ଏଥର ରାହାଗିରିରେ ସାମିଲ ହେବ ପାହାଳ ରସଗୋଲା

13567374_1222776951100279_4359489157568007082_nଓଡ଼ିଶାର ପାରମ୍ପରିକ ମିଷ୍ଠାନ୍ନ ରସଗୋଲା ହେବ ୨୭ତମ ରାହାଗିରିର ମୁଖ୍ୟ ଆକର୍ଷଣ। ଓଡ଼ିଶାର ଅନ୍ୟତମ
ଲୋକପ୍ରୀୟ ମିଠା ରସଗୋଲାର ଜନ୍ମସ୍ଥାନକୁ ନେଇ ପଡ଼ୋଶୀ ପଶ୍ଚିମବଙ୍ଗ ସହ ବିତର୍କ ଚାଲିଥିବା ବେଳେ ଆଗାମୀ ରାହାଗିରିରେ
ପ୍ରସିଦ୍ଧ ପାହାଳ ରସଗୋଲାକୁ ସାମିଲ କରିବା ପାଇଁ ପ୍ରସ୍ତାବ ମିଳିଛି ଉୁବନେଶ୍ୱର ମହାନଗର ନଗି ମକୁ। ପାହାଳର ରସଗୋଲା
ବିକ୍ରେତାମାନେ ୨୭ତମ ରାହାଗିରିରେ ରସଗୋଲା ସାମିଲ କରିବା ପାଇଁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ରଥଯାତ୍ରା
ସାରି ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରକୁ ବାହୁଡ଼ିବା ଅବସରରେ ମା ଲକ୍ଷ୍ମୀକୁ ମନାଇବା ପାଇଁ ରସଗୋଲା ଖୁଆଇବା ପରମ୍ପରା ରହିଛି।
ନିଳାଦ୍ରୀବିଜେ ଦିନ ଏହି ପମ୍ପପରା ପାଳିତ ହେଉଥିବା ସମଗ୍ର ରାଜ୍ୟ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆପ୍ରେମୀମାନେ ଏହି
ଦିନକୁ ବିଶ୍ୱବ୍ୟାପି ରସଗୋଲା ଦିବସ ଭାବରେ ପାଳନ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାହାଗିରିରେ ଏହି ସୁଆଦିଆ ମିଠାକୁ
ରାହାଗିରିରେ ସାମିଲ କରିବା ପାଇଁ ନିଷ୍ପତି ନ÷ଆଯାଇଛି ବୋଲି ମେୟର ଅନନ୍ତ ନାରାୟଣ ଜେନା କହିଛନ୍ତି। ପାହାଳ ରସଗୋଲା
ବିକ୍ରେତାଙ୍କ ପକ୍ଷରୁ ଏତ ୫ ଜଣିଆ ପ୍ରତିନିଧୀ ଦଳ ଆଜି ମେୟରଙ୍କ ସହ ଏନେଇ ଆଲୋଚନା କରିଛନ୍ତି।
ରସଗୋଲା ତିଆରି ପ୍ରଣାଳୀ ପ୍ରଦର୍ଶନୀ:
ପାହାଳ ରସଗୋଲା ଏତେ ସୁଆଦଅି। କିପରି ଲାଗୁଛି? ପାହାଳ ରସଚୋଲା କିପରି ତିଆରି ହୁଏ, ତାହା ପ୍ରଦର୍ଶନ କରିବେ ପାହାଳର
କିଛି ରସଗୋଲା କାରିଗର। ରାହାଗିରିରେ ଫ୍ରେସ୍ ରସଗୋଲା ତିଆରି କରିବା ସହ ଲୋକଙ୍କ ପ୍ରଶ୍ନର ଉତର ଦେବେ ପାଳାକ
ରସଗୋଲା କାରିଗର। ରାହାଗିରେି ର ୪ଟି ଏହିଭଳି ଷ୍ଟଲ୍ ଖୋଲାଯବି। ପାଇଁ ନିଷ୍ପତି ହୋଇଛି।
ବିଶ୍ୱ ଯୁବ କୌଶଳ ବିକାଶ ଦିବସ
ସେହିପରି ୧୭ ଜୁଲାଇ ବିଶ୍ୱ ଯୁବ କୌଶଳ ବିକାଶ ଦିବସ ହୋଇଥିବା ଯୋଗୁ ଉକ୍ତ ଦିନ ପାଳନ ହେବାକୁ ଥିବା ରାହାଗିରିରେ
ରାଜ୍ୟ ସରକାରଙ୍କ ବିଭିନ୍ନ କୌଶଳ ବିକାଶ ପାଠ୍ୟକ୍ରମ ସଂକ୍ରାନ୍ତରେ ସଚେତନ ସୃଷ୍ଟି କରାଯିବ । ସ୍ୱେଚ୍ଛାସେବୀ ସଂସ୍ଥା ପିକକ୍, ଆର୍ଟ
ୟା କ୍ରାଫ୍ଟ ଏବଂ ସ୍ୱାଭିମାନ ପକ୍ଷରୁ ଏହି ସଂକ୍ରାନ୍ତରେ ସଚେତନ ସୃଷ୍ଟି କରାଯିବ।
ରାହାଗିରିରେ ପୋଲିସ୍ ବ୍ୟାଣ୍ଡ୍
ଆଗାମୀ ରାହାଗିରିରେ କମଶି ନରେଟ୍ ପୋଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ଏକ ମୁ୍ୟକିକାଲ୍ ବ୍ୟାଣ୍ଡ୍ ରାସ୍ତା ପରିକ୍ରମା କରିବ।
ମାଷ୍ଟର୍ କ୍ୟାଂଟିନ୍ ଠାରୁ ରାମ ମନ୍ଦିର ଯାଏର୍ ଏହି ବ୍ୟାଣ୍ଡ୍ ଲୋକଙ୍କ ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଆକଷର୍ଣ କରିବ।
ସ୍ୱତନ୍ତ୍ର ଖେଳକୁଦ:
ଏଥର ଖେଳକୁଦକୁ ଅଧିକ ପ୍ରୋତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। କ୍ରିକେଟ୍, ଫୁଟ୍ ବଲ୍, ଭଲିବଲ୍ ଏବଂ ଅନ୍ୟାନ୍ୟ
ଲୋକପ୍ରୀୟ ଖେଳ ପାଇଁ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ରାହାଗିରିକୁ ଆସୁଥିବା ଲୋକେ ବର୍ଷାରେ ଖେଳକୁଦର ଆନନ୍ଦ
ନେବାକୁ ବିଏମ୍ସି ପକ୍ଷରୁ ଅନୁରୋଧ କରାଯାଉଛି।

Share in top social networks!