କୁମାରୀ ପ୍ରତ୍ୟାଶା ରାଏଙ୍କୁ କ୍ରୀଡା ଓ ଯୁବସେବା ମନ୍ତ୍ରୀଙ୍କ ଅଭିନନ୍ଦନ;୧ଲକ୍ଷ ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା

୪୩ତମ ଜାତୀୟ ଜୁନିୟର ସନ୍ତରଣ ପ୍ରତିଯୋଗିତାରେ ଓଡ଼ିଶାର କୁମାରୀ ପ୍ରତ୍ୟାଶା ରାଏ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥ#ବାରୁ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତିା

ବାଙ୍ଗାଲୁରୁର ବାସବାନଗୁଡ଼ି ସନ୍ତରଣାଗାରରେ ଜୁଲାଇ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥ#ବା ଏହି ପ୍ରତିଯୋଗିତାରେ କୁମାରୀ ରାଏ ଜୁନିୟର ବାଳିକା ବିଭାଗରେ-୫୦ ମିଟର ବ୍ୟାକ୍ଷ୍ଟ୍ରୋକ, ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ ଓ ୨୦୦ ମିଟର ବ୍ୟାକ୍ଷ୍ଟ୍ରୋକ ପ୍ରତିଯୋଗିତାରେ ଭାଗନେଇ ପ୍ରଥମଥର ପାଇଁ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ରାଜ୍ୟ ସରକାରଙ୍କ କୃତୀ କ୍ରୀଡ଼ାବିତ୍ମାନଙ୍କୁ ଆଥ#ର୍କ ପ୍ରୋତ୍ସାହନ ନୀତି ଅନୁଯାୟୀ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ସନ୍ତରଣର ତିନୋଟି ବିଭାଗରେ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ପ୍ରତ୍ୟେକ ବିଭାଗରେ ୪୦ ହଜାର ଟଙ୍କା ଲେଖାଏଁ ସମୁଦାୟ ୧ ଲକ୍ଷ ୨୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।

Share in top social networks!