ଆସନ୍ତାକାଲି କନ୍ଧମାଳରେ ବିଜେପି ସଂସଦୀୟ ଦଳ: ବିଜେପି

ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ସାଂସଦ ଶ୍ରୀ ବିନୟ ସହସ୍ରବୁଦେ୍ଧ, ରାଷ୍ଟ୍ରୀୟ ସଂପାଦିକା ତଥା ସାଂସଦ ଶ୍ରୀମତୀ ଜ୍ୟୋତି ଧ୍ରୁବେ ଏବଂ ରାଷ୍ଟ୍ରୀୟ ସଂପାଦକ ତଥା ସାଂସଦ ଶ୍ରୀ ରାମ ବିଚାର ନେତାମ୍ ଆସନ୍ତାକାଲି ଅପରାହ୍ନ ୧.୧୫ ମିନିଟ୍ରେ ଏୟାର ଇଣ୍ଡିଆ ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ସିଧାସଳଖ କନ୍ଧମାଳ ଗସ୍ତ କରିବେ । ଫୁଲବାଣୀ ଠାରେ ରାତ୍ରିଯାପନ ପରେ ୧୬ତାରିଖ ଦିନ ଗୁମୁଡ଼ୁମାହା ଗୁଳିକାଣ୍ଡରେ ପୀଡ଼ିତ ପରିବାରବର୍ଗକୁ ଭେଟିବେ ଓ ଗୁଳିକାଣ୍ଡ ସ୍ଥଳ ପରିଦର୍ଶନ କରିବେ। ଏହି ରାଷ୍ଟ୍ରୀୟ ପ୍ରତିନିଧି ମଣ୍ଡଳ ସହିତ ଓଡ଼ିଶାର ପୁର୍ବତନ ମୁଖ୍ୟାମନ୍ତ୍ରୀ ତଥା ଆଦିବାସୀ ନେତା ଶ୍ରୀ ଗିରିଧାରି ଗମାଙ୍ଗୋ, ପୁର୍ବତନ ବିଧାୟକ ପ୍ରତାପ ଷଢ଼ଙ୍ଗୀ ଓ ସିର୍ଦ୍ଧାଥ ଶେଖର ସିଂ ମର୍ଦ୍ଦରାଜ୍ ପ୍ରମୁଖ ରାଜ୍ୟନେତାମାନେ ତାଙ୍କସହିତ କନ୍ଧମାଳଗସ୍ତରେ ଯୋଗଦାନ କରିବେ ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ଏବଂ ଏହି ପ୍ରତିନିଧି ଦଳ କନ୍ଧମାଳରୁ ଫେରି ଦିଲ୍ଳୀରେ ବିଜେପିର ସଭାପତି ଶ୍ରୀ ଅମିିିିତ ଶାହାଙ୍କୁ ତାଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ।

Share in top social networks!