ବିଜେପି କେନ୍ଦ୍ରୀୟ ଦଳର କନ୍ଧମାଳ ଗସ୍ତ ସାରି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ

bjpteamକନ୍ଧମାଳରେ ନିରୀହ ଆଦିବାସୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ହାଲୁକା ଭାବେ ନେବା ତାଙ୍କର ଅସମ୍ବେଦନଶୀଳତା, ଦାୟୀତ୍ୱହୀନତାର ପରିଚୟ ଅଟେ। ଏପରିକି ମୂଖ୍ୟମନ୍ତ୍ରୀ କିମ୍ବା ତାଙ୍କ ସରକାରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଘଟଣାସ୍ଥଳକୁ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ବୋଲି କନ୍ଧମାଳ ଗସ୍ତରେ ଆସିଥିବା ବିଜେପି ସଂସଦୀୟ ଦଳର ନେତା ଶ୍ରୀ ବିନୟ ସହସ୍ରବୁଦେ୍ଧ ଘଟଣା ସ୍ଥଳ ପରିଦର୍ଶନ ଶେଷ କରି ଫେରିବା ପରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରି କହିଛନ୍ତି।
୩ ଜଣିଆ ବିଜେପି ସଂସଦୀୟ ପ୍ରତିନିଧି ଦଳର ନେତା ଶ୍ରୀ ସହସ୍ରାବୁଦେ୍ଧ ତାଙ୍କ ଗସ୍ତ ସମୟର ଅନୁଭୁତିକୁ ପ୍ରକାଶ କରି ଶ୍ରୀ ସାମ୍ବାଦିକମାନଙ୍କୁ କହିଥିଲେଯେ, ସେ ଅଂଚଳର କୈାଣସି ବିକାଶ ଦେଖିବାକୁ ପାଇନାହାନ୍ତି। ରାସ୍ତାଘାଟକୁ ଅନୁଧ୍ୟାନ କଲେ ସହଜରେ ଅନୁମାନ କରାଯାଉଅଛିଯେ, ସେ ଅଂଚଳର ସମସ୍ୟାର ସମାଧାନ କରିବା ପରିବର୍ତେ ଶାସକ ବିଜେଡି ଦଳ ଭ୍ରଷ୍ଟାଚାରର ସାଥୀ ସାଜିଛି। ମାଓନେତା ସବ୍ୟସାଚୀ ପଣ୍ଡା ଜେଲରେ ଥାଇ ମଧ୍ୟ ମାଓ ସଂଗଠନକୁ ପରିଚାଳନା କରୁଥିବାର ଅଭିଯୋଗ ଶୁଣିବାକୁ ପାଇଛନ୍ତି। ପୋଲିସ ବିଭାଗରେ ବହୁ ପଦବୀ ଖାଲି ପଡିଛି ଏବଂ ରାଜ୍ୟର ଗୋଇନ୍ଦା ବିଭାଗକୁ ରାଜ୍ୟ ସରକାର ବିରୋଧି ଦଳକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରୁଛି ବୋଲି ଶ୍ରୀ ସହସ୍ରବୁଦେ୍ଧ ଅଭିଯୋଗ କରିଛନ୍ତି।
ମାଓ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିଚାଳନା ଘଟଣା ଏଫଆଇଆରରେ ଦର୍ଶାଯାଇଥିବାବେଳେ, ଘଟଣାର ପରଦିନ ରାଜ୍ୟ ପୋଲିସର ଗୋଟିଏ ଟିମ ଯାଇ ଘଟଣାର ସତ୍ୟାସତ୍ୟକୁ ଚାପିଦେବା ପାଇଁ, ତଥ୍ୟ ଓ ପ୍ରମାଣକୁ ନଷ୍ଟ କରିବାର ଅପପ୍ରୟାସ କରିଥିଲେ ବୋଲି ଗ୍ରାମବାସୀମାନେ ଏହି ପ୍ରତିନିଧିଦଳକୁ କହିଛନ୍ତି। ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି ଦଳ ସବୁବେଳେ ମାଓବାଦୀଙ୍କ ସହିତ ବୁଝାମଣା କରିଥାଏ ଏବଂ ଏହା ନବୀନ ପଟ୍ଟନାୟକଙ୍କ ପୁରୁଣା ଅଭ୍ୟାସ ଅଟେ। ଏହିଭଳି ଅମାନବୀୟ ଘଟଣାକୁ ବିଜେପି କେବେହେଲେ ରାଜନ÷÷ତିକ ରୂପ ଦେବାକୁ ଚାହେଁ ନାହିଁ। ନିଃସହାୟ, ଅସହାୟ ମୃତାହତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଏହି ସଂକ୍ରାନ୍ତିୟ ବିସ୍ତୃତ ରିପୋର୍ଟ ଖୁବ ଶୀଘ୍ର ରାଷ୍ଟ୍ରୀୟ ସଭାପତି, ପ୍ରଧାନମନ୍ତ୍ରୀଙ୍କୁ ଦେବେ।
ଏହି ପ୍ରତିନିଧିଦଳର ଅନ୍ୟତମ ସଦସ୍ୟ ଶ୍ରୀ ରାମବିଚାର ନେତାମ ଜଣେ ଜେଡ୍ କ୍ୟାଟେଗୋରୀ ସୁରକ୍ଷା ପ୍ରାପ୍ତ ହୋଇଥିଲେ ମଧ୍ୟ ତାଙ୍କର ଏହି ଗସ୍ତ ସମୟରେ ରାଜ୍ୟ ସରକାର କୈାଣସି ସୁରକ୍ଷା ଯୋଗାଇ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ଶ୍ରୀ ସହସ୍ରାବୁଦେ୍ଧ କ୍ଷୋଭ ପ୍ରକାଶ କରି କହିଛନ୍ତି। ରାଜ୍ୟ ବିଜେପି ତରଫରୁ ଦାବୀ କରାଯାଇଥିବା ଉଚ୍ଚ ନ୍ୟାୟାଳୟ ଅଧିନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ତଦନ୍ତକୁ ସମାପ୍ତି କଥାକୁ ତାଙ୍କ ଟିମ ସମର୍ଥନ କରୁଛି ବୋଲି ଶ୍ରୀ ସହସ୍ରବୁଦେ୍ଧ କହିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରତିନିଧି ଦଳର ଅନ୍ୟ ସଦସ୍ୟ ଶ୍ରୀ ରାମ ବିଚାର ନେତାମ ଏବଂ ଶ୍ରୀମତୀ ଜ୍ୟୋତି ଧ୍ରୁଭେ ଉପସ୍ଥିତ ଥିଲେ।
ବିଜେପିର ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ ସହିତ ରାଜ୍ୟର ବରିଷ୍ଠ ନେତା ଶ୍ରୀ ପ୍ରତାପ ଷଡଙ୍ଗୀ, ସାଧାରଣ ସଂପାଦକ ଅନନ୍ତ ନାୟକ, ପ୍ରବକ୍ତା ଗୋଲକ ମହାପାତ୍ର, ସଂପାଦକ ବିଭୁତି ଜେନା ଓ ଶିଶିର ଗମାଙ୍ଗୋ, ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ଅଶୋକ ସାହୁ, କରେନ୍ଦ୍ର ମାଝୀ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ କନ୍ଧମାଳ ଗସ୍ତ କରିଥିଲେ।

Share in top social networks!