ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ ଖେଳାଳୀ; କ୍ରୀଡାମନ୍ତ୍ରୀଙ୍କ ଅଭିନନ୍ଦନ ଓ ପୁରସ୍କାର ଘୋଷଣା

13315658_920125741433326_7561806732966316740_nରିଓ ଅଲମ୍ପିକ୍ସ ପାଇଁ ଘୋଷିତ ଭାରତୀୟ ମହିଳା ହକି ଦଳରେ ଚାରି ଜଣ ଓଡ଼ିଆ ଖେଳାଳୀ ପ୍ରତିନିଧ#ତ୍ୱ କରିବାର ସୁଯୋଗ ହାସଲ କରି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତିା ଘୋଷିତ ଦଳରେ ଦୀପ୍ଗ୍ରେସ୍ ଏMା, ନମିତା ଟେªା, ସୁନୀତା ଲାକ୍ରା ଓ ଲିଲିମା ମିଞ୍ଜ ସ୍ଥାନ ପାଇଛନ୍ତିା ଏହି ପ୍ରତିଭାସଂପନ୍ନ କ୍ରୀଡାବିତ୍ଙ୍କୁ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଅଭିନନ୍ଦନ ଜ୍ଞାପନ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତିା ଉନ୍ନତମାନର କ୍ରୀଡାନୈପୁଣ୍ୟ ପ୍ରଦର୍ଶନ କରି ଦେଶ ପାଇଁ ନିଶ୍ଚିତ ଭାବରେ ପଦକ ହାସଲ କରିବେ ବୋଲି ଶ୍ରୀ ମାର୍ଣ୍ଡି ଆଶାବ୍ୟକ୍ତ କରିବା ସହିତ ଏହି ବିରଳ କୃତିତ୍ୱ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଖେଳାଳୀଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତିା

Share in top social networks!