ବିଜେପି ସଂସଦୀୟ ଦଳ କନ୍ଧମାଳ ଆସି ପରିସ୍ଥିତି ଅନୁଧ୍ୟାନ କରିବେ; ଘୋଷଣା କଲେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ୍ ଶାହ

କନ୍ଧମାଳରେ ମହିଳା ଓ ଶିଶୁଙ୍କ ସମେତ ୬ ଜଣ ଆଦିବାସୀଙ୍କୁ ଯେଉଁଭଳି ଭାବେ ଅମାନବୀୟ ଭାବେ ହତ୍ୟା କରାଗଲା ତାକୁ ବିଜେପି ବେଶ ଚିନ୍ତିତ। ଏହି ପରିପ୍ରେକ୍ଷୀରେ ଦଳର ଏକ ସଂସଦୀୟ ଦଳ ବହୁ ଶୀଘ୍ର କନ୍ଧମାଳ ଗସ୍ତରେ ଆସି ପରିସ୍ଥିତି ସମୀକ୍ଷା କରିବେ ବୋଲି ରାଷ୍ଟ୍ରୀୟ ସଭାପତି ଶ୍ରୀ ଅମିତ୍ ଶାହା ଆଜି ଘୋଷଣା କରିଛନ୍ତି। ରାଜ୍ୟସଭା ସାଂସଦ ଶ୍ରୀ ବିନୟ ସହସ୍ରାବୁଦେ୍ଦ, ଲୋକସଭା ସାଂସଦ ଜ୍ୟୋତି ଧୁର୍ଭେ ଏବଂ ରାଜ୍ୟସଭା ସାଂସଦ ରାମ ବିଚାର ନେତାମ ଏହି ପ୍ରତିନିଧି ଦଳର ସଦସ୍ୟ ଅଛନ୍ତି ବୋଲି ରାଜ୍ୟ କାର୍ଯ୍ୟାଳୟ ସୁତ୍ରରୁ ପ୍ରକାଶ।

Share in top social networks!