ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

cmoooଆଜି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ ହୋଟେଲ୍‌ ସ୍ୱସ୍ତି ପ୍ରିମିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଦଳର ରାଜ୍ୟ କାର୍ଯ୍ୟକର୍ତ୍ତା, ଜିଲ୍ଲା ସଭାପତି, ଛାମୁଆ ସଂଗଠନର ରାଜ୍ୟ କର୍ମକର୍ତ୍ତା, ବିଭିନ୍ନ ସାମ୍ମୁଖ୍ୟର କାର୍ଯ୍ୟକର୍ତ୍ତା, ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ, ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ବିଜେଡି ସମର୍ଥôତ ଶୀର୍ଷ ଓ କେନ୍ଦ୍ର ସମବାୟ ସିମିତି ସଭାପତି ଏବଂ ନିଗମ ଅଧ୍ୟକ୍ଷ ପ୍ରମୁଖ ଯୋଗଦାନ କରିଥିଲେ । ଏଥିରେ ବୈଠକର ଉଦେ୍ଦଶ୍ୟ, ରାଜନୈତିକ କାର୍ଯ୍ୟସୂଚୀ ପ୍ରସ୍ତୁତି, ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାରର ସଫଳତା, ଓଡ଼ିଶା ବିକାଶରେ ବାଧା ଓ ଉପେକ୍ଷା, ଛାମୁଆ ସଂଗଠନ ଆଦି ବିଷୟରେ ପର୍ଯ୍ୟାୟକ୍ରମେ ଆଲୋଚନା ହୋଇଥିଲା ।

ପ୍ରାରମ୍ଭିକ ଅଧିବେଶନ ଦଳର ଉପସଭାପତି ମାନ୍ୟବର ସାଂସଦ ଅନଙ୍ଗ ଉଦୟ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର । ରାଜନୈତିକ ଦୃଶ୍ୟପଟ୍ଟରେ ବୈଠକର ଉଦେ୍ଦଶ୍ୟ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ଦଳର
ସାଧାରଣ ସଂପାଦକ ପଦ୍ମନାଭ ବେହେରା ରାଜନୈତିକ ଦୃଶ୍ୟପଟ୍ଟ ଆଲୋଚନାକୁ ସମର୍ଥନ କରି ମତା ଦେଇଥିଲେ । ରାଜନୈତିକ କାର୍ଯ୍ୟସୂଚୀ ପ୍ରସ୍ତୁତି ବିଷୟରେ ମନ୍ତ୍ରୀ ସଂଜୟ କୁମାର ଦାସବର୍ମା ମତାମତ ଉପସ୍ଥାପନ କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ଦଳର ଉପସଭାପତି ଏନ୍‌. ଭାସ୍କର ରାଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରର ସଫଳତା ବିଷୟରେ ଆଲୋଚନା ହୋଇଥିଲା । ପ୍ରଥମେ ନବୀନ ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମକୁ ନେଇ ୨୦ ମିନିଟିଆ ଅଡିଓ ଭିଜୁଆଲ୍‌ ପ୍ରଦର୍ଶିତ ହୋଇଥିଲା । ଏହି ଆଲୋଚନାରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜୟଶ୍ରୀ ରାଉତରାୟ, ପ୍ରଦୀପ କୁମାର ମହାରଥୀ, ବିକ୍ରମ କେଶରୀ ଆରୁଖ, ସାଧାରଣ ସଂପାଦକ ସୁଦାମ ମାରାଣ୍ଡି, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଯୋଗେନ୍ଦ୍ର ବେହେରା ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।

ସେହିପରି ତୃତୀୟ ଅଧିବେଶନରେ ଉପସଭାପତି ଡା. ଦାମୋଦର ରାଉତଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିକାଶରେ ବାଧା ଓ ଉପେକ୍ଷା ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ କୁମାର ମଲ୍ଲିକ, ସାସଂଦ ତଥାଗତ ଶତପଥୀ, ଦଳର ପ୍ରବକ୍ତା ପ୍ରତାପ କେଶରୀ ଦେବ, ବିଧାୟକ ଅମର ପ୍ରସାଦ ଶତପଥୀ, ସାଧାରଣ ସଂପାଦକ ରବି ନାରାୟଣ ନନ୍ଦ ଓ ପ୍ରଶାନ୍ତ ନନ୍ଦ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ଚତୁର୍ଥ ଅଧିବେଶନରେ ଉପସଭାପତି ବିମ୍ବାଧର କୁଅଁରଙ୍କ ଅଧ୍ୟକ୍ଷତାରେ ଛାମୁଆ ସାମ୍ମୁଖ୍ୟ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଶ୍ରୀମତୀ ପ୍ରମିଳା ମଲିକ, ପ୍ରବକ୍ତା ସମୀର ରଞ୍ଜନ ଦାଶ, କୃଷକ ସାମ୍ମୁଖ୍ୟ ସଂଯୋଜକ ସୁଶାନ୍ତ ସିଂହ, ଛାତ୍ର ବିଜେଡି ସଭାପତି ବ୍ୟୋମକେଶ ରାୟ, ଆଇନ୍‌ ସାମ୍ମୁଖ୍ୟ ସଂଯୋଜକ ମିଲନ୍‌ କାନୁନ୍‌ଗୋ ଏବଂ ସଂଖ୍ୟାଲଘୁ ସେଲ୍‌ ସଂଯୋଜକ ମୁନ୍ନା ଖାଁ ପ୍ରମୁଖ ନିଜ ନିଜ ସଂଗଠନ ବିଷୟରେ ମତାମତ ଉପସ୍ଥାପନ କରିଥିଲେ ।

ପଞ୍ଚମ ଅଧିବେଶନରେ ଦଳର ଉପସଭାପତି ବେଦ ପ୍ରକାଶ ଅଗରୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଧିବେଶନରେ
୬ଟି ପ୍ରସ୍ତାବ ଯଥା ରାଜନୈତିକ ପ୍ରସ୍ତାବ “ଏକ ସମୃଦ୍ଧିଶାଳୀ ସ୍ୱାଭିମାନୀ ଓଡ଼ିଶା ଗଠନ ବିଜୁ ଜନତା ଦଳ ଭଳି
ଆଞ୍ଚଳିକ ଦଳ ଦ୍ୱାରା ହିଁ ସମ୍ଭବ” ଓ “ଜନସାଧାରଣଙ୍କୁ ବିକାଶର ସଂଗ୍ରାମରେ ଯୋଗଦେବାକୁ ଆହ୍ୱାନ” ବିଧାୟକ
ପ୍ରତାପ ଜେନା ଆଗତ କରିଥିବା ବେଳେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସାଂସଦ ଅନୁଭବ ପଟ୍ଟନାୟକ, ବିଧାୟକ
ପ୍ରଫୁଲ୍ଲ ସାମଲ ଏହାକୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ । ସେହିଭଳି ଅର୍ଥନୈତିକ ପ୍ରସ୍ତାବ ପଶ୍ଚିମ ଓଡ଼ିଶା ବିକାଶ
ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଆଗତ କରିଥିବା ବେଳେ ବିଧାୟକ ଶଶୀଭୂଷଣ ବେହେରା ପ୍ରସ୍ତାବକୁ ସମର୍ଥନ
କରି ବକ୍ତବ୍ୟ ରଖିଥିଲେ । ସାଂଗଠନିକ ପ୍ରସ୍ତାବ ମନ୍ତ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ଆଗତ କରିଥିବା ବେଳେ
ବିଧାୟକ ନୃସିଂହ ସାହୁ ସମର୍ଥନ କରି ବକ୍ତବ୍ୟ ରଖିଥିଲେ । କୃଷି ଓ କୃଷକ ସଂପର୍କିତ ପ୍ରସ୍ତାବ ବିଧାୟକ ମଙ୍ଗଳା
କିଷାନ ଆଗତ କରିଥିବା ବେଳେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଅନନ୍ତ ଦାସ, ସଂଜୀବ ସାହୁ ଏହାକୁ
ସମର୍ଥନ କରି ମତାମତ ଦେଇଥିଲେ । ସେହିପରି ମହାନଦୀ ଓ ଓଡ଼ିଶାର ନଦୀ ଜଳ ଉପରେ ଅନ୍ୟ ରାଜ୍ୟର
ବେଆଇନ୍‌ କବ୍‌ଜା ଏବଂ କେନ୍ଦ୍ର ବିଜେପି ସରକାରଙ୍କ ପକ୍ଷପାତିତାକୁ ନିନ୍ଦା ପ୍ରସ୍ତାବକୁ ମନ୍ତ୍ରୀ ରମେଶ ମାଝୀ ଆଗତ
କରିଥିବା ବେଳେ ବିଧାୟକ ରୋହିତ ପୂଜାରୀ, ଦିବ୍ୟଶଙ୍କର ମିଶ୍ର ଏହାକୁ ସମର୍ଥନ କରି ମତାମତ ପ୍ରଦାନ
କରିଥିଲେ । ଅନୁସୂଚିତ ଜନଜାତି, ଜାତି ତଥା ସଂଖ୍ୟାଲଘୁ ବର୍ଗଙ୍କ ବିକାଶ ସଂପର୍କିତ ପ୍ରସ୍ତାବକୁ ସାଂସଦ ବଳଭଦ୍ର
ମାଝୀ ଆଗତ କରିଥିବା ବେଳେ ସାଂସଦ ଝିନ୍ନ ହିକ୍‌କା ସମର୍ଥନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଜୁ ଜନ୍ମ
ଶତବାର୍ଷିକୀ ଉତ୍ସବ ପାଳନକୁ ବ୍ୟାପକ କରିବା ନିମନ୍ତେ ଆହ୍ୱାନକୁ ସାଂସଦ ବିଷ୍ଣୁ ଦାସ ଆଗତ କରିଥିବା ବେଳେ
ଏହାକୁ ସମର୍ଥନ କରି ବିଧାୟକ ଦେବାଶିଷ ନାୟକ, ପ୍ରଭାତ ବିଶ୍ୱାଳ, ରାଜଶ୍ରୀ ମଲ୍ଲିକ ଆଲୋଚନା କରିଥିଲେ ।
ଶେଷରେ ଖୋଲା ଅଧିବେଶନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ
ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ କନ୍ଧମାଳରେ ଘଟିଥିବା ଦୁଃଖଦ ଘଟଣାକୁ ନେଇ ଏକ ମିନିଟ୍‌ ନିରବ
ପ୍ରାର୍ଥନା ହୋଇଥିଲା । ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ସ୍ୱାଗତ ଭାଷଣ ଦେଇଥିଲେ । ମନ୍ତ୍ରୀ ତଥା ଦଳର ସାଧାରଣ
ସଂପାଦକ ଦେବୀ ପ୍ରସାଦ ମିଶ୍ର ଏକ ଦିବସୀୟ ସମ୍ମିଳନୀର କାର୍ଯ୍ୟକ୍ରମ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା
ସହ ଗୃହୀତ ପ୍ରସ୍ତାବଗୁଡିକ ସଂପର୍କରେ ବକ୍ତବ୍ୟ ରଖିଥିଲେ । ପରେ ମାନ୍ୟବର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଅଭିଭାଷଣ ଦେଇଥିଲେ । ଶେଷରେ ଦଳର ଉପସଭାପତି ଶ୍ରୀମତୀ ଉଷା ଦେବୀ
ଧନ୍ୟବାଦ ଦେଇଥିଲେ । ଏହି ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ବିଜୁ ଯୁବ ଜନତା
ଦଳ ସାଧାରଣ ସଂପାଦକ ବିଜୟ ନାୟକ ସଂଯୋଜନା କରିଥିଲେ ।

ରାଜନୈତିକ ପ୍ରସ୍ତାବ
ମ୍ବ ଏକ ସମୃଦ୍ଧିଶାଳୀ ସ୍ୱାଭିମାନୀ ଓଡ଼ିଶା ଗଠନ ବିଜୁ ଜନତା ଦଳ ଭଳି ଆଞ୍ଚଳିକ
ଦଳ ଦ୍ୱାରା ହିଁ ସମ୍ଭବ
ମ୍ବ ଜନସାଧାରଣଙ୍କୁ ବିକାଶର ସଂଗ୍ରାମରେ ଯୋଗଦେବାକୁ ଆହ୍ୱାନ
ଦେଶର ସ୍ୱାଧିନତା ପରବର୍ତ୍ତୀ ସମୟରେ ଓଡ଼ିଶାରେ ବିଭିନ୍ନ ରାଜନୈତିକ ଦଳର ସରକାର
ଗଠିତ ହୋଇଛି । ପ୍ରମୁଖ ଜାତୀୟ ରାଜନୈତିକ ଦଳଗୁଡିକ ସର୍ବାଧିକ ସମୟ ଓଡ଼ିଶାର ଶାସନ
ଦାୟିତ୍ୱରେ ଥିବା ସତ୍ତ୍ୱେ ସର୍ବଭାରତୀୟ ସ୍ତରରେ ଓଡ଼ିଶା ସବୁବେଳେ ତା’ର ନ୍ୟାଯ୍ୟ ଅଧିକାର
ପାଇବାରୁ ବଞ୍ଚôତ ହୋଇଆସିଛି । ଓଡ଼ିଶାର ଅବିସମ୍ବାଦିତ ଜନନେତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ
ନେତୃତ୍ୱରେ ଓଡ଼ିଶାର ହକ୍‌ ପାଇଁ ସଂଗ୍ରାମ ଆରମ୍ଭ ହୋଇଥିଲା । ବିଜୁ ବାବୁଙ୍କର ଅବର୍ତ୍ତମାନରେ
ଓଡ଼ିଶା ରାଜନୀତିର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଲକ୍ଷ ଲକ୍ଷ ଓଡ଼ିଶାବାସୀଙ୍କର ଅନ୍ତରର ଇଚ୍ଛା ଓ
ଆକାଂକ୍ଷାକୁ ପ୍ରତିଫଳିତ କରି ଶ୍ରୀ ନବନୀ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପ୍ରତିଷ୍ଠା
କରାଯାଇ ଓଡ଼ିଶାର ବିକାଶ ପାଇଁ ମହାସଂଗ୍ରାମ ପୁଣିଥରେ ଆରମ୍ଭ କରାଯାଇଛି । ବହୁ ବାଧା ଓ
ପ୍ରତିବନ୍ଧକ ସତ୍ତ୍ୱେ ଶ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱଚ୍ଛ, ପାରଦର୍ଶୀ ଏବଂ ଦୃରଦୃଷ୍ଟି ସମ୍ପନ୍ନ ନେତୃତ୍ୱ
ତଥା ଓଡିଶାବାସୀଙ୍କର ସଦିଚ୍ଛାକୁ ଆଧାର କରି ବିଜେଡି ଭଳି ଏକ ଆଞ୍ଚଳିକ ଦଳ ଓଡ଼ିଶାବାସୀଙ୍କୁ
ବିଗତ ୧୬ ବର୍ଷଧରି ଏକ ସ୍ଥିର ସରକାର ଦେଇ ସ୍ୱାଭିମାନ ଓ ସମୃଦ୍ଧିର ଏହି ପର୍ବକୁ ସଫଳତାର
ସହିତ ଆଗେଇ ନେଉଛି । ଆମର ଏହି ନିରବଚ୍ଛିନ୍ନ ସଂଗ୍ରାମ ଏବଂ ବିକାଶ ପଥରେ କେନ୍ଦ୍ର
ସରକାରଙ୍କ ଦ୍ୱାରା ଅନେକ ବାଧା ଓ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି । ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ
କୁଠାରଘାତ କରାଯାଉଛି । କିନ୍ତୁ ଆମର ସଂକଳ୍ପ ଓ ସଂଗ୍ରାମ ସାଲିସ ବିହୀନ ଏବଂ ଆଦମ୍ୟ,
କୌଣସି ଶକ୍ତି ନିଜର ଶତ ଚେଷ୍ଟା ସତ୍ତ୍ୱେ ଏହାକୁ ପ୍ରତିହତ କରିପାରିବ ନାହିଁ ।
ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ଉଦ୍ଦିଷ୍ଟ
ଏହି ଅବିରତ ସଂଗ୍ରାମରେ ପୂର୍ଣ୍ଣ ପ୍ରାଣରେ ସାମିଲ ହେବା ପାଇଁ ଦଳର ସବୁ ସ୍ତରର ସାଥୀ,
ସହଯୋଗୀ ଓ କର୍ମୀମାନଙ୍କୁ ତଥା ଓଡ଼ିଶାର ଅଗଣିତ ଜନସାଧାରଣଙ୍କୁ ବିଜୁ ଜନତା ଦଳ ଆଜିର
ଏହି କର୍ମକର୍ତ୍ତା ସମ୍ମିଳନୀ ମଞ୍ଚରୁ ଆହ୍ୱାନ କରୁଛି ।
ଅର୍ଥନୈତିକ ପ୍ରସ୍ତାବ
ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳର ସରକାର ୨୦୦୦ ମସିହାରେ ପ୍ରଥମେ ଆସନ
ଦାୟିତ୍ୱ ଗ୍ରହଣ କରିବା ସମୟରେ ଓଡ଼ିଶାର ଆର୍ଥôକ ସ୍ଥିତି ଥିଲା ଅତ୍ୟନ୍ତ ଦୟନୀୟ । ରାଜକୋଷ ଥିଲା ଶୂନ୍ୟ । ଦିନ
ପ୍ରତିଦିନର ପ୍ରଶାସନିକ କାର୍ଯ୍ୟ ପରିଚାଳନା ପାଇଁ ମଧ୍ୟ ଥିଲା ପାଣ୍ଠିର ଅଭାବ । ଏ କରୁଣ ଆର୍ଥôକ ଅବସ୍ଥାକୁ କଂଗ୍ରେସ
ଠାରୁ ଉତ୍ତରାଧିକାର ସୂତ୍ରରେ ପାଇ ବିଜେଡି ସରକାର ଆରମ୍ଭ କରିଥିଲା ଓଡ଼ିଶାର ଅର୍ଥନୈତିକ ପ୍ରଗତିର ନୂତନ
ଅଧ୍ୟାୟ । କଠୋର ଆର୍ଥôକ ଶୃଙ୍ଖଳା, ମିତବ୍ୟୟିତା ଓ ନିଜସ୍ୱ ପୁଞ୍ଜି ବୃଦ୍ଧି କରି ରାଜ୍ୟର ଅର୍ଥନୈତିକ ବିକାଶର
ପ୍ରକି୍ରୟାକୁ ନବୀନ ପଟ୍ଟନାୟକଙ୍କ ସରକାର ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲେ । ଦାରିଦ୍ର୍ୟ ସୀମାରେଖା ତଳେ ଥିବା
ଜନସଂଖାକୁ ୫୩.୨%ରୁ ୩୨.୫୯%କୁ କମାଇ ଏବଂ ମୁଣ୍ଡପିଛା ଆୟକୁ ୧୯୯୯-୨୦୦୦ ମସିହାରେ ଥିବା
୧୧,୯୩୫ ଟଙ୍କାରୁ ୬୬,୮୯୦ ଟଙ୍କାକୁ ବଢ଼ାଇ ଉଲ୍ଲେଖନୀୟ ସଫଳତା କରିପାରିଛନ୍ତି ନବୀନ ପଟ୍ଟନାୟକଙ୍କ
ନେତୃତ୍ୱାଧୀନ ଓଡ଼ିଶା ସରକାର ।
କିନ୍ତୁ ଏହା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ ଏକ ଅନଗ୍ରସର ରାଜ୍ୟର ବିକାଶ ପ୍ରକ୍ରିୟାରେ ସହଯୋଗ
ହେବା ପରିବର୍ତ୍ତେ ସଂଘୀୟ ବ୍ୟବସ୍ଥାର ଦାୟିତ୍ୱବୋଧରୁ ଅପସରି ଯାଇ କେନ୍ଦ୍ର ସରକାର ଆର୍ଥିକ ଅନୁଦାନ କ୍ଷେତ୍ରରେ
ବିଭିନ୍ନ ସମୟରେ ଅସହଯୋଗ ମନୋଭାବ ପ୍ରଦର୍ଶନ କରୁଛନ୍ତି ।
ଉଦାହରଣ ସ୍ୱରୂପ କେନ୍ଦ୍ର ସରକାର ୨୦୧୬-୧୭ ଆର୍ଥôକ ବର୍ଷରୁ ୮ଟି କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା ବନ୍ଦ କରି
ଦେବାରୁ ରାଜ୍ୟ ବାର୍ଷିକ ୧୮୫୪ କୋଟି ଟଙ୍କାର ଯୋଜନା ସହାୟତା ରାଶି ହରାଉଛି । ଏହାବ୍ୟତୀତ ୨୦୧୫-
୧୬ ଆର୍ଥôକ ବର୍ଷରୁ କେନ୍ଦ୍ରୀୟ ସହାୟତା ଅଂଶ ହ୍ରାସ କରିବାରୁ କେନ୍ଦ୍ର ପ୍ରବର୍ତ୍ତିତ ଯୋଜନାଗୁଡିକ ପାଇଁ ରାଜ୍ୟ ଅଂଶ
ବାବଦକୁ ପ୍ରାୟ ୩୮୮୮ କୋଟି ଟଙ୍କା ରାଜ୍ୟର ନିଜସ୍ୱ ସମ୍ବଳରୁ ପ୍ରଦାନ କରିବାକୁ ହେଉଛି ।
କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ୍‌ ମତେ ଶତକଡ଼ା ୪.୭୮ ପ୍ରତିଶତରୁ
୪.୬୪ ପ୍ରତିଶତକୁ ହ୍ରାସ ପାଇଛି । ଏହାଦ୍ୱାରା ୨୦୧୫-୧୬ରୁ ୨୦୧୯-୨୦ ମଧ୍ୟରେ ରାଜ୍ୟ ପ୍ରାୟ ୫୦୦୦
କୋଟି ଟଙ୍କା କମ୍‌ ପାଇବ ।
ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିସ୍‌ ଠାରୁ କେନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବାବଦକୁ ୨୦୧୫-୧୬ ଆର୍ଥôକ
ବର୍ଷରେ ୩୪୨୭ କୋଟି ଟଙ୍କା ଓ ୨୦୧୬-୧୭ ଆର୍ଥôକ ବର୍ଷରେ ୪୮୯୦ କୋଟି ଟଙ୍କା କମ୍‌ ମିଳୁଛି ।
କେନ୍ଦ୍ରୀୟ ବିକ୍ରିକର ଟିକସର ହାର ବାବଦକୁ ରାଜ୍ୟକୁ କ୍ଷତିପୂରଣ ମିଳିବା କଥା । କିନ୍ତୁ କେନ୍ଦ୍ର ସରକାର ଏଇ
ବାବଦକୁ ୨୦୧୨-୧୩ରୁ ୨୦୧୪-୧୫ ଆର୍ଥôକ ବର୍ଷ ପର୍ଯ୍ୟନ୍ତ ୨୯୦୯ କୋଟି ଟଙ୍କା ଏଯାବତ୍‌ ପ୍ରଦାନ
କରିନାହାନ୍ତି । ରାଜ୍ୟର ପାଞ୍ଚଗୋଟି ନୂତନ ସରକାରୀ ଚିକିତ୍ସା ମହାବିଦ୍ୟାଳୟ ଖୋଲିବା ପାଇଁ ୫୬୭ କୋଟି
ଟଙ୍କାର କେନ୍ଦ୍ରୀୟ ସହାହୟତା ମିଳିବାକୁ ଥିଲେ ହେଁ ଏଯାଏ ୧୨୦ କୋଟି ଟଙ୍କା ମିଳିଛି ଓ ବାକି ୪୪୭ କୋଟି
ଟଙ୍କାର ପ୍ରାପ୍ୟ ମିଳିନାହିଁ । କିନ୍ତୁ ଏ ବାବଦକୁ ଖର୍ଚ୍ଚ ବୃଦ୍ଧି ହେଲେ ତାହା ରାଜ୍ୟ ସରକାର ବହନ କରିବେ ବୋଲି
କେନ୍ଦ୍ର ସରକାର କହୁଛନ୍ତି । ସେହିପରି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ କେନ୍ଦ୍ର ସରକାର ହଠାତ୍‌ ବନ୍ଦ କରିଦେବାରୁ
ରାଜ୍ୟ ସରକାର ନିଜ ସମ୍ବଳରୁ ଏହାକୁ ସମଗ୍ର ରାଜ୍ୟରେ ରୂପାୟନ କରୁଛନ୍ତି ।
କୋଇଲା ରୟାଲଟି ପ୍ରତି ତିନିବର୍ଷରେ ସଂଶୋଧନ ହେବାର ବ୍ୟବସ୍ଥା ଅଛି । ଏହା ଗତ ଅଗଷ୍ଟ ୨୦୧୫ରୁ
ସଂଶୋଧନ ହେବା କଥା । କିନ୍ତୁ କୋଇଲା ରୟାଲଟି ହାର ସଂଶୋଧନ ନହେବାରୁ ରାଜ୍ୟର ପ୍ରଭୂତ ଆର୍ଥôକ କ୍ଷତି
ହେଉଛି । ବିଜୁ ଜନତା ଦଳର ଆଜିର ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ରାଜ୍ୟର ବିକାଶ ପାଇଁ ରାଜ୍ୟ ସରକାରଙ୍କ
ଅବିଶ୍ରାନ୍ତ ଉଦ୍ୟମକୁ ସମର୍ଥନ କରିବା ସଂଗେ ସଂଗେ ଓଡ଼ିଶାର ସାମଗ୍ରିକ ଅଭିବୃଦ୍ଧି ନ୍ୟାଯ୍ୟ ଦାବିଗୁଡିକୁ କେନ୍ଦ୍ର
ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯିବା ନିମନ୍ତେ ଦୃଢ଼ ଦାବି ଉପସ୍ଥାପନ କରୁଛୁ ।
ମହାନଦୀ ଓ ଓଡ଼ିଶାର ନଦୀ ଜଳ ଉପରେ ଅନ୍ୟ ରାଜ୍ୟର ବେଆଇନ୍‌
କବ୍‌ଜା ଏବଂ କେନ୍ଦ୍ର ବିଜେପି ସରକାରଙ୍କ ପକ୍ଷପାତିତାକୁ ନିନ୍ଦା ପ୍ରସ୍ତାବ
ରାଜ୍ୟର ଅଧିକରୁ ଅଧିକ ଚାଷ ଉପଯୋଗୀ ଜମିକୁ ଜଳ ସେଚନ ଯୋଗାଇଦେବା ପାଇଁ ରାଜ୍ୟ ସରକାର
ଯୋଜନାବଦ୍ଧ ଉଦ୍ୟମ ଜାରି ରଖିଛନ୍ତି । ହୀରାକୁଦ ନଦୀବନ୍ଧ ଯୋଜନା ସ୍ୱାଧୀନୋତ୍ତର ଭାରତବର୍ଷର ଅନ୍ୟତମ
ପ୍ରଥମ ବହୁମୂଖୀ ନଦୀବନ୍ଧ ଯୋଜନା । ବନ୍ୟା ନିୟନ୍ତ୍ରଣ, ବିଦୁ୍ୟତ ଶକ୍ତି ଉତ୍ପାଦନ ସାଙ୍ଗକୁ ପଶ୍ଚିମ ଓଡ଼ିଶାର ବ୍ୟାପକ
ଅଞ୍ଚଳକୁ କେନାଲ ଜଳ ଯୋଗାଣ ସହିତ ମହାନଦୀ ଅବବାହିକାର ୧୫ଟି ଜିଲ୍ଲା ମହାନଦୀ ଜଳ ଦ୍ୱାରା ପ୍ରତ୍ୟକ୍ଷ
ଭାବରେ ଉପକୃତ ହେଉଛନ୍ତି । ମହାନଦୀ ହେଉଛି ଓଡ଼ିଶାର ଜୀବନ ରେଖା । ଭାଜପା ଶାସିତ ଛତିଶଗଡ଼ ସରକାର
ମହାନଦୀ ଉପର ମୁଣ୍ଡରେ ଆରମ୍ଭ କରିଛନ୍ତି ତିନୋଟି ପ୍ରକଳ୍ପ, ଯାହା ନିମ୍ନ ଅବବାହିକାରେ ମହାନଦୀର ଜଳ
ପ୍ରବାହକୁ ସଂକୁଚିତ କରିବ । ବନ୍ୟା ନିୟନ୍ତ୍ରଣ ଅବ୍ୟବସ୍ଥିତ ହେବ, ଜଳ ସେଚନ ବାଧାପ୍ରାପ୍ତ ମଧ୍ୟ ହେବ । ବିଦୁ୍ୟତ
ଉତ୍ପାଦନ ସାଙ୍ଘାତିକ ଭାବରେ ପ୍ରଭାବିତ ହେବା ସାଙ୍ଗକୁ ଭୂତଳ ଜଳସ୍ତର ମଧ୍ୟ ପ୍ରଭାବିତ ହେବ । ଓଡ଼ିଶାର
ଅଗୋଚରରେ ଏବଂ କେନ୍ଦ୍ରୀୟ ଜଳ ଆୟୋଗର ବିନା ଅନୁମତିରେ ଛତିଶଗଡ଼ ସରକାରଙ୍କର ଏଭଳି ଅନୁଚିତ
କାର୍ଯ୍ୟରେ କେନ୍ଦ୍ରର ଭାଜପା ସରକାର ନିରବଦ୍ରଷ୍ଟା । ଏହା କେବଳ ଆନ୍ତଃରାଜ୍ୟ ବୁଝାମଣାର ଉଲ୍ଲଂଘନ ନୁହେଁ,
ଓଡ଼ିଶାର ପ୍ରଗତି ଏବଂ ଓଡ଼ିଶାର ସ୍ୱାର୍ଥରେ କୁଠାରଘାତ । ଓଡ଼ିଶାର କୋଟି କୋଟି ଜନସାଧାରଣଙ୍କର ଆଶା, ଭରସା
ଏବଂ ବିଶ୍ୱାସର ପ୍ରତୀକ ବିଜୁ ଜନତା ଦଳ ଏହାକୁ କଦାପି ବରଦାସ୍ତ କରିବ ନାହିଁ । ଠିକ୍‌ ସେହିପରି ଉପା
ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ଆନ୍ଧ୍ରର ପୋଲାଭରମ୍‌ ପ୍ରକଳ୍ପ ଓଡ଼ିଶାର ଜନଜାତିମାନଙ୍କର ପେଟପାଟଣା
ଓ ଜୀବନ ଜୀବିକା ଉପରେ କୁଠାରଘାତ ସଦୃଶ । ଓଡ଼ିଶାର ପ୍ରଭୂତ ଜଙ୍ଗଲ ସଂପଦକୁ ନଷ୍ଟ କରିବାର ଏକ ବ୍ୟାପକ
ଷଡ଼ଯନ୍ତ୍ର । ଓଡ଼ିଶା ସରକାରଙ୍କ ତୀବ୍ର ପ୍ରତିବାଦ ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ପୁନଃ ସ୍ୱୀକୃତି ପ୍ରଦାନ କରି ଓଡ଼ିଶା
ପ୍ରକ୍ରିୟାକୁ ବ୍ୟାହତ କରିବାର ହୀନ ଚକ୍ରାନ୍ତ ଜାରି ରଖିଛନ୍ତି । ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏସବୁ ହୀନ ଉଦ୍ୟମଗୁଡିକୁ
ବିଜୁ ଜନତା ଦଳ ଆଜିର ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଦୃଢ଼ ଭାବରେ ନିନ୍ଦା କରିବା ସହିତ ଏଗୁଡିକର ତୀବ୍ର ବିରୋଧ
କରୁଛି ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ବିରୋଧୀ ଏଭଳି ପଦକ୍ଷେପ ସମୂହ ବିରୋଧରେ ରାଜ୍ୟର କୋଣ ଅନୁକୋଣରେ
ପ୍ରତିବାଦର ସ୍ୱର ଉତ୍ତୋଳନ କରିବା ପାଇଁ ଓଡ଼ିଶାବାସୀଙ୍କୁ ଆହ୍ୱାନ କରୁଛି ।
ସାଂଗଠନିକ ପ୍ରସ୍ତାବ
ବିଜୁ ଜନତା ଦଳ ଓଡ଼ିଶାର ଏକ ଶକ୍ତିଶାଳୀ ଆଞ୍ଚଳିକ ରାଜନୈତିକ ଦଳ । ପ୍ରାୟ ଦୁଇ ଦଶନ୍ଧି ଧରି ଶ୍ରୀ ନବୀନ
ପଟ୍ଟନାୟକଙ୍କ ଦୃଢ ନେତୃତ୍ୱରେ ନିରବଚ୍ଛିନ୍ନ ଭାବରେ ଓଡ଼ିଶାବାସୀଙ୍କ ସହଯୋଗ ଓ ଆଶୀର୍ବାଦରୁ ଲଗାତାର
ଭାବରେ ନିର୍ବାଚନ ଜିତିବା ସଙ୍ଗେ ସଙ୍ଗେ ସ୍ୱଚ୍ଛ, ଉତ୍ତରଦାୟୀ ଏବଂ ଜନହିତକର କାର୍ଯ୍ୟକ୍ରମ ସହ ରାଜ୍ୟବାସୀଙ୍କୁ
ନିର୍ମଳ ଶାସନ ଦେଇ ଆସିଛି । ଏ ଦିଗରେ ଦଳର ଅଗଣିତ ନେତା, କର୍ମୀ, ଶୁଭେଚ୍ଛୁ ଏବଂ ସମର୍ଥକଙ୍କର ଭୂମିକା
ଅତ୍ୟନ୍ତ ପ୍ରଶଂସନୀୟ । ଏ ପରିପ୍ରେକ୍ଷୀରେ ଦଳର ଛାମୁଆ ସଂଗଠନମାନଙ୍କର ଭୂମିକା ମଧ୍ୟ ଉଲ୍ଲେଖନୀୟ ଏବଂ
ଅଭିନନ୍ଦୀୟ । ବିଜୁ ଯୁବ ଜନତା ଦଳ, ବିଜୁ ଛାତ୍ର ଜନତା ଦଳ, ବିଜୁ ମହିଳା ଦଳ, ବିଜୁ କୃଷକ ସାମ୍ମୁଖ୍ୟ, ବିଜୁ
ସଂଖ୍ୟାଲଘୁ ସାମ୍ମୁଖ୍ୟ, ବିଜୁ ଜନତା ଦଳ ଆଇନୀଜୀବୀ ସାମ୍ମୁଖ୍ୟ ନିଜ ନିଜର ଦାୟିତ୍ୱ ସୂଚାରୁ ରୂପେ ନିର୍ବାହ
କରୁଛନ୍ତି । ବର୍ତ୍ତମାନ ଭାରତବର୍ଷର ରାଜନୈତିକ ଦୃଶ୍ୟପଟ୍ଟ ସହିତ ସାମାଜିକ, ଅର୍ଥନୈତିକ ଓ ଯୋଗାଯୋଗ
କ୍ଷେତ୍ରରେ ଘଟୁଥିବା ଦୃତ ପରିବର୍ତ୍ତନ ସହିତ ତାଳ ଦେଇ ଦଳୀୟ ସଂଗଠନକୁ ମଜଭୁତ କରି ଗଢ଼ିବା ଏବେ ଆମ
ପାଇଁ ଆହ୍ୱାନ ହୋଇଛି । ଓଡ଼ିଶାକୁ ଏକ ପୂର୍ଣ୍ଣ ବିକଶିତ ରାଜ୍ୟ ଭାବରେ ଗଢ଼ିତୋଳିବାର ଆବଶ୍ୟକତାକୁ ଆଖି
ଆଗରେ ରଖି ବିଜୁ ଜନତା ଦଳକୁ ଆହୁରି ଶକ୍ତିଶାଳୀ କରି ଗଢ଼ିବାକୁ ହେବ । ଏଥିରେ ଦଳର ଛାମୁଆ ସାମ୍ମୁଖ୍ୟଗୁଡିକ
ତାଙ୍କ ନିଜସ୍ୱ କ୍ଷେତ୍ରରେ ସଭ୍ୟ ସଂଗ୍ରହ ବୃଦ୍ଧି, ସାଂଗଠନିକ କ୍ଷେତ୍ର ବିସ୍ତାର ସହିତ ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ
ସକ୍ରିୟ ଅଂଶଗ୍ରହଣକୁ ନିଶ୍ଚିତ କରିବା ପାଇଁ ଏତଦ୍ୱାରା ସଂକଳ୍ପ ଗ୍ରହଣ କରାଗଲା ।
କୃଷି ଓ କୃଷକ ପ୍ରସ୍ତାବ
ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ । ରାଜ୍ୟ ଜନସଂଖ୍ୟାର ୬୦ ଭାଗରୁ ଊଦ୍ଧ୍ୱର୍ କୃଷକ ଓ କୃଷିଜୀବୀ । ଓଡ଼ିଶାର
ସଂସ୍କୃତି ଓ ଅର୍ଥନୀତି ମୁଖ୍ୟତଃ କୃଷି ଭିତ୍ତିକ । ରାଜ୍ୟ ସରକାର କୃଷି ଓ କୃଷକର ବିକାଶକୁ ସର୍ବାଧିକ ପ୍ରାଥମିକତା
ଦେଇ ଆସିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଦ୍ରୁତ ବିକାଶ ସାଧନ ପାଇଁ ସ୍ୱତନ୍ତ୍ର କୃଷି ବଜେଟ୍‌ କରାଯାଇଛି ।
ସ୍ୱତନ୍ତ୍ର କୃଷି କ୍ୟାବିନେଟ୍‌ ଗଠନ କରାଯାଇ କୃଷି ଭିତ୍ତିକ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରାଯାଇଛି । କୃଷକମାନଙ୍କର
ସର୍ବାଧିକ ବିକାଶକୁ ଅଗ୍ରାଧିକାର ଦେଇ କୃଷି ବିଭାଗର ନାମ ପରିବର୍ତ୍ତନ କରାଯାଇ ‘କୃଷି ଓ କୃଷକ ସଶକ୍ତିକରଣ’
ବିଭାଗ କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ଠାପର ପ୍ରୟାସ ଓ କୃଷକମାନଙ୍କର ଅବିରତ ଉଦ୍ୟମ ଫଳରେ କୃଷି
ଉତ୍ପାଦନ କ୍ଷେତ୍ରରେ ଆମେ ଦୃଷ୍ଟାନ୍ତମୂଳକ ସଫଳତା ପାଇଛୁ । ଗତ ପାଞ୍ଚବର୍ଷ ମଧ୍ୟରେ ଚାରିଥର କୃଷିକର୍ମଣ
ପୁରସ୍କାର ପାଇବା ରାଜ୍ୟବାସୀଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଉପଲବ୍ଧି ।
ଧାନ ଆମ ରାଜ୍ୟର ମୁଖ୍ୟ ଫସଲ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାର କ୍ରମାଗତ
ଭାବେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି । ବର୍ତ୍ତମାନ ପରିପ୍ରେକ୍ଷୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ
ଅନ୍ତତଃ କ୍ୱିଣ୍ଟାଲ ପ୍ରତି ୨୫୦୦ ଟଙ୍କା ଦାବି କରାଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଧର୍ମକୁ ଆଖିଠାର ମାରିବା ଭଳି
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଯାହା କ୍ୱିଣ୍ଟାଲ ପିଛା ୧୪୧୦ ଟଙ୍କା ଥିଲା, ସେଥିରେ ମାତ୍ର ୬୦ ଟଙ୍କା ବୃଦ୍ଧି କରି
୧୪୭୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଏହା ଓଡ଼ିଶାର ଚାଷୀକୂଳ ପ୍ରତି କେବଳ ଯେ ଚରମ ଉପହାସ ତାହା ନୁହେଁ,
ସେମାନଙ୍କ ପେଟରେ ଲାତ ମାରିବା ସହ ସମାନ । ଧାନ ଚାଷରେ ଚାଷୀମାନଙ୍କର ଶ୍ରମ ଓ ଅନ୍ୟାନ୍ୟ ଖର୍ଚ୍ଚର ମୂଲ୍ୟକୁ
ଠିକଣା ଭାବେ ମୂଲ୍ୟାୟନ କରାଯାଇ ନାହିଁ ବୋଲି ଓଡ଼ିଶାର ଚାଷୀକୂଳ ଅନୁଭବ କରୁଛନ୍ତି । ଏହା କେବଳ ଯେ
ସେମାନଙ୍କର ପରିଶ୍ରମର ମୂଲ୍ୟ ତାହା ନୁହେଁ, ସେମାନଙ୍କର ଜୀବନ ଜୀବିକା, ପରିବାରବର୍ଗଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଆଦି
ମୌଳିକ ଆବଶ୍ୟକତା ପୂରଣ କରିବାର ଏକ ମୁଖ୍ୟ ସାଧନ । କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ
ବୃଦ୍ଧି କରିବା ଦାବିକୁ ବାରମ୍ବାର ଅଣଦେଖା କରିଆସୁଛନ୍ତି ।
ଯଦିଓ ଓଡ଼ିଶା ସମେତ ମରୁଡି ପ୍ରଭାବିତ ୧୦ଟି ରାଜ୍ୟ ୨୦୧୫-୧୬ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କୁ
ସହାୟତା ରାଶି ପ୍ରଦାନ କରିବା ପାଇଁ ଦାବି କରିଥିଲେ । କେନ୍ଦ୍ର ସରକାର ଏହାକୁ ବିଚାର କରି ଜାତୀୟ ବିପର୍ଯ୍ୟୟ
ପାଣ୍ଠି (ଏନ୍‌.ଡି.ଆର୍‌.ଏଫ୍‌)ରୁ ବିଜେପି ଶାସିତ ରାଜ୍ୟ ସରକାରଙ୍କୁ ପର୍ଯ୍ୟାପ୍ତ ପରିମାଣର ଆର୍ଥôକ ସହାୟତା ଦେଉଥିବା
ବେଳେ ଓଡ଼ିଶାର ଦାବିକୁ ଅଣଦେଖା କରି ଯେଉଁ ଆର୍ଥôକ ସହାୟତା ପ୍ରଦାନ କରୁଛନ୍ତି ତାହା ଅତ୍ୟନ୍ତ ନଗଣ୍ୟ ।
ଏପରିସ୍ଥଳେ ରାଜ୍ୟ ସରକାର ୭୦୦ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ଚାଷୀଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶାର
ସ୍ୱାଭିମାନୀ ଜନସାଧାରଣ କେନ୍ଦ୍ର ସରକାରଙ୍କ ଛଳନା, ଶଠତା, ପ୍ରବଞ୍ଚନା ଓ ପ୍ରତାରଣାକୁ କଦାପି ବରଦାସ୍ତ କରିବେ
ନାହିଁ, ବରଂ ଠିକଣା ସମୟରେ ଉଚିତ୍‌ ଜବାବ ଦେବେ ବୋଲି ଆଜି ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା
ସମ୍ମିଳନୀରେ ପ୍ରସ୍ତାବ ଗ୍ରହଣ କରୁଅଛୁ ।
ଅନୁସୂଚିତ ଜନଜାତି, ଜାତି ତଥା ସଂଖ୍ୟାଲଘୁ ବର୍ଗଙ୍କ ବିକାଶ ସଂପର୍କିତ ପ୍ରସ୍ତାବ
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ରାଜ୍ୟର ଆସନ ଭାର ଗ୍ରହଣ
କରିବା ପରଠାରୁ ଅନୁସୂଚିତ ଜାତି ଓ ଜନଜାତି, ଅନଗ୍ରସର ଜାତି ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର
ଶିକ୍ଷା, ଜୀବନ ଜୀବିକା ଓ ରୋଜଗାର ପାଇଁ ବିଭିନ୍ନ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଛି ।
ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କ ଶିକ୍ଷାର ପ୍ରସାର ପାଇଁ ସାରା ଓଡ଼ିଶାରେ ୫୦୦୦ରୁ ଊଦ୍ଧ୍ୱର୍
ଛାତ୍ରାବାସ ନିର୍ମାଣ ସହିତ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ
ଆନ୍ତରିକ ଉଦ୍ୟମ ଯୋଗୁଁ ସାନ୍ତାଳି ଭାଷାକୁ ସାମ୍ବିଧାନିକ ମାନ୍ୟତା ମିଳିବା ସହିତ ବିଭିନ୍ନ ଜନଜାତି
ଭାଷାରେ ଶିକ୍ଷା ପ୍ରଦାନ କରାଯାଉଛି, ଯେଉଁଥିରେ କି ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ
ପରିଗଣିତ । ‘ହୋ’ ଭାଷାକୁ ଅଷ୍ଟମ ପରିଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ଓଡ଼ିଶା ସରକାର ଉଦ୍ୟମ
ଜାରି ରଖିଛନ୍ତି । ‘ମୁଣ୍ଡାରି’ ସମେତ ଅନ୍ୟ ଭାଷାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଏବଂ ଅନୁସୂଚିତ
ଜନଜାତି ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ଜୀବନଧାରଣର ମାନର ବିକାଶ ପାଇଁ ସରକାର ବିଭିନ୍ନ
ପଦକ୍ଷେପ ନେଉଛନ୍ତି । ଏହି ବର୍ଗର ଉନ୍ନତି ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ
ମଧ୍ୟରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ ଅନ୍ୟତମ ଏବଂ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କ୍ଷେତ୍ରରେ ଓଡ଼ିଶା
ସର୍ବ ଭାରତୀୟ ସ୍ତରରେ ଅନ୍ୟତମ ପ୍ରମୁଖ ରାଜ୍ୟ ଭାବେ ପରିଗଣିତ ହୋଇଛି ।
ଆଜିର ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଏହି ବର୍ଗର ସର୍ବବିଧି ଉନ୍ନତି ତଥା ସେମାନଙ୍କର
ଜୀବନଧାରଣର ମାନର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜାଣାଇବା ସହିତ ଏହି
ଜାତିର ବିକାଶ ଧାରାକୁ ଅବ୍ୟାହତ ରଖିବା ନିମନ୍ତେ ପ୍ରସ୍ତାବ ଗ୍ରହଣ କରୁଛୁ ।
ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନକୁ ବ୍ୟାପକ କରିବା ନିମନ୍ତେ ଆହ୍ୱାନ
ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ୫ମାର୍ଚ୍ଚ ୨୦୧୬ ଠାରୁ ୫ ମାର୍ଚ୍ଚ
୨୦୧୭ ପର୍ଯ୍ୟନ୍ତ ବର୍ଷବ୍ୟାପୀ ସାରା ରାଜ୍ୟରେ ଓ ଦେଶ ବିଦେଶରେ ପାଳିତ ହେଉଅଛି । ଏହି
ଅବସରରେ ଭୁବନେଶ୍ୱର ଠାରେ ରାଜ୍ୟସ୍ତରୀୟ ବିଜୁ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳନ, ବିଭିନ୍ନ
ନିର୍ବାଚନ ମଣ୍ଡଳୀ ଓ ବ୍ଲକରେ ସ୍ମାରକୀ ସାଇକେଲ୍‌ ରାଲି, ବିଜୁ ଶ୍ରାଦ୍ଧ ଦିବସ ପାଳନ ଓ ଅନ୍ୟାନ୍ୟ
କାର୍ଯ୍ୟକ୍ରମଗୁଡିକ ସଫଳତା ସହିତ ପାଳିତ ହୋଇଅଛି । ଦଳ ମତ ନିର୍ବିଶେଷରେ ବିଜୁ ଜନ୍ମ
ଶତବାର୍ଷିକୀ ପାଳନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଗୁଡିକ ଦ୍ୱାରା ପ୍ରକାଶ ପାଇଥିବା
ଆଗ୍ରହ ଓ ଉତ୍ସାହ ଉଲ୍ଲେଖନୀୟ ।
ଉକ୍ତ କାର୍ଯ୍ୟକ୍ରମଗୁଡିକର ସଫଳତା ନିମନ୍ତେ ଓଡ଼ିଶାବାସୀ ତଥା ପ୍ରବାସୀ ଓଡ଼ିଆମାନଙ୍କୁ କୃତଜ୍ଞତା
ଜ୍ଞାପନ କରୁଛୁ । ଆଗାମୀ ଦିନମାନଙ୍କରେ ବିଜୁ ଜନ୍ମ ଶତବାର୍ଷିକୀ କମିଟି ଆନୁକୂଲ୍ୟରେ ଶତବାର୍ଷିକୀ
ଉତ୍ସବ ପାଳନକୁ ଅଧିକ ବ୍ୟାପକ କରିବା ନିମନ୍ତେ ଆଜିର ପରିବର୍ଦ୍ଧିତ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ଆହ୍ୱାନ କରୁଅଛି ।

Share in top social networks!