ଓଡ଼ିଶାରେ ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ବୃଦ୍ଧି ଅନୁମୋଦିତ

ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢୁଥ#ବା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଥ#ବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚରେ ବୃଦ୍ଧି କରାଯାଇଛିା ୨୦୧୫-୧୬ ତୁଳନାରେ ଏହି ଖର୍ଚ୍ଚକୁ ୭ ପ୍ରତିଶତ ବୃଦ୍ଧି କରାଯାଇଛିା ଏହି ବୃଦ୍ଧି ଚଳିତ ବର୍ଷ ଜୁଲାଇ ମାସଠାରୁ କାର୍ଯ୍ୟକାରୀ ହେବା ଏହି ବୃଦ୍ଧି ପ୍ରସ୍ତାବ ଶିଳ୍ପ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଦ୍ୱାରା ଅନୁମୋଦନ ଲାଭ ପରେ ଏହାକୁ ସାରା ରାଜ୍ୟରେ ଜୁଲାଇ ମାସରୁ କାର୍ଯ୍ୟକାରୀ କରାଯିବା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି ପରେ ୨୦୧୫-୧୬ ବର୍ଷରେ ପ୍ରାଥମିକ ବିଦ୍ୟାଳୟର ପ୍ରତି ଛାତ୍ରଛାତ୍ରୀମାନଙ୍କ ପାଇଁ ଖର୍ଚ୍ଚ ହେଉଥ#ବା ଟ.୪.୪୩ ପଇସାରୁ ଟ.୪.୫୮ ପଇସାକୁ ବୃଦ୍ଧି
ପାଇଛିା ସେହିପରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତି ଛାତ୍ରଛାତ୍ରୀଙ୍କ ନିମନ୍ତେ ୨୦୧୫-୧୬ ବର୍ଷରେ ମଧ୍ୟାହ୍ନ ଭୋଜନ ନିମନ୍ତେ ଟ.୬.୪୩ ପଇସାରୁ ଟ.୬.୮୩ ପଇସାକୁ ବୃଦ୍ଧି କରାଯାଇଛିା ଏହା ଫଳରେ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଖର୍ଚ୍ଚ ୨୭ ପଇସା ବୃଦ୍ଧି ପାଇଥ#ବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରେ ୪୦ ପଇସା ବୃଦ୍ଧି କରାଯାଇଛିା ଖର୍ଚ୍ଚ ବୃଦ୍ଧି ଫଳରେ ରାଜ୍ୟ ସରକାରଙ୍କୁ ଏ ବାବଦରେ ଅଧ#କ ୩୫ କୋଟି ୬୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବା ସୂଚନା ଯୋଗ୍ୟ ଯେ ଗତବର୍ଷ ମଧ୍ୟାହ୍ନ ଭୋଜନ ବାବଦରେ ରାଜ୍ୟ ସରକାରଙ୍କ ଭାଗୀଦାରୀ ବାଦ ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ପ୍ରତି ଛାତ୍ରଛାତ୍ରୀମାନଙ୍କ ପାଇଁ ୪୫ ପଇସା ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ୬୫ ପଇସା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ରାଜ୍ୟ ସରକାର ବହନ କରୁଛନ୍ତିା ମଧ୍ୟାହ୍ନ ଭୋଜନରେ ଅନ୍ତର୍ଭୁକ୍ତ ରାଜ୍ୟର ମୋଟ ୪୯ ଲକ୍ଷ ୨୬ ହଜାର ୫୬୩ ଜଣ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତିା ଏଥ# ମଧ୍ୟରେ ୩୫, ୫୦୧ଟି ପ୍ରାଥମିକ ବିଦ୍ୟାଳୟର ୩୨ ଲକ୍ଷ ୫୦ ହଜାର ୯୬୬ ଜଣ ଛାତ୍ରଛାତ୍ରୀ ଏବଂ ୨୭ ହଜାର ୧୩୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୬ ଲକ୍ଷ ୭୫ ହଜାର ୫୯୭ ଜଣ ଛାତ୍ରଛାତ୍ରୀ ଅନ୍ତର୍ଭୁକ୍ତା

Share in top social networks!