୟନ ନାଁରେ ଚାଷ ଜମିରୁ କୃଷକମାନଙ୍କୁ ଏବଂ ସହରର ସୌନ୍ଦର୍ଯ୍ୟ ବୃଦ୍ଧି ନାଁରେ ବସ୍ତିବାସିନ୍ଦାଙ୍କୁ ମନଇଚ୍ଛା ଓ ଅମାନବିକ ଭାବରେ ଉଚ୍ଛେଦ ବନ୍ଦ କରିବା, ଜଙ୍ଗଲ ଜମି ଅଧିକାର ଆଇନ୍‌ ୨୦୦୭ ଅନୁଯାୟୀ ଦଖଲଦାରମାନଙ୍କ ନାମରେ ସଠିକ ଜମି ଚିହ୍ନଟ କରି ପଟ୍ଟା ପ୍ରଦାନ କରିବା, ଆକାଶଛୁଆଁ ଦରବୃଦ୍ଧି ତୁରନ୍ତ ରୋକିବା ସହ କଳାବଜାରୀ ଓ ମହଜୁଦକାରୀଙ୍କୁ କଠୋର ଦଣ୍ଡ ବିଧାନ କରିବା ଏବଂ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍‌-ଫେଲ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯିବା ସହ ଶିକ୍ଷାର ସମସ୍ତ ସ୍ତରରେ ବର୍ଦ୍ଧିତ ଫିସ୍‌ ପ୍ରତ୍ୟାହାର କରିବା ଦାବିରେ ସୋସାଲିଷ୍ଟ ୟୁନିଟି ସେଣ୍ଟର ଅଫ୍‌ ଇଣ୍ଡିଆ(କମୁ୍ୟନିଷ୍ଟ) ନେତୃତ୍ୱରେ ଏକ ବିଶାଳ ରାଜ୍ୟସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।
ଏସ୍.ୟୁ.ସି.ଆଇ(ସି)ର ଓଡିଶା ରାଜ୍ୟ କମିଟି ସଦସ୍ୟ ରଘୁନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ଉଦ୍ଧବ ଜେନା, ଗୋବିନ୍ଦ ମହାରଣା, ଛବି ମହାନ୍ତି, ବିଷ୍ଣୁ ପଣ୍ଡା, ଖଗେଶ୍ୱର ସେଠୀ, ନିରାକାର ପାଣ୍ଡବ, ରାଜେନ୍ଦ୍ର ବର୍ମା, ମନେ୍ଦାଦରୀ ରାଉଳ ଓ ଅକ୍ଷୟ ଦାସ ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପୂର୍ବତନ ବିଧାୟକ ଶମ୍ଭୁନାଥ ନାୟକଙ୍କ ନେତୃତ୍ୱରେ ସଦାଶିବ ଦାସ, ସୁରେନ୍ଦ୍ର ମଲ୍ଲିକ, ବିଶ୍ୱାବସୁ ଦାସ ଓ ଭିକାରୀ ପ୍ରଧାନ ପ୍ରମୁଖଙ୍କୁ ନେଇ ଗଠିତ ଏକ ପ୍ରତିନିଧିମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କୁ ଉପରୋକ୍ତ ଦାବି ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରିଥିଲେ।
ବିକ୍ଷୋଭ ସମାବେଶରେ ବକ୍ତାମାନେ କହିଥିଲେ ଯେ, ରାଜ୍ୟରେ ରେସନ କାର୍ଡ ବଣ୍ଟନ କ୍ଷେତ୍ରରେ ବ୍ୟାପକ ଅନିୟମିତତା ଓ ଜାଲିଆତି ଯୋଗୁଁ ଅନେକ ଅବା‚ôତ ବ୍ୟକ୍ତି ରେସନ କାର୍ଡ ହାତେଇ ନେଇଥିବା ବେଳେ ହଜାର ହଜାର ପ୍ରକୃତ ହିତାଧିକାରୀ ରେସନ କାର୍ଡ ପାଇବାରୁ ବଞ୍ଚôତ ହୋଇଛନ୍ତି। ରେସନ କାର୍ଡ ପାଇଥିବା ହିତାଧିକାରୀମାନେ ସମ୍ପୂର୍ଣ୍ଣ ବଜାର ଦର ଦେଇ ସରକାରୀ ଦୋକାନରୁ ରେସନ କିଣିବା ପରେ ସେମାନଙ୍କୁ ସବସିଡି ବାବଦ ଅର୍ଥକୁ ପରେ ସେମାନଙ୍କ ବ୍ୟାଙ୍କ ଖାତାରେ ଫେରସ୍ତ ଦିଆଯିବାର ଯେଉଁ ପରିକଳ୍ପନା କରାଯାଇଛି, ତାହା ଦ୍ୱାରା ହାତରେ ରୋଜଗାରର କୌଣସି ପନ୍ଥା ନଥିବା ରାଜ୍ୟର ଦରିଦ୍ର ଜନସାଧାରଣ ଏକକାଳୀନ ଶହ ଶହ ଟଙ୍କା ଖର୍ଚ୍ଚ କରି ରେସନ କିଣି ପାରିବେ ନାହିଁ। ଏପରିକି ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ କହିସାରିଥିବା ସତ୍ତ୍ୱେ ରେସନ କାର୍ଡ ପାଇବା ପାଇଁ ଏହାକୁ ବାଧ୍ୟତାମୂଳକ କରାଯାଉଥିବାରୁ ରାଜ୍ୟ ସରକାର ସୁପ୍ରିମକୋର୍ଟର ରାୟକୁ ଉଲଂଘନ କରୁଛନ୍ତି। ବିଗତ ବର୍ଷ ବର୍ଷ ଧରି ଚିଟ୍ଫଣ୍ଡ ଜାଲିଆତି ସାମ୍ନାକୁ ଆସିବା ପରେ ତଦନ୍ତର ଅବଧି ବଢି ବଢି ଚାଲିଛି ଏବଂ ଜାଲିଆତିରେ ପଡି ଅର୍ଥ ହରାଇଥିବା ଲୋକମାନେ ଯେତେ କାକୁତି ମିନତି କରୁଥିଲେ ମଧ୍ୟ ସେମାନଙ୍କର ଅର୍ଥ ଫେରସ୍ତ ପାଇବା ପାଇଁ କୌଣସି ପନ୍ଥା ବାହାର କରିବା ନିମନ୍ତେ ସରକାର ନିର୍ଦ୍ଦିଷ୍ଟ ଭାବରେ କିଛି କାର୍ଯ୍ୟକାରୀ ପଦକ୍ଷେପ ନେଉନାହାନ୍ତି। ଗତ କିଛି ଦିନ ତଳେ କନ୍ଧମାଳ ଜିଲ୍ଲାର ଗୁମୁଡୁମାହଠାରେ ନକ୍ସାଲ ଦମନ ନାମରେ ମିଥ୍ୟା ଏନକାଉଣ୍ଟରରେ ପୋଲିସ ଯେଉଁଭଳି ଭାବରେ ଜଣେ ଶିଶୁ ସମେତ ୫ ଜଣ ନିରୀହ ଲୋକଙ୍କୁ ଗୁଳି କରି ହତ୍ୟା କଲା, ତାହା ସରକାରଙ୍କର ନିଷ୍ଠୁର ଅମାନବିକତା ଓ ଅଗଣତାନ୍ତ୍ରିକ ମନୋଭାବର ପରିଚୟ ଦିଏ। ଏହିଭଳି ଘଟଣା ରାଜ୍ୟରେ ବାରମ୍ବାର ଘଟୁଛି। ରାଜ୍ୟ ସରକାରଙ୍କ ସଦର ଦପ୍ତର ନିକଟରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଯାଜପୁରର ସୁକିନ୍ଦା ବ୍ଲକରେ ଥିବା ନଗଡା ଗ୍ରାମର ଶତାଧିକ ଲୋକ ଅପପୁଷ୍ଟି ଓ ଅନାହାରରେ କାଳାତିପାତ କରୁଛନ୍ତି। ସ୍ୱାସ୍ଥ୍ୟସେବା ଓ ବିଦୁ୍ୟତର ଘରୋଇକରଣ ହେବା ଫଳରେ ତାହା କ୍ରମେ ଦୁର୍ମୂଲ୍ୟ ହୋଇପଡିଛି। ଶିକ୍ଷା କ୍ଷେତ୍ରରେ ଫିସ୍‌ ବୃଦ୍ଧି ହେବା ଫଳରେ ଅଧିକାଂଶ ଛାତ୍ରଛାତ୍ରୀ ଶିକ୍ଷାଲାଭରୁ ବଞ୍ଚôତ। ଏହି ପରିସ୍ଥିତିରେ ଉପରୋକ୍ତ ଦାବି ପୂରଣ ନହେଲେ ଏହି ଆନେ୍ଦାଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଏସ୍.ୟୁ.ସି.ଆଇ(ସି) ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି।

Share in top social networks!