ବିଶ୍ୱ ଜନସଂଖ୍ୟା ଦିବସ-୨୦୧୬ ପାଳିତ

ପ୍ରତ୍ୟେକ ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ବିଶ୍ୱ ଜନସଂଖ୍ୟା ସମସ୍ୟା ନେଇ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଏହା ଏକ ବାର୍ଷିକ କାର୍ଯ୍ୟକ୍ରମ । ଜନହିତ ଉଦେ୍ଦଶ୍ୟରେ ‘ଫାଇଭ୍ ବିଲିୟନ ଡେ’ ଅବସରରେ ୧୯୮୭ ମସିହା ଜୁଲାଇ ୧୧ ତାରିଖରେ ଏହାର ପରିକଳ୍ପନା କରାଯାଇଥିଲା । ଏହା ଆମ ଦେଶ ତଥା ରାଜ୍ୟରେ ପରିବାର ନିୟୋଜନ ତଥା ଜନସଂଖ୍ୟା ସମ୍ପର୍କିତ ସମସ୍ୟାର ପ୍ରତିକାର କରିବା ଉଦେ୍ଦଶ୍ୟରେ ପ୍ରତ୍ୟେକ ବର୍ଷ ପାଳନ କରାଯାଉଛି ।
ଓଡ଼ିଶାରେ ବିଶ୍ୱ ଜନସଂଖ୍ୟା ଦିବସ-୨୦୧୬ ପାଳନ
ଆଜି ଭୁବନେଶ୍ୱରଠାରେ ରାଜ୍ୟ ସ୍ତରୀୟ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ କରାଯାଇଛି । ଏହି ସମାରୋହରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଦିବସଟିର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନସଚିବ ଶ୍ରୀମତୀ ଆରତୀ ଆହୁଜା, ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍)ର ମିଶନ ନିଦେ୍ର୍ଦଶିକା ଶ୍ରୀମତୀ ଶାଲିନୀ ପଣ୍ଡିତ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ନିଦେ୍ର୍ଦଶିକା ଡ. ନିର୍ମଳା ଦେଇ ପ୍ରମୁଖ ‘ବିଶ୍ୱ ଜନସଂଖ୍ୟା ଦିବସ-୨୦୧୬’ର ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଏହି ଅବସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନାୟକ ପରିବାର ନିୟୋଜନ, ୨୦୧୫-୧୬ରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ତିନୋଟି ଜିଲ୍ଲା ଯଥାକ୍ରମେ ନୂଆପଡା, ମାଲକାନାଗିରି ଓ ଗଜପତି ଜିଲ୍ଲାକୁ ପୁରସ୍କୃତ କରିଥିଲେ ଏବଂ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ କୋରାପୁଟ, ମାଲକାନାଗିରିକୁ ମଧ୍ୟ ପୁରସ୍କୃତ କରିଥିଲେ । ଆହୁରି ମଧ୍ୟ ମାଲକାନାଗିରି ଓ ଗଜପତି ଜିଲ୍ଲାକୁ ଗୁଣବତ୍ତା ପରିବାର ନିୟୋଜନ ସେବା କ୍ଷେତ୍ରରେ ଏବଂ ସୋନପୁର ଓ ଅନୁଗୁଳ ଜିଲ୍ଲାକୁ ଚଚଓଟଉଊ ପ୍ରତିରୋପଣ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ ସମ୍ମାନିତ କରିଥିଲେ । ସେହିପରିଭାବେ ନୟାଗଡ ଜିଲ୍ଲାର ଡା. ନିଳମାଧବ ଶତପଥି ଏବଂ କଳାହାଣ୍ଡି ଜିଲ୍ଲାର ଡା ସଦାନନ୍ଦ ପାଣିଗ୍ରାହୀଙ୍କୁ ମିନିଲାପ ଅସ୍ତ୍ରୋପଚାର କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ୨୦୧୫-୧୬ରେ ସ୍ୱର୍ଗତ ଡା. ଜୁଗଳ କିଶୋର ବେହେରାଙ୍କୁ ମିନିଲାପ ଅସ୍ତ୍ରୋପଚାରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା । ଏହି ସମ୍ମାନ ତାଙ୍କ ସୁପୁତ୍ର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, ୧୪ଟି ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ସର୍ଜନ, ଏଏନ୍ଏମ୍ ଏବଂ ଏନ୍ଜିଓକୁ ସେମାନଙ୍କର ୨୦୧୫-୧୬ରେ ପ୍ରେରଣାତ୍ମକ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ ‘ଜନସଂଖ୍ୟା ସ୍ଥିରତା ପକ୍ଷ’ ଶୁଭାରମ୍ଭ କରାଯାଇ ଚଳିତ ବର୍ଷ ‘ବିଶ୍ୱ ଜନସଂଖ୍ୟା ଦିବସ’ ପାଳନ ହେଉଛି । ‘ଜନସଂଖ୍ୟା ସ୍ଥିରତା ପକ୍ଷ’ ୧୧ରୁ ୨୪ ଜୁଲାଇ ୨୦୧୬ପର୍ଯ୍ୟନ୍ତ ଚାଲିବ । ଏହା ପୂର୍ବରୁ ଜୁନ୨୭ରୁ ଜୁଲାଇ ୧୦ ତାରିଖ ଯାଏ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଚେତନତା ଏବଂ ପରିବାର ନିୟନ୍ତ୍ରଣ ସେବା ପାଇଁ ଆଗ୍ରହ ସୃଷ୍ଟି ଉଦେ୍ଦଶ୍ୟରେ ‘ସଚେତନତା ପକ୍ଷ’ (ମୋବିଲାଇଜେସନ ଫୋର୍ଟନାଇଟ୍) ଆୟୋଜିତ ହୋଇଥିଲା ।
ଚଳିତବର୍ଷ ‘ବିଶ୍ୱ ଜନସଂଖ୍ୟା ଦିବସ-୨୦୧୬’ ପାଳନର ଗ୍ଲୋବାଲ ଥିମ୍ ହେଉଛି ‘କିଶୋରୀଙ୍କ ପାଇଁ ନିବେଶ’ । ସମଗ୍ର ବିଶ୍ୱରେ କିଶୋରୀମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିର ଶିକାର ହେଉଛନ୍ତି । ଅନେକ କ୍ଷେତ୍ରରେ ସମାଜ ତଥା ପରିବାର ସଦସ୍ୟଙ୍କ ପ୍ରଭାବରେ କିଶୋରୀମାନେ ଶୀଘ୍ର ବିବାହ ତଥା ମାତୃତ୍ୱ ପାଇଁ ବାଧ୍ୟ ହେଉଛନ୍ତି ଏପରିକି ଅନେକ କିଶୋରୀଙ୍କୁ ଅଧାରୁ ପାଠ ପଢାରୁ ବଂଚିତ କରି ସେମାନଙ୍କର ଭବିଷ୍ୟତ ନଷ୍ଟ କରାଯାଉଛି । ଏପରିକି କିଶୋରୀମାନେ ବିଦ୍ୟାଳୟରେ ଥିବା ମାନବ ଅଧିକାର, ପ୍ରଜନନ ଅଧିକାର ବିଷୟରେ ଥିବା ସାଧାରଣ ସୂଚନା ବିଷୟରେ ଅଜ୍ଞ । ଗ୍ରାମାଞ୍ଚଳ ତଥା ଗରିବ ଶ୍ରେଣୀର କିଶୋରୀମାନଙ୍କ କ୍ଷେତ୍ରରେ ଏହା ବିଶେଷଭାବେ ବୃଦ୍ଧି ପାଉଛି ।
ଓଡ଼ିଶାରେ ଜନସଂଖ୍ୟା ନିୟନ୍ତ୍ରଣ ଅଭିଯାନ ୨୦୧୦ ମସିହାରେ ଓଡିଶାରେ ଆରମ୍ଭ ହୋଇଥିଲା ତାହା ପରଠାରୁ ଆମ ରାଜ୍ୟରେ ପରିବାର ନିୟୋଜନ କ୍ଷେତ୍ରରେ ଉଭୟ ଗୁଣାତ୍ମକ ଏବଂ ପରିମାଣତ୍ମକ ଭାବେ ଉନ୍ନତି ପରିଲିଖିତ ହୋଇଛି । ୨୦୧୦-୧୧ବର୍ଷରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ପରିବାର ନିୟୋଜନ ପଦ୍ଧତିର ଗ୍ରହଣୀୟତାର ନିୟମିତ ଅଭିବୃଦ୍ଧିରୁ ଏହା ଜଣାଯାଏ ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ଅଭିଯାନ ଦ୍ୱାରା ପରିବାର ନିୟୋଜନ କ୍ଷେତ୍ରରେ ନିରବଛିନ୍ନ ପ୍ରଜନନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ମାତ୍ରାଧିକ ପ୍ରୟାସ କରାଯାଉଛି ।
ଏହି ପ୍ରୟାସକୁ ଆଗକୁ ବଢାଇବାକୁ ଯାଇ ରାଜ୍ୟରେ ପରିବାର ନିୟୋଜନ ସ୍ଥିତିରେ ଉନ୍ନତି ଆଣିବା ପାଇଁ, ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ହାତକୁ ନିଆଯାଇଅଛି । ସେଗୁଡିକ ମଧ୍ୟରୁ କେତେକ ହେଉଛି -
୧. ନିର୍ଦ୍ଧାରିତ ଦିବସରେ ‘ପରିବାର କଲ୍ୟାଣ ଦିବସ’ର ପ୍ରଚାର ଯେଉଁଥିରେ କି ସମସ୍ତ ପରିବାର ନିୟୋଜନ ସେବା ସମେତ ପରାମର୍ଶ ଦେବା ଓ ଯୋଗ୍ୟ ଦମ୍ପତ୍ତିମାନଙ୍କୁ ଜିଲ୍ଲା ଏବଂ ଉପଜିଲ୍ଲା ସ୍ତରରେ ମିଳୁଥିବା ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ କରାଯାଉଛି ଯାହାକି ଏହି ସେବାର ଉପଲବ୍ଧତାକୁ ବୃଦ୍ଧି କରିବାରେ ସହାୟକ ହେଉଛି ।
୨. ପରିବାର ନିୟୋଜନ ୨୦୨୦ ଯୋଜନାର ଅଂଶସ୍ୱରୂପ ଟଘୠଚଇ ସହଯୋଗରେ ବିଶେଷକ ଯୋଜନା ପ୍ରକ୍ରିୟାର ଅଂଶଭାବେ ଜିଲ୍ଲାସ୍ତରୀୟ ପରିବାର ନିୟୋଜନ ଯୋଜନାର ବିକାଶ କରାଯାଇଛି । ପ୍ରତି ଜିଲ୍ଲାର ଆବଶ୍ୟକତା ଆଧାରରେ ଜରୁରୀ ପରିବାର ନିୟୋଜନ ପଦ୍ଧତି ପ୍ରଣୟନ ସଙ୍ଗେ ସଙ୍ଗେ ଏହାର ସଫଳ ରୂପାୟନ ନିମନ୍ତେ ପ୍ରୟାସ କରାଯାଉଛି ।
୩. ନିର୍ଦ୍ଧିଷ୍ଠ ଗୋଷ୍ଠୀଙ୍କୁ ଗୁଣାତ୍ମକ ଅସ୍ତ୍ରୋପଚାର ତଥା ଓଟଉଊ ସେବା ସୁବିଧାରେ ଉପଲବ୍ଧ କରାଇବା ନିମନ୍ତେ ସେବା ପ୍ରଦାନକାରୀଙ୍କ ଉପଯୁକ୍ତ ଦକ୍ଷତା ବିକାଶ ତଥା ପରିବାର ନିୟୋଜନ ଲୋକବଳ ନିୟୋଜିତ କରିବା ।
୪. ଯୋଗାଣ ଶୃଙ୍ଖଳ ପ୍ରଣାଳୀ (ଝଙ୍କକ୍ଟ୍ରକ୍ଟ୍ରକ୍ଷଚ୍ଚ ମଷବସଦ୍ଭ ଗ୍ଦଚ୍ଚଗ୍ଦଗ୍ଧରଜ୍ଞ) ରେ ଦେଖାଯାଉଥିବା ବାଧାବିଘ୍ନକୁ ଏଡ଼ାଇବା ପାଇଁ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପ୍ରଜନନ ସ୍ୱାସ୍ଥ୍ୟ ଦ୍ରବ୍ୟ ଯୋଗାଣ ସଞ୍ଚାଳନ ସୂଚନା ପ୍ରଣାଳୀ ନାମକ ଏକ ଅଭିନବ ଯୋଗାଣ ପ୍ରଣାଳୀ କାର୍ଯ୍ୟକାରୀ କରିଛନ୍ତି । ଏହା ଟଘୠଚଇ ସହଯୋଗରେ ଏକ ଏସ୍ଏମ୍ଏସ୍ ଆଧାରିତ ପ୍ରଣାଳୀ ଯାହାକି ସମସ୍ତ ଯୋଗ୍ୟ ଦମ୍ପତ୍ତିମାନଙ୍କୁ ଗର୍ଭନିରୋଧକ ସୁରକ୍ଷା ସୁନିଶ୍ଚିତ କରିବା କ୍ଷେତ୍ରରେ ରାଜ୍ୟରେ ପ୍ରଚଳିତ କରାଯାଇଥିବା ଯୋଗାଣ ବ୍ୟବସ୍ଥାକୁ ସଫଳ ଭାବେ ବ୍ୟବସ୍ଥିତ କରାଯାଇଛି ଏବଂ ଏହା ଏକ ସଫଳ ପ୍ରୟାସ । ରାଜ୍ୟର ଏହି ନୂତନ ତଥା ଅଭିନବ ପ୍ରଣାଳୀକୁ ଭାରତ ସରକାର ବେଶ୍ ପ୍ରଶଂସା ତଥା ବିଧିବଦ୍ଧ ଭାବେ ସ୍ୱୀକୃତି ପ୍ରଦାନ କରିଥିଲେ । ଉଭୟ ଜାତୀୟସ୍ତରରେ ତଥା ରାଜ୍ୟସ୍ତରରେ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ପ୍ରଣାଳୀ କାର୍ଯ୍ୟକାରୀ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଟଘୠଚଇ ଏହି ପ୍ରଣାଳୀକୁ ତାଙ୍କର ୨୦୧୫ ବର୍ଷର ଗ୍ଲୋବାଲ ରିପୋର୍ଟରେ ପ୍ରଜନନ ସ୍ୱାସ୍ଥ୍ୟ ଅଭିନବ ପ୍ରଣାଳୀ ଶ୍ରେଣୀରେ ସ୍ଥାନିତ କରିବା ପାଇଁ ଅଗ୍ରହ ପ୍ରକାଶ କରିଥିଲେ ।
୫. ଗର୍ଭବତୀ ମହିଳାମାନଙ୍କ ପାଇଁ ସରକାରୀ ସ୍ୱାସ୍ଥ୍ୟ ସେବାଗୁଡିକ ଉପଲବ୍ଧ କରାଇବା ଏବଂ ପ୍ରସବ ପରେ ପ୍ରଜନନ କ୍ଷମତାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ବହନ କରୁଛି ପିପିଏଫପି । ବିଗତ କିଛି ବର୍ଷ ମଧ୍ୟରେ ଆମର ଉଦ୍ୟମ ଉଭୟ ପ୍ରସବ ପରବର୍ତ୍ତୀ ଓଟଉଊ ଏବଂ ପ୍ରସବ ପର ବନ୍ଧ୍ୟାକରଣ ଦିଗରେ ରାଜ୍ୟରେ ଅଭୂତପୂର୍ବ ସଫଳତା ଆଣିଛି ଯାହାକି ଓଡିଶାକୁ ୧୯ ଲକ୍ଷ ନୂଆ ମହିଳାଙ୍କୁ ଲକ୍ଷ୍ୟସ୍ଥଳରେ ପହଁଚାଇବାରେ ଓଡିଶାକୁ ସାହାଯ୍ୟ କରିବ ।
୬. ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିର ଅଂଶ ଭାବେ ଲୋକମାନଙ୍କର ‘ପ୍ରଜନନ ଅଧିକାର’କୁ ସୁରକ୍ଷିତ କରିବା ତଥା ‘ଗୁଣାତ୍ମକ ଯତ୍ନ’ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ଉପାୟ ଗ୍ରହଣ କରାଯାଇଛି । ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସେବା ମଧ୍ୟରେ ପରିବାର ନିୟୋଜନ ଅର୍ନ୍ତଭୁକ୍ତିରେ ଟଘୠଚଇ ର ସହଭାଗିତାରେ ଓଡିଶା ସରକାର ସୁରକ୍ଷିତ ଲାପ୍ରୋସ୍କୋପିକ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ସମସ୍ତ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ ସଂସ୍ଥାଗୁଡିକରେ ହିତାଧିକାରୀମାନଙ୍କ ପାଇଁ ଉଚ୍ଚ ମେଡିକାଲ ସରଂଜାମ ଯୋଗାଇ ଦେଉଛନ୍ତି ।
୭. ଏହି ବର୍ଷ ଯୋଜନା ମଧ୍ୟରେ, ‘ନିର୍ଦ୍ଧାରିତ ଦିନ କେନ୍ଦ୍ର’ ଗୁଡ଼ିକର ବୃଦ୍ଧି କରିବାର ଯୋଜନା ରହିଛି, ଯାହାଦ୍ୱାରା ଜନସଂଖ୍ୟା ସ୍ଥିରତାର ବିକଳ୍ପଭାବେ ବିବେଚନା କରାଯାଉଥିବା ବନ୍ଧ୍ୟାକରଣ ସେବା ପରିସରକୁ ବୃଦ୍ଧି କରାଯାଇ ଏହା ଅନ୍ତର୍ଭୁକ୍ତ ବିଭିନ୍ନ ପଦ୍ଧତିଗୁଡିକର ପ୍ରସାର କରାଯିବ ।
୮. ପରିବାର ନିୟୋଜନ ଯୋଜନାର ସଫଳ ରୂପାୟନ ଯଥା (ହିତାଧିକାରୀଙ୍କ ପାଖରେ ଆଶାକର୍ମୀ ଦ୍ୱାରା ଗର୍ଭନିରୋଧକ ପହଁଚାଇବା ଏବଂ ଜନ୍ମ ବ୍ୟବଧାନର ସୁନିଶ୍ଚିତତା କରିବା ଯାହା କି ଆଶାକର୍ମୀଙ୍କୁ ସକ୍ରିୟ ଗୋଷ୍ଠିଗତ ପରିବାର ନିୟୋଜନ ପରାମର୍ଶଦାତା ଭାବେ ବିବେଚିତ କରିଛି ଯେଉଁମାନେ କେବଳ ସୂଚନା ପ୍ରଚାର କରିବା ସହ ଯୁବ ଏବଂ ନବବିବାହିତ ଦମ୍ପତିଙ୍କ ଆବଶ୍ୟକତାକୁ ସମାଧାନ କରିବେ ଯେଉଁମାନେ କି ପ୍ରଜନନ ବୟସ ବର୍ଗର ଏକ ବୃହତ ଅଂଶ ।
୯. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସୂଚକ ଭାବେ ପରିଗଣିତ ସମୁଦାୟ ପ୍ରଜନନ ହାର, ଯାହାକି ପରିବାର ନିୟୋଜନ କାର୍ଯ୍ୟକ୍ରମର ସଫଳତା ତଥା ଆଚଂଳିକ/ରାଜ୍ୟ/ଦେଶରେ ଜନସଂଖ୍ୟା ସ୍ଥିରତା ଆଣିବାରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପଗୁଡିକର ସଫଳ ରୂପାୟନ କରିବାରେ ନିର୍ଣ୍ଣୟାକ ଭୂମିକା ଗ୍ରହଣ କରିଥାଏ ତାହା ଓଡିଶାରେ ଅଭୂତପୂର୍ବ ଭାବେ କମି ୨.୧ ରେ ପହଁଚିଛି ଯାହାକି ଜାତୀୟ ହାରଠାରୁ ବେଶ୍ କମ୍ (୨.୩) ।
ଏହି ବର୍ଷ ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ପରିବାର ନିୟୋଜନ ସେବା ହସ୍ତାନ୍ତର ଦିଗରେ ନିମ୍ନରେ ପଦତ୍ତ ବିଭିନ୍ନ ବିଭାଗରେ ଉତ୍ତମ ପ୍ରଦର୍ଶନକାରୀଙ୍କୁ ସମ୍ମାନୀତ କରି ଆର୍ଥିକ ପୁରସ୍କାର ପ୍ରଦାନ କରିଛି ।
କ. ପରିବାର ନିୟୋଜନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ଜିଲ୍ଲା ୨୦୧୫-୧୬ (୩ ପୁରସ୍କାର)
ଖ. ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ଆୟୋଜନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ୨୦୧୫-୧୬ (୨ ପୁରସ୍କାର)
ଗ. ଗୁଣାତ୍ମକ ପରିବାର ନିୟୋଜନ ସେବା ଯୋଗାଇବାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ୨୦୧୫-୧୬ (୨ ପୁରସ୍କାର)
ଘ. ଚଚଓଟଉଊ ସଫଳତମ ପ୍ରତିରୋପଣରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ୨୦୧୫-୧୬ (୨ ପୁରସ୍କାର)
ଙ. ଜଐଉଖଗଓଝ ର କାର୍ଯ୍ୟକାରିତାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ୨୦୧୫-୧୬ (୨ ପୁରସ୍କାର)
ଚ. ୨୦୧୫-୧୬ ରେ ନିର୍ଦ୍ଧିଷ୍ଟ ପଦ୍ଧତି (ଐଚଊ) ଗ୍ରହଣ କରିବା ପାଇଁ ଗୋଟିଏ କିମ୍ବା ଦୁଇଟି ପିଲା ପାଇଁ ପ୍ରେରଣା ଯୋଗାଇଥିବା ଶ୍ରେଷ୍ଠ ଆଶାକର୍ମୀ (୨ ପୁରସ୍କାର)
ଛ. ୨୦୧୫-୧୬ ରେ ନିର୍ଦ୍ଧିଷ୍ଟ ପଦ୍ଧତି (ଘକ୍ଟଦ୍ଭ-ଐଚଊ) ଗ୍ରହଣ କରିବା ପାଇଁ ଗୋଟିଏ କିମ୍ବା ଦୁଇଟି ପିଲା ପାଇଁ ପ୍ରେରଣା ଯୋଗାଇଥିବା ଶ୍ରେଷ୍ଠ ଆଶାକର୍ମୀ (୨ ପୁରସ୍କାର)
ଜ. ବିବାହର ୨ ବର୍ଷ ପର୍ଯ୍ୟନ୍ତ ପ୍ରଥମ ଗର୍ଭଧାରଣକୁ ବିଳମ୍ବ କରାଇବା ଏବଂ ପ୍ରଥମ ଓ ଦ୍ୱିତୀୟ ପିଲା ମଧ୍ୟରେ ବ୍ୟବଧାନ ସର୍ବନିମ୍ନ ୩ ବର୍ଷ (ଐଚଊ) ପାଇଁ ପ୍ରେରଣା ଯୋଗାଇଥିବା ଆଶାକର୍ମୀ ୨୦୧୫-୧୬(୨ ପୁରସ୍କାର)
ଝ. ବିବାହର ୨ ବର୍ଷ ପର୍ଯ୍ୟନ୍ତ ପ୍ରଥମ ଗର୍ଭଧାରଣକୁ ବିଳମ୍ବ କରେଇବା ଏବଂ ପ୍ରଥମ ଓ ଦ୍ୱିତୀୟ ପିଲା ମଧ୍ୟରେ ବ୍ୟବଧାନ ସର୍ବନିମ୍ନ ୩ ବର୍ଷ (ଘକ୍ଟଦ୍ଭ-ଐଚଊ) ପାଇଁ ପ୍ରେରଣା ଯୋଗାଇଥିବା ଆଶାକର୍ମୀ ୨୦୧୫-୧୬(୨ ପୁରସ୍କାର)
ଞ. ବନ୍ଧ୍ୟାକରଣ (ଐଚଊ) ଶ୍ରେଷ୍ଠ ଇଘଗ ୨୦୧୫-୧୬(୧ ପୁରସ୍କାର)
ଟ. ବନ୍ଧ୍ୟାକରଣ (ଘକ୍ଟଦ୍ଭ-ଐଚଊ) ଶ୍ରେଷ୍ଠ ଇଘଗ ୨୦୧୫-୧୬(୧ ପୁରସ୍କାର)
ଠ. ଓଟଉଊ ରେ (ଐଚଊ) ଶ୍ରେଷ୍ଠ ଇଘଗ ୨୦୧୫-୧୬(୧ ପୁରସ୍କାର)
ଡ. ଓଟଉଊ ରେ (ଘକ୍ଟଦ୍ଭ-ଐଚଊ) ଶ୍ରେଷ୍ଠ ଇଘଗ ୨୦୧୫-୧୬(୧ ପୁରସ୍କାର)
ଢ. ଚଚଓଟଉଊ ରେ (ଐଚଊ) ଶ୍ରେଷ୍ଠ ଇଘଗ ୨୦୧୫-୧୬(୧ ପୁରସ୍କାର)
ଣ. ଚଚଓଟଉଊ ରେ (ଘକ୍ଟଦ୍ଭ-ଐଚଊ) ଶ୍ରେଷ୍ଠ ଇଘଗ ୨୦୧୫-୧୬(୧ ପୁରସ୍କାର)
ତ. ପୁରୁଷ ବନ୍ଧ୍ୟାକରଣ (ଐଚଊ) ପାଇଁ ପ୍ରେରଣା ଯୋଗାଉଥିବା ଶ୍ରେଷ୍ଠ ସ୍ୱାସ୍ଥ୍ୟକର୍ମୀ (ପୁରୁଷ ୨୦୧୫-୧୬-୧ ପୁରସ୍କାର)
ଥ. ପୁରୁଷ ବନ୍ଧ୍ୟାକରଣ (ଘକ୍ଟଦ୍ଭ-ଐଚଊ) ପାଇଁ ପ୍ରେରଣା ଯୋଗାଉଥିବା ଶ୍ରେଷ୍ଠ ସ୍ୱାସ୍ଥ୍ୟକର୍ମୀ (ପୁରୁଷ ୨୦୧୫-୧୬-୧ ପୁରସ୍କାର)
ଦ. ମିନି ଲ୍ୟାବ୍ ଅସ୍ତ୍ରୋପଚାରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଡାକ୍ତର (ଡଚୠ ୨୦୧୫ – ୨ ପୁରସ୍କାର)
ଧ. ୠଊଝ ରେ ମିନି ଲ୍ୟାବ୍ ଅସ୍ତ୍ରୋପଚାରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଡାକ୍ତର (୨୦୧୫ -୧୬- ୨ ପୁରସ୍କାର)
ନ. ୠଊଝ ରେ ଲାପ୍ରୋସ୍କୋପିକ୍ ଅସ୍ତ୍ରୋପଚାରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଡାକ୍ତର (୨୦୧୫ -୧୬- ୨ ପୁରସ୍କାର)
ପ. ୠଊଝ ରେ ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଡାକ୍ତର (୨୦୧୫ -୧୬- ୨ ପୁରସ୍କାର)
ଫ. ପୁରୁଷ ବନ୍ଧ୍ୟାକରଣ ଅସ୍ତ୍ରୋପଚାରରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ଡାକ୍ତର (ଡଠଡ ୨୦୧୫ – ୧ ପୁରସ୍କାର)
ବ. ପୁରୁଷ ବନ୍ଧ୍ୟାକରଣକୁ ପ୍ରଚାର ଏବଂ ସଚେତନ କରେଇବାରେ ଶ୍ରେଷ୍ଠ ଘଏଙ (୨୦୧୫ -୧୬- ୧ ପୁରସ୍କାର)

Share in top social networks!