ଦୁତି ଓ ଶ୍ରାବଣୀଙ୍କୁ ସମ୍ମାନିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

chandଓଡିଶାର ଦୁଇ ସଫଳ ଧାବିକା ତଥା ରିଓ ଅଲମ୍ପିକରେ ଭାରତର ପ୍ରତିନିଧ#ତ୍ୱ କରିବାକୁ ଯୋଗ୍ୟ ବିବେଚିତ ହୋଇଥ#ବା ଦୁତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ସମ୍ବଧ#ର୍ତ କରିଛନ୍ତି । ଶ୍ରୀ ପ୍ରଧାନଙ୍କ ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଏଥ#
ପାଇଁ ଆୟୋଜିତ ଏକ ଉତ୍ସବରେ ଭାରତର କ୍ରୀଡା ରାଷ୍ଟ୍ର ମନ୍ତ୍ରୀ ବିଜୟ ଗୋୟଲ ଓ କେନ୍ଦ୍ର କ୍ରୀଡା ସଚିବ ରାଜୀବ ଯାଦବ ମଧ୍ୟ ଉପସ୍ଥିତ ଥ#ଲେ ।

ଉଲ୍ଲେଖନୀୟ ଯେ ଶ୍ରାବଣୀ ନନ୍ଦ ୨ ଶହ ମିଟର ଦୌଡରେ ଅଲମ୍ପିକରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥ#ବା ବେଳେ ଦୁତି ଚାନ୍ଦ ୧୯୮୦ ମସିହାରେ ପିଟି ଉଷାଙ୍କ ପରେ ପ୍ରଥମ ଭାରତୀୟ ମହିଳା ଭାବେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେବାର ଗୌରବ ଅର୍ଜନ କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ପ୍ରତିଯୋଗୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବଧ#ର୍ତ କରିବା ସହ ରିଓ ଅଲମ୍ପିକରେ ସଫଳତା ସହପ୍ରତ୍ୟେକ ଭାରତବାସୀଙ୍କୁ ଗର୍ବ ଆଣି ଦିଅନ୍ତୁ ବୋଲି କହି ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତକୁ ପ୍ରତିନିଧ#ତ୍ୱ କରୁଥ#ବା ଦୁଇ ଆଥଲେଟ ଓଡିଆ ହୋଇଥ#ବାରୁ ସେଥ# ପାଇଁ ସେ ଆହୁରି
ଗର୍ବିତ । ଦୁଇ ଓଡିଆ ଝିଅ ନିଜର ଅକ୍ଲାନ୍ତ ପରିଶ୍ରମ ଓ ଚେଷ୍ଟା ଦ୍ୱାରା ସବୁ ପ୍ରତିବନ୍ଧକକୁ ଭେଦି ସାରା ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେମାନଙ୍କ ସଫଳତା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ ସହାୟକ ହେବେ ବୋଲି ସେ କାମନା କରିବା ସହିତ ସାରା ଦେଶବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଶୁଭେଚ୍ଛା ଶ୍ରାବଣୀ ଓ ଦୁତୀଙ୍କ ସହିତ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅନ୍ୟ ପକ୍ଷରେ ମହିଳା ହକି ଦଳରେ ଚାରି ଜଣ ଓଡିଆ ଖେଳାଳୀ ସାମିଲ ହୋଇଥ#ବାରୁ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିବା ସହିତ ଏହି ଚାରି ଜଣ ଖେଳାଳୀ ଦୀପଗ୍ରେସ ଏMା, ନମିତୋ ଟେªା, ସୁନୀତା ଲାକ୍ରା,ଲିଳିମା ମିଂଜଙ୍କୁ ଶୁଭକାମନା ଜଣାଇଛନ୍ତି । ଭାରତୀୟ ମହିଳା ହକି ଦଳ ରିଓ ଅଲିମ୍ପିକରେ ଭଲ ପ୍ରଦର୍ଶନ କରିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି ।

Share in top social networks!