ଆଦିବାସୀ ଅଞ୍ଚଳରେ ସମନ୍ୱିତ କୃଷି ଓ ମାଣ୍ଡିଆଚାଷର ଉନ୍ନତି ପାଇଁ ଦୁଇଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ

ଆଦିବାସୀ ଅଞ୍ଚଳରେ ସମନ୍ୱିତ କୃଷି ଓ ମାଣ୍ଡିଆଚାଷର ଉନ୍ନତି ପାଇଁ ଦୁଇଟି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏ ସମ୍ବନ୍ଧରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ପ୍ରଦୀପ ମହାରଥୀ କହିଲେ ଯେ, ବିଧାନସଭାରେ ଆଦିବାସୀ ଅଞ୍ଚଳର ବିକାଶ ପାଇଁ ବାରଟି ନୂତନ ଯୋଜନା ଘୋଷଣା କରାଯାଇଥ#ଲା । ତନ୍ମଧ୍ୟରୁ ଦୁଇଟି ଯୋଜନା ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆରମ୍ଭ କରାଯାଉଛି ।
ଆଦିବାସୀ ଅଞ୍ଚଳରେ ମାଣ୍ଡିଆ ଫସଲର ଆଶାନୁରୂପ ଉତ୍ପାଦନ ବୃଦ୍ଧି ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏହି ଯୋଜନାରେ ରାଜ୍ୟର ଆଦିବାସୀବହୁଳ ୭ଟି ଜିଲ୍ଲାର ୩୦ଟି ବ୍ଲକ୍ ଅନ୍ତର୍ଗତ ୧୫୦ଟି ଗାଁରେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆଚାଷ କରାଯିବା ପାଇଁ ୬୫ କୋଟି ୫୪ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏହି ମାଣ୍ଡିଆଚାଷ ଯୋଜନା ୫ ବର୍ଷରେ ୨୦୧୬-୧୭ରୁ ୨୦୨୧-୨୨ ପର୍ଯ୍ୟନ୍ତ କୋରାପୁଟ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ନୂଆପଡା ଓ ଗଜପତି ଜିଲ୍ଲାରେ କାର୍ଯ୍ୟକାରୀ ହେବ । ଚଳିତ ୨୦୧୬-୧୭ରେ ଏଥ#ପାଇଁ ୧୨ କୋଟି ୪୧ ଲକ୍ଷ ଟଙ୍କା ବ୍ୟୟ କରାଯିବ । ଏହାଦ୍ୱାରା ଆଦିବାସୀମାନଙ୍କ ପୁଷ୍ଟିଗତ ସୁରକ୍ଷା, ମାଣ୍ଡିଆଚାଷର ଉତ୍ପାଦନ ବୃଦ୍ଧି ଓ ଉନ୍ନତ ବଜାର ସୁବିଧା ମିଳିବ । ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ମାଣ୍ଡିଆ ସମ୍ବନ୍ଧୀୟ ଉଦ୍ୟୋଗମାନ ସ୍ଥାପିତ ହେବ । ଏହି ପ୍ରକଳ୍ପକୁ ଓ୍ୱାସନ ବୈଷୟିକ ସହାୟତା ଯୋଗାଇବ । “ଆତ୍ମା’ ସଂସ୍ଥା ମାଧ୍ୟମରେ ଏହା କାର୍ଯ୍ୟକାରୀ କରାଯିବ । ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ରାଜ୍ୟସ୍ତରରେ କୃଷି ଉତ୍ପାଦନ କମିଶନର ତଥା ନିର୍ଦ୍ଦେଶକ ଏହାର ତତ୍ତ୍ୱାବଧାରକ ରହିବେ । “ଆତ୍ମା’ ସଂସ୍ଥା ଦ୍ୱାରା ଚୟନ କରାଯାଇଥ#ବା ସେ୍ୱଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ଗୋଷ୍ଠୀଭିତ୍ତିକ ଅନୁଷ୍ଠାନଗୁଡିକ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ମନ୍ତ୍ରୀ ଶ୍ରୀ ମହାରଥୀ ସୂଚନା ଦେଇଥ#ଲେ ।
ମନ୍ତ୍ରୀ ଶ୍ରୀ ମହାରଥୀ ପୁଣି କହିଲେ ଯେ ଆଦିବାସୀ ଅଞ୍ଚଳରେ ସମନ୍ୱିତ କୃଷିର ବିକାଶ ପାଇଁ ଅନ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ୫ଟି ବ୍ଲକର ୪୦ଟି ଗ୍ରାମପଞ୍ଚାୟତରେ କୃଷି, ଉଦ୍ୟାନକୃଷି, ପ୍ରାଣୀସମ୍ପଦ ଓ ମତ୍ସ୍ୟଚାଷର ବିକାଶ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହା ଫସଲ ଉତ୍ପାଦନକୁ ଆଶାନୁରୂପ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଆଦିବାସୀ ପରିବାରଗୁଡ଼ିକର ଆୟ ବଢ଼ାଇବ । ୫ଟି ବ୍ଲକର ୪୦ଟି ଯାକ ପଞ୍ଚାୟତରେ ଖାଦ୍ୟ ସୁରକ୍ଷା ମିଳିବ । ଏଥ#ପାଇଁ ୪ ବର୍ଷରେ ୩୭ କୋଟି ୭୨ ଲକ୍ଷ ଟଙ୍କା ବ୍ୟୟ କରାଯିବ । ୨୦୧୬-୧୭ରୁ ୨୦୨୦-୨୧ ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଚଳିତ ୨୦୧୬-୧୭ରେ ୮ କୋଟି ୪୭ ଲକ୍ଷ ୪୫ ହଜାର ଟଙ୍କା ବିନିଯୋଗ କରାଯିବ । ରାଜ୍ୟ ଯୋଜନାରୁ ୨ କୋଟି ୪୨ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ କରାଯାଉଥ#ବା ବେଳେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୬ କୋଟି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । “ଓ୍ୱାସନ’ ବୈଷୟିକ ସହାୟତା ଯୋଗାଇ ଦେବା ବେଳେ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍ ଡେଭଲପ୍ମେଣ୍ଟ ଷ୍ଟଡିଜ୍ ଏହାର ଗବେଷଣା ଦାୟିତ୍ୱରେ ରହିବେ । ଡି.ଆର୍.ଡି.ଏ. ଦ୍ୱାରା ଚୟନ କରାଯାଇଥ#ବା ଗୋଷ୍ଠୀଭିତ୍ତିକ ଅନୁଷ୍ଠାନଗୁଡିକ ସେ୍ୱଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ଏହାକୁ କାର୍ଯ୍ୟକାରୀ କରିବେ । ଏହି ସମନ୍ୱିତ କୃଷି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ୨୦ ହଜାର ପରିବାର ପ୍ରତ୍ୟକ୍ଷଭାବେ ଓ ୨୦ ହଜାର ପରିବାର ପରୋକ୍ଷ ଭାବେ ଉପକୃତ ହେବେ ।
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଖାଦ୍ୟ ଉତ୍ପାଦନ ଓ କୃଷି କମିଶନର୍ ତଥା ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ମେହେର୍ଦ୍ଦା ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ନୂତନ କୃଷି ଯୋଜନା ସମ୍ବନ୍ଧୀୟ ବିଶଦ ତଥ୍ୟ ପ୍ରଦାନ କରିଥ#ଲେ ।

Share in top social networks!