କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆମେରିକା ଗସ୍ତ

dharmendraକେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗାମୀ ୧୩ରୁ ୧୮ ପର୍ଯ୍ୟନ୍ତ ଆମେରିକା ଗସ୍ତରେ ଯାଉଛନ୍ତି । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ
ଆମେରିକାର ହ୍ୟୁଷ୍ଟନ ସହରରେ ୬୭ଟି ଆବିଷ୍କୃତ କ୍ଷୁଦ୍ର ତୈଳ କ୍ଷେତ୍ର ନିଲାମୀ (ଡିଏସଏଫ) ସମ୍ପର୍କିତ ଆନ୍ତର୍ଜାତିକ ରୋଡ ଶୋ ର ଶୁଭାରମ୍ଭ କରିବେ । ନିଲାମୀ ପାଇଁ ନିବେଶକ ମାନଙ୍କୁ ଆକର୍ଷିକ କରିବା ପାଇଁ ଏହି ରୋଡ ସୋ ର ଆୟୋଜନ କରାଯାଉଛି । ଏହା ବ୍ୟତୀତ ଶ୍ରୀ ପ୍ରଧାନ ଓ୍ୱାଶିଂଟନ ଯିବାର ମଧ୍ୟ
କାର୍ଯ୍ୟକ୍ରମ ରହିଛି ।

ଓ୍ୱାଶିଂଟନରେ ଶ୍ରୀ ପ୍ରଧାନ ଆମେରିକାରେ ତାଙ୍କର ସମକକ୍ଷ ଶକ୍ତି ସଚିବ ଡ. ଏର୍ନେଷ୍ଟ ଜେଫରି ମୋନିଜଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାରେ ଆମେରିକା ସହିତ ହାଇଡ୍ରୋକାର୍ବନ କ୍ଷେତ୍ରରେ ସହଯୋଗ ନେଇ ଚର୍ଚା ହେବ । ଏହା ବ୍ୟତୀତ ଶ୍ରୀ ପ୍ରଧାନ ଏହି ଗସ୍ତ କାଳରେ ହ୍ୟୁଷ୍ଟନ ଓ ଓ୍ୱାଶିଂଟନରେ ହାଇଡ୍ରୋକାର୍ବନ କ୍ଷେତ୍ରରେ କାମ କରୁଥ#ବା ଥ#ଙ୍କ ଟ୍ୟାଙ୍କ ମାନଙ୍କ ସହ ଆଲୋଚନା କରିବେ ବୋଲି ଜଣା ଯାଇଛି ।

ଉଲ୍ଲେଖନୀୟ ଯେ ଆବିଷ୍କୃତ କ୍ଷୁଦ୍ର ତୈଳ କ୍ଷେତ୍ର ନିଲାମୀ ଗତ ୨୫ ମଇରେ ଆରମ୍ଭ ହୋଇଥ#ଲା । ଏହା ପରେ ଏ ସମ୍ପର୍କରେ ମୁମ୍ବାଇ ଓ ଗୌହାଟୀରେ ରୋଡ ସୋ ଆୟୋଜିତ ହୋଇଥ#ଲା । ଏହି ରାଉଣ୍ଡରେ ୬୭ଟି ତୈଳ କ୍ଷେତ୍ରକୁ ଆନ୍ତର୍ଜାତିକ ନିଲାମୀ ପାଇଁ ରଖାଯାଇଛି । ଏହି ରୋଡ ସୋ ବେଳେ ହ୍ୟୁଷ୍ଟନରେ ଥ#ବା ଓଏନଜିସି ବିଦେଶ ଲିମିଟେଡର କାର୍ଯ୍ୟାଳୟରେ ଡାଟା ରୁମ ଖୋଲାଯିବ ।
ଏହି ଗସ୍ତ ସମୟରେ ଶ୍ରୀ ପ୍ରଧାନଙ୍କ ସହିତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ଅଧ#କାରୀ, ଓଏନଜିସି, ଆଇଓସିଏଲ, ଗେଲ, ଏଚପିସିଏଲ ଓ ଏମଡି ବିପିଆରଏଲର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ମାନେ ମଧ୍ୟ ରହିବେ ।

Share in top social networks!