ଓଡ଼ିଶାର ଭିନ୍ନକ୍ଷମମାନେ ଜାତୀୟ ନ୍ୟାସର ସୁବିଧା ନିଅନ୍ତୁ : ମନ୍ତ୍ରୀ ଊଷା ଦେବୀ

trustଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ନ୍ୟାସ ତଥା ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ଦିନିକିଆ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ସରକାରୀ, ବେସରକାରୀ ଓ ରେଜିଷ୍ଟ୍ରିଭୁକ୍ତ ଅନୁଷ୍ଠାନମାନେ ଦିବ୍ୟାଙ୍ଗମାନଙ୍କ କଲ୍ୟାଣ ନିମନ୍ତେ ନିର୍ଦ୍ଧାରତ
କାର୍ଯ୍ୟକ୍ରମଗୁଡ଼ିକର ସଦୁପଯୋଗ କରିବାର ଉଦ୍ଦେଶ୍ୟ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥ#ଲା ।

କର୍ମଶାଳାର ଉଦ୍ଘାଟନ ପର୍ବରେ ମୁଖ୍ୟ ଅତିଥ#ଭାବେ ଯୋଗଦେଇ ମହିଳା ଓ ଶିଶୁ ବିକାଶ, ଯୋଜନା ଓ ସଂଯୋଜନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଊଷା ଦେବୀ କହିଲେ ଯେ, ରାଜ୍ୟ ସରକାର ଭିନ୍ନକ୍ଷମଙ୍କ ସଶକ୍ତିକରଣ ନିମନ୍ତେ ସଦାସର୍ବଦା ପ୍ରୟାସ ଜାରି ରଖିଛନ୍ତି । ସେଥ#ପାଇଁ ଗତବର୍ଷ ଜୁଲାଇ ପହିଲାରୁ ରାଜ୍ୟରେ ଏକ ନୂତନ ବିଭାଗ ଖୋଲାଯାଇଛି । ସରକାର ଭିନ୍ନକ୍ଷମମାନଙ୍କୁ ଶିକ୍ଷାଦାନ, ବୃତ୍ତି ଓ ଷ୍ଟାଇପେଣ୍ଡ୍ ପ୍ରଦାନ ସହ ସ୍ପେଶାଲ ସ୍କୁଲର ପିଲାମାନଙ୍କୁ ମାଗଣାୟୁନିଫର୍ମ, ଦୃଷ୍ଟିବାଧ#ତ ହାଇସ୍କୁଲ ବିଦ୍ୟାର୍ଥୀମାନଙ୍କୁ ପ୍ରତିବର୍ଷ ମାଗଣା ଲାପ୍ଟପ୍ ପ୍ରଦାନ କରୁଛନ୍ତି । ଭିନ୍ନକ୍ଷମ ପିଲାମାନଙ୍କ ନିମନ୍ତେ ସ୍ଥାନ ସଂରକ୍ଷଣ ସହିତ ରାଜ୍ୟ ତଥା ଜିଲ୍ଲାସ୍ତରରେ ବୃତ୍ତିଗତ ତାଲିମ ଓ ଜୀବିକା ନିର୍ବାହ ନିମନ୍ତେ ସମସ୍ତ ସହାୟତା ଯୋଗାଇ ଦିଆଯାଉଛି । ରାଜ୍ୟର ରେଜିଷ୍ଟ୍ରିଭୁକ୍ତ ସେ୍ୱଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ
ନେସନାଲ ଟ୍ରଷ୍ଟର ମିଳିତ ସହଯୋଗରେ ରାଜ୍ୟରେ ଏହାର ବିଭିନ୍ନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥ#ଲେ । ଓଡ଼ିଶାର ଭିନ୍ନକ୍ଷମମାନେ ଜାତୀୟ ନ୍ୟାସର ସମସ୍ତ ସୁବିଧା ନେବା ପାଇଁ ମନ୍ତ୍ରୀ ଊଷା ଦେବୀ ପରାମର୍ଶ ଦେଇଥ#ଲେ ।

ଭାରତ ସରକାରଙ୍କ ଦ୍ୱାରା ସ୍ଥାପିତ ରାଷ୍ଟ୍ରୀୟ ନ୍ୟାସ ଅଟିଜିମ୍, ମାନସିକ ଅନଗ୍ରସରତା, ମସ୍ତିଷ୍କ ପାକ୍ଷାଘାତ ବହୁଳ ଭିନ୍ନକ୍ଷମଙ୍କ ପାଇଁ କାର୍ଯ୍ୟରତ ସରକାରୀ ଓ ବେସରକାରୀ ସଂଗଠନମାନଙ୍କ ସହଯୋଗ ଦ୍ୱାରା ଏହାର ଯୋଜନାଗୁଡ଼ିକର କାର୍ଯ୍ୟକାରୀ କରାଯାଇଥାଏ । ରାଷ୍ଟ୍ରୀୟ ନ୍ୟାସ ଦ୍ୱାରା କାର୍ଯ୍ୟକାରୀ ହେଉଥ#ବା ମୁଖ୍ୟ ଯୋଜନାଗୁଡ଼ିକ ହେଉଛି, “ସହଯୋଗୀ’, “ସମର୍ଥ୍ୟ’, “ଦିଶା’, “ବିକାଶ’, “ଘରୋନ୍ଦା’, “ଜ୍ଞାନପ୍ରଭା’, “ସମ୍ଭବ’, “ବଢ଼୍ତେ କଦମ୍’, “ନିରାମୟ’,
“ପ୍ରେରଣା’ ଇତ୍ୟାଦି । ଏହି କର୍ମଶାଳାରେ ବିଭାଗର ପ୍ରମୁଖ ଶାସନ ସଚିବ ନୀତେନ୍ ଚନ୍ଦ୍ର, ଆଇ.ଏ.ଏସ୍., ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ଡ଼କଫର ମିନତୀ ବେହେରା, ଜାତୀୟ ନ୍ୟାସର ଉପନିର୍ଦ୍ଦେଶକ (କାର୍ଯ୍ୟକ୍ରମ) ଏସ୍.କେ. ମହାନ୍ତି, ଇନ୍ଷ୍ଟିଚୁ୍ୟଟ୍ ଅଫ୍ ସାଇନ୍ସ&୍ର ନିର୍ଦ୍ଦେଶକ ପ୍ରଫେସର ସତ୍ୟ ମହାପାତ୍ର, ଏସ୍.ଏନ୍.ଏସି.ର ରାଜ୍ୟ ସଂଯୋଜିକା ନଳିନୀ ମହାନ୍ତି ଯୋଗଦାନ କରି ନ୍ୟାସର ବିଭିନ୍ନ କାର୍ଯ୍ୟକ୍ରମ ଓ ରାଜ୍ୟରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥ#ଲେ । କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ବିଭାଗୀୟ ନିର୍ଦ୍ଦେଶକ ମାନସୀ ନିମ୍ବାଲ୍ ଧନ୍ୟବାଦ ଅର୍ପଣ କରିଥ#ଲେ ।

ଆଜିର କର୍ମଶାଳାରେ ବିଭାଗୀୟ ଯୁଗ୍ମ ସଚିବ ଦେବ ପ୍ରସାଦ ଦାଶଙ୍କ ସମେତ ବହୁ ପଦାଧ#କାରୀ ଯୋଗଦାନ କରିଥ#ବା ବେଳେ ୫୩ଟି ସେ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧ#, ୩୦ଟି ଜିଲ୍ଲାର ସାମାଜିକ ସୁରକ୍ଷା ଅଧ#କାରୀମାନେ ସେମାନଙ୍କ ସୁଚିନ୍ତିତ ମତବ୍ୟକ୍ତ କରିଥ#ଲେ ।

Share in top social networks!