ଗ୍ରାମୀଣ ଜିବୀକା ମିଶନ କାର୍ଯ୍ୟକ୍ରମ ୩୦ ଟି ଜିଲ୍ଲାକୁ ସଂପ୍ରସାରିତ

ଗ୍ରାମୀଣ ଜିବୀକା ମିଶନର କାର୍ଯ୍ୟକ୍ରମକୁ ୩୦ ଟି ଜିଲ୍ଲାର ୧୦୭ ଟି ବ୍ଲକ୍କୁ ସଂପ୍ରସାରିତ କରାଯାଇଛି । ଆଜି
ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓଡ଼ିଶା ଜିବୀକା ମିଶନର କାର୍ଯ୍ୟନିର୍ବାହୀ
ପରିଷଦ ବୈଠକରେ ଏହାର ଅଗ୍ରଗତି ସମ୍ବନ୍ଧରେ ଆଲୋଚନା ହୋଇଥ#ଲା । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ
କ୍ଷେତ୍ର ସ୍ତରରେ ଅଧ#କରୁ ଅଧ#କ ଉପ#ାଦନମୂଳକ ଏବଂ ଅର୍ଥଆୟକାରୀ କାର୍ଯ୍ୟ ନିମନ୍ତେ ପ୍ରୋସ#ାହିତ କରିବା ପାଇଁ ମୁଖ୍ୟ
ଶାସନ ସଚିବ ଶ୍ରୀ ପାଢ଼ୀ ଓଡ଼ିଶା ଜିବୀକା ମିଶନ କର୍ତ୍ତୁପକ୍ଷଙ୍କୁ ପରାମର୍ଶ ଦେଇଥ#ଲେ । ବାସ୍ତବ ପ୍ରକଳ୍ପ ଭିତ୍ତିରେ
ବିଭିନ୍ନ ଗ୍ରୁପ୍ ମାନଙ୍କୁ ଗ୍ରେଡେସନ୍ କରିବା ସହ ଅଭିନବ ଉପ#ାଦନମୁଖୀ ଓ ଅର୍ଥଆୟକାରୀ ପ୍ରକଳ୍ପ କରୁଥ#ବା ସଂଘମାନଙ୍କୁ
ସମ୍ବର୍ଦ୍ଧିତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥ#ଲେ ।
ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ପଂଚାୟତି ରାଜ ବିଭାଗ ଶାସନ ସଚିବ ଶ୍ରୀ ଦେଓ ରଂଜନ
କୁମାର ସିଂ ମିଶନର କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ରଡୁ୍ୟସର ଗ୍ରୁପ୍ ଏବଂ ପ୍ରଡୁ୍ୟସର କମ୍ପାନୀ ଆଦି ମାନଙ୍କୁ
ବ୍ୟାଙ୍କ୍ ଋଣ ଓ ଆଥ#ର୍କ ସହାୟତା ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥ#ଲେ । ଓଡ଼ିଶା ମିଶନର
ନିର୍ଦ୍ଦେଶକ ଶ୍ରୀ ପ୍ରଣବ ଜ୍ୟୋତି ନାଥ କହିଥ#ଲେ ଯେ ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଜିବୀକା ମିଶନ କାର୍ଯ୍ୟକ୍ରମରେ ୩୦ ଟି
ଜିଲ୍ଲାର ୧୦୭ ଟି ବ୍ଲକ୍କୁ ସାମିଲ କରାଯାଇଛି । ତନ୍ମଧ୍ୟରୁ ୮ ଟି ଜିଲ୍ଲାର ୩୩ ଟି ବ୍ଲକ୍ ଜାତୀୟ ଗ୍ରାମୀଣ ଜିବୀକା ପ୍ରକଳ୍ପ (
ଏନ୍.ଆର.ଏଲ୍.ପି) ରେ ୨୪ ଟି ଜିଲ୍ଲାର ୫୫ ଟି ବ୍ଲକ୍ ଜାତୀୟ ଗ୍ରାମୀଣ ଜିବୀକା ମିଶନ(ଏନ୍.ଆର.ଏଲ୍.ଏମ୍)
କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ୨୦୧୬-୧୭ ମସିହାରେ ଅବଶିଷ୍ଟ ୬ ଟି ଜିଲ୍ଲାର ୧୯ ଟି ବ୍ଳକ୍କୁ ଏଥ#ରେ
ସାମିଲ କରାଯାଇଛି ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ୨୦୧୬ ମାର୍ଚ୍ଚ ସୁଦ୍ଧା ଏହି କାର୍ଯ୍ୟକ୍ରମରେ ୧୨୦୯୪ ଟି ଗ୍ରାମରୁ ୧,୧୮,୪୩୪ ଟି
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଆଥ#ର୍କ ସହାୟତା ଯୋଗାଇ ଦିଆଯାଇଥ#ବା ବେଳେ ୨୦୧୬-୧୭ ବର୍ଷରେ ଅଧ#କ
୧୩,୬୮୦ ଟି ସଂଘକୁ ସାମିଲ କରିବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟକରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ସ୍ୱୟଂ
ସହାୟକ ଗୋଷ୍ଠୀ ମାନଙ୍କ ମଧ୍ୟରେ ୨୦୧୬ ମାର୍ଚ୍ଚ ସୁଦ୍ଧା ୧୨.୫୪ ଲକ୍ଷ ମହିଳା ହିତାଧ#କାରୀ ଉପକୃତ ହୋଇଛନ୍ତି । ଚଳିତ
ଆଥ#ର୍କ ବର୍ଷରେ ଅଧ#କ ୧.୬୪ ଲକ୍ଷ ମହିଳା ହିତାଧ#କାରୀ ଏଥ#ରେ ସାମିଲ ହେବେ । ବିଭିନ୍ନ ଜିବୀକା ନିର୍ବାହ ପ୍ରକଳ୍ପ
ନିମନ୍ତେ ଏହି ଗୋଷ୍ଠୀ ମାନଙ୍କୁ ୧୧୨.୬୬ କୋଟି ଟଙ୍କା ମାର୍ଚ୍ଚ ୨୦୧୬ ସୁଦ୍ଧା ଆବର୍ତ୍ତନ ପା=ି ଭାବେ ଯୋଗାଇ
ଦିଆଯାଇଥ#ଲା । ୨୦୧୬-୧୭ ବର୍ଷରେ ଅଧ#କ ୧୦.୫୫ କୋଟି ଟଙ୍କାର ଆବର୍ତ୍ତନ ପା=ି ବ୍ୟବସ୍ଥା କରାଯାଇଛି । ଏହାଛଡା
୨୦୧୫-୧୬ ବର୍ଷ ସୁଦ୍ଧା ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ୨୪୩.୬୮ କୋଟି ଟଙ୍କାର କମୁ୍ୟନିଟି ଇନ୍ଭେଟେମେଣ୍ଟ୍ ଫଣ୍ଡ
ଯୋଗାଇ ଦିଆଯାଇଥ#ବା ବେଳେ ଚଳିତ ବର୍ଷ ଅଧ#କ ୩୪.୩୨ କୋଟି ଟଙ୍କାର ଏହି ଫଣ୍ଡ ଯୋଗାଇବା ନିମନ୍ତେ କାର୍ଯ୍ୟ
ଯୋଜନା ହାତକୁ ନିଆଯାଇଛି ।
୨୦୧୬-୧୭ ଆଥ#ର୍କ ବର୍ଷ ପାଇଁ ଏନ୍.ଆର୍.ଏଲ୍.ଏମ୍ ରେ ୭୯.୨୭ କୋଟି ଏବଂ ଏନ୍.ଆର.ଏଲ୍.ପି.ରେ ୧୩୨.୯୮
କୋଟି ଏହିପରି ସମୁଦାୟ ୨୨୧୨.୨୫ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରାଯାଇଛି । ମୁଖ୍ୟତଃ
ଦକ୍ଷତା ବିକାଶ, ଜିବୀକା ନିର୍ବାହ ସହାୟତା, ଅଭିନବ କୋðଶଳ ଏବଂ ସହଯୋଗିତା ସହାୟତା, ପ୍ରକଳ୍ପ କାର୍ଯ୍ୟାନ୍ୱୟନ
ସହାୟତା, ଭିତ୍ତିଭୂମୀ ବିକାଶ, ବିକ୍ରୀବଟା ଏବଂ ସୁଧ ରିହାତି ଆଦି ଏହାର ଅନ୍ତର୍ଭୁକ୍ତ । ଏହାଛଡା ମହିଳା ବିକାଶ
ସଶକ୍ତିକରଣ ପରିଯୋଜନା ଏବଂ ଗ୍ରାମ ସ୍ତରରେ ଉଦ୍ୟୋଗ ଷ୍ଟାର୍ଟ ଅପ୍ ଆଦି କାର୍ଯ୍ୟକ୍ରମ ମଧ୍ୟ ଏହି ଯୋଜନାରେ ଆରମ୍ଭ
କରାଯାଇଛି ।
ଗ୍ରାମ ଓ ପଂଚାୟତ ସ୍ତରରେ ବ୍ୟାପକ ସୂଚନା ପ୍ରସାରଣ ଓ ସଚେତନତା କାର୍ଯ୍ୟକ୍ରମ ମାନ ଆୟୋଜନ କରି
ଅଧ#କରୁ ଅଧ#କ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା, ଗ୍ରାମ ପଂଚାୟତ ସ୍ତରରେ ଫେଡେରେସନ୍ ଗଠନ କରିବା,
ସଦସ୍ୟ ମାନଙ୍କୁ ତାଲିମ ଦେବା, ଗ୍ରୁପ ମାନଙ୍କର ଗ୍ରେଡିଂ କରିବା, ସେମାନଙ୍କୁ ଋଣ ଓ ସହାୟତା ଯୋଗାଇ ଦେବା ଆଦି
ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଥ#ଲା । ଏହି ସବୁ କାର୍ଯ୍ୟ ନିମନ୍ତେ ନିର୍ଦ୍ଧିଷ୍ଟ କୋðଶଳ ଏବଂ ସମୟ ନିର୍ଘଣ୍ଟ
ମଧ୍ୟ ସ୍ଥିର କରାଯାଇଥ#ଲା ।
ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍, କୃଷି ଓ ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋଜ
ଆହୁଜା, ମହିଳା ଓ ଶିଶୁ ବିକାଶ ବିଭାଗ ଶାସନ ସଚିବ ଶ୍ରୀ ବିଶାଳ ଦେବ, ପଂଚାୟତି ରାଜ ବିଭାଗ ଶାସନ ସଚିବ ଶ୍ରୀ
ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀ ମାନେ ବୈଠକର ଆଲୋଚନାରେ
ଅଂଶଗ୍ରହଣ କରିଥ#ଲେ ।

Share in top social networks!