ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଗ୍ରହଣଯୋଗ୍ୟ ନୁହେଁ: ପ୍ରସାଦ ହରିଚନ୍ଦନ

ଗୁମୁଡ଼ୁମାହା ନାରକୀୟ ଗଣହତ୍ୟା କାଣ୍ଡର ତଦନ୍ତ ରାଜ୍ୟ ପୋଲିସର ମାନବ ଅଧିକାର ସୁରକ୍ଷା ସେଲ ପକ୍ଷରୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏସ୍.ଓ.ଜି. ନିର୍ଯ୍ୟାତନାରେ ମୃତୁ୍ୟବରଣ କରିଥିବା ନୂଆପଡ଼ା ଜିଲ୍ଲା କୋମ୍ନା ବ୍ଲକର ଚିତ୍ତ ରଞ୍ଜନ ସାହୁ ମାମଲା ଓ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ଭବାନୀପାଟଣା ନିଶାନଗୁଡ଼ାର ୩ଜଣ ନିରୀହ ଆଦିବାସୀଙ୍କ ମାମଲା ଏବଂ ସି.ଆର.ପି.ଏଫ. ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା କନ୍ଧମାଳ ମାଦାଗୁଡ଼ାର ନିରୀହ ସ୍ୱାମୀସ୍ତ୍ରୀଙ୍କର ମାମଲା ମଧ୍ୟ ରାଜ୍ୟ ପୋଲିସ୍ର ମାନବଅଧିକାର ସୁରକ୍ଷା ସେଲ ତଦନ୍ତ କରିବା ସହ ଅତିରିକ୍ତ ମହାନିଦେ୍ର୍ଦଶକ ତଦାରଖ କରିଥିଲେ । ତାହା ନିଷ୍ଫଳ ହେଲା । ଏବେ ଏ ତଦନ୍ତ ମଧ୍ୟ ନିଷ୍ଫଳ ହେବ ।
ପୋଲିସ ମହାନିଦେ୍ର୍ଦଶକ ଗୁମୁଡ଼ୁମାହା ଗଣହତ୍ୟା ଘଟଣାର ସମୀକ୍ଷା କରିବା ସହ ଏହାର ପୁନରାବୃତ୍ତି ନହେବା ପାଇଁ ପଦକ୍ଷେପ ନେବେବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗୋଟିଏ ବର୍ଷ ମଧ୍ୟରେ ଗୋଟିକ ପରେ ଗୋଟିଏ •ରି ଥର ଏଭଳି ଘଟଣାର ପୁନରାବୃତ୍ତି ହେବାପରେ ମୁଖ୍ୟମନ୍ତ୍ରୀଙ୍କର ଏହି ଘୋଷଣା ନିରର୍ଥକ ଓ ବିଭ୍ରାନ୍ତିକର ।
ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଦ୍ୱାରା ପରି•ଳିତ ଏକ ଏସ.ଆଇ.ଟିଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରାଯିବା ସହ ଏଥିରେ ଜାତୀୟ ମାନବ ଅଧିକାର କମିଶନଙ୍କୁ ଜଡ଼ିତ କରିବାର ଦାବିକୁ କଂଗ୍ରେସ ଦୋହରାଉଛି ।

Share in top social networks!