ବହନୀୟ ଏଫ୍.ଆର୍.ପି. କାର୍ପହାଚେରୀସ୍ଥାପନା ଓ ପରିଚାଳନାଉପରେତୃତୀୟଜାତୀୟ ପ୍ରଶିକ୍ଷଣକାର୍ଯ୍ୟକ୍ରମ

hatcheryଅଦ୍ୟ ତା୧୫ ଜୁଲାଇ ୨୦୧୬ରିଖ ଦିନ କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍-ସିଫାଠାରେ “ବହନୀୟ ଏଫ୍.ଆର୍.ପି. କାର୍ପହାଚେରୀସ୍ଥାପନା ଓ ପରିଚାଳନା” ଉପରେତୃତୀୟଜାତୀୟତାଲିମକାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି।ଓଡ଼ିଶାସରକାରଙ୍କଶିଳ୍ପ, ଗଣଶିକ୍ଷାବିଭାଗକ୍ୟାବିନେଟ୍ମନ୍ତ୍ରୀଶ୍ରୀ ଦେବୀପ୍ରସାଦ ମିଶ୍ରଏହିତାଲିମକାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।ଶ୍ରୀଯୁକ୍ତମିଶ୍ରତାଙ୍କର ଉଦ୍ଘାଟନୀଭାଷଣରେକହିଲେ ଯେ, ଓଡ଼ିଶାସରକାରଙ୍କଦ୍ୱାରାଗଠିତ ‘ଷ୍ଟାଟ୍ଅପ୍’ ନୀତିମାଧ୍ୟମରେ ନୂତନ ଚାଷୀ ଓ ଉଦ୍ୟୋଗୀମାନେ ସଂଯୁକ୍ତହୋଇକାର୍ଯ୍ୟଦକ୍ଷତାବଢ଼ାଇପାରିବେ।ସେସିଲିକନ୍ଭ୍ୟାଲି ଓ ଇସ୍ରାଏଲ୍ ର ଉଦାହରଣ ଦେଇ ଏହି ନୀତିରଉପାଦେୟତାକୁବୁଝାଇଥିଲେ।ମନ୍ତ୍ରୀମହୋଦୟ ସିଫାର ୩ ଜଣ ଭାଗିଦରୀଙ୍କୁଏମ୍ଓୟୁ ପ୍ରଦାନ କରିଥିଲେ।ସେଜଳକୃଷି ଅଭିବୃଦ୍ଧିରେଏଫ୍ଆର୍ପିକାର୍ପହାଚେରୀରଭୂମିକାକୁଭୂରିୟସି ପ୍ରଶଂସାକରିଥିଲେ ଓ ଏହିଜ୍ଞାନକୌଶଳକୁକ୍ଷୁଦ୍ର ଚାଷୀମାନଙ୍କ ପାଖରେ ପହଂଚାଇବା ପାଇଁପ୍ରୋସôାହନ ଦେଇଥିଲେ।ଡ. ପି. କ୍ରିଷ୍ଣା ମୋହନ, ଅଧ୍ୟକ୍ଷ, ଚିଲିକାଉନ୍ନୟନ ସଂସ୍ଥା ସମ୍ମାନୀତ ଅତିଥି ରୂପେ ଯୋଗଦାନ କରିଥିଲେ।ସିଫାର ନିଦେ୍ର୍ଦଶକଡଃ ପି. ଜୟଶଙ୍କରକାର୍ଯ୍ୟକ୍ରମରେଯୋଗଦେଇଥିବାସମସ୍ତ ଅତିଥି ଏବଂ ପ୍ରଶିକ୍ଷାର୍ଥୀମାନଙ୍କୁସ୍ୱାଗତସମ୍ବର୍ଦ୍ଧନାଜଣାଇଥିଲେ।ନିଦେ୍ର୍ଦଶକତାଙ୍କସ୍ୱାଗତଭାଷଣରେକହିଲେ ଯେ ବହନୀୟ ଏଫ୍.ଆର୍.ପି. ହାଚୋରୀସିଫାର ଏକ ଯୁଗନ୍ତକାରୀଜ୍ଞାନକୌଶଳ ଯାହାସମଗ୍ରଭାରତରବିଭିନ୍ନ ପ୍ରାନ୍ତରରେ ପହଂଚିପାରିଛି।ସିଫାରଏଆଇସିଆରପି ପ୍ରକଳ୍ପରମୁଖ୍ୟତାଥା ପ୍ରଧାନ ବୈଜ୍ଞାନିକଡଃବି. ସି. ମହାପାତ୍ରଏହିହାଚେରୀରବ୍ୟବହାରକାରୀଙ୍କୁତାଲିମକାର୍ଯ୍ୟକ୍ରମରମହତ୍ୱଉଦେ୍ଦଶ୍ୟବିଷୟରେ ଅବଗତକରାଇଥିଲେ।ସିଫାରବୈଜ୍ଞାନିକଶ୍ରୀଯୁକ୍ତଏନ୍.କେ. ବାରିକଏହିକାର୍ଯ୍ୟକ୍ରମକୁସଂପାଦନା କରି ଧନ୍ୟବାଦ ଅର୍ପଣକରିଥିଲେ।
ଏହିକାର୍ଯ୍ୟକ୍ରମ ଆସନ୍ତା୧୭ଜୁଲାଇ ପର୍ଯ୍ୟନ୍ତ ଚାଲିବ। ଏଥିରେବିଭିନ୍ନରାଜ୍ୟରୁ ୩୫ ଜଣ ପ୍ରଶିକ୍ଷାର୍ଥୀଯୋଗଦାନ କରିଥିଲେ।ଏହିତାଲିମକାର୍ଯ୍ୟକ୍ରମରମୂଳଲକ୍ଷ୍ୟହେଉଛିଏଫ୍ଆର୍ପିହାଚେରୀ ଦ୍ୱାରା ନୂତନ ଜ୍ଞାନକୌଶଳମାଧ୍ୟମରେ ଅଧିକମାଛଜାଆଁଳଉତ୍ପାଦନ କରିବାଏବଂଏହାଦ୍ୱାରା ଦେଶରମାଛଜାଆଁଳଉତ୍ପାଦନ ହାରବୃଦ୍ଧିକରିବା।ଭାରତସରକାରଙ୍କର ଦ୍ୱାଦଶ ପ୍ରକଳ୍ପରେଏହି ପ୍ରଯୁକ୍ତିବିଜ୍ଞାନ ଅଧିକ ପ୍ରସାରଲାଭକରିଛି।ଏହାଦ୍ୱାରା ଦେଶରସମସ୍ତକୃଷିବିଜ୍ଞାନ କେନ୍ଦ୍ରରେ ନିଯୁକ୍ତମସô୍ୟବିଜ୍ଞାନୀ ଅଧିକାରୀମାନଙ୍କୁଭାରତସରକାରଙ୍କ ପାଣ୍ଠିରୁଏହିହାଚେରୀଯୋଗାଇ ଦିଆଯିବାରବ୍ୟବସ୍ଥାରହିଛି, ଯାହାମାଧ୍ୟମରେସେମାନେ ନିଜଜିଲ୍ଲାରେ ଅଧିକରୁ ଅଧିକମାଛଜାଆଁଳଉତ୍ପାଦନ କରିପାରିବେ।ଏହାବ୍ୟତୀତଏହିହାଚେରୀକୁମସô୍ୟବିଜ୍ଞାନ ଶିକ୍ଷାରେସାହାଯ୍ୟକରିପାରିବ।ବର୍ତମାନସୁଦ୍ଧାଭାରତର ୨୬ଟି ରାଜ୍ୟକୁ ୩୦୦ ହାଚେରୀ ପହଂଚାଯାଇଛି।ଏହାକୁଭାରତର ପ୍ରତ୍ୟେକଭୌଗଳିକସ୍ଥିତି ଅନୁସାରେବ୍ୟବହାରକରାଯିବାରବ୍ୟବସ୍ଥାରହିଛି।କେବଳଗୋଟିଏଥର ପରିଚାଳନାଦ୍ୱାରାଏହିହାଚେରୀରୁ ୧.୦ – ୧.୨ ମିଲିୟନଜାଆଁଳ ପ୍ରସ୍ତୁତିହୋଇପାରିବ।ଏହାକୁ ଏକ ସ୍ଥାନରୁ ଅନ୍ୟସ୍ଥାନକୁବହନ କରିହୁଏଏବଂସହଜରେସ୍ଥାପନ କରିହୁଏ ତଥା ମରାମତିକରିବାସହଜଜନକ ଅଟେ।ଏହିହାଚେରୀର ପରିଚାଳନା ଆୟୁ ପ୍ରାୟ ୧୦ – ୧୫ ବର୍ଷ। ଯଦି ଜଣେକ୍ଷୁଦ୍ର ଚାଷୀଏହିହାଚେରୀକୁଠିକ୍ଭାବେ ପରିଚାଳନାକରିପାରିବ, ୩ ମାସରେ ପ୍ରାୟ ୧.୫ରୁ ୨.୫ ଲକ୍ଷଟଙ୍କାଲାଭବାନ ହୋଇପାରିବ।
ଏହିଜ୍ଞାନକୌଶଳକୁଓଡ଼ିଶାରମାନ୍ୟବର ପୂର୍ବତନ ରାଜ୍ୟପାଳଶ୍ରୀରାମେଶ୍ୱରଠାକୁରତା ୧୪ ଜୁଲାଇ ୨୦୦୬ ରିଖରେଜାତିଉଦେ୍ଦଶ୍ୟରେଉସôର୍ଗକରିଥିଲେ।ଏହି ୧୦ ବର୍ଷମଧ୍ୟରେଏହିଜ୍ଞାନକୌଶଳ ଦେଶରବିଭିନ୍ନଭୌଗଳିକସ୍ଥିତିରେକାର୍ଯ୍ୟକରିବାକୁସକ୍ଷମହୋଇଛି।ତୃତୀୟଜାତୀୟତାଲିମକାର୍ଯ୍ୟକ୍ରମଟି ଦେଶରବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ଆଦୃତହୋଇପାରିଛି।କେବଳଓଡ଼ିଶାରେ ୩୦ଟି ହାଚେରୀକାର୍ଯ୍ୟକରୁଛି ଓ ଏହାଦ୍ୱାର ଅନେକକ୍ଷୁଦ୍ର ହାଚେରୀ ଅଧିକାରୀଲାଭବାନ ହୋଇପାରିଛନ୍ତି। ଅନେକସୁଦୂରବର୍ତୀସ୍ଥାନରେଏହିହାଚେରୀ ଅନେକଚାଷୀମାନଙ୍କର ଆର୍ଥିକ ଅବସ୍ଥାକୁସମୃଦ୍ଧ କରିପାରିଛି।ବର୍ତମାନ ଓଡ଼ିଶାସରକାରଙ୍କମସô୍ୟ ଓ ପଶୁସମ୍ପଦ ବିକାଶବିଭାଗ ଦ୍ୱାରାଏହାକୁରିହାତିଯୋଜନାମାଧ୍ୟମରେଯୋଗାଇ ଦେବାରବ୍ୟବସ୍ଥାରହିଛି।ତେଣୁଏହିତାଲମିକାର୍ଯ୍ୟକ୍ରମସମସାମୟିକ ତଥା ରାଜ୍ୟରମସô୍ୟଉତ୍ପାଦନରେଉନ୍ନତି ଆଣିପାରିବ ଏଥିରେ ଦ୍ୱିମତ ନାହିଁ।

Share in top social networks!