ମୁଖ୍ୟମନ୍ତ୍ରୀ ମିଛ ତଥ୍ୟର ସୌଦାଗର – ଧର୍ମେନ୍ଦ୍ର ପ୍ରଧାନ

13654317_1057171364366442_2417295176936924651_nବିଜୁ ଜନତା ଦଳର ରାଜ୍ୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବକ୍ତବ୍ୟକୁ କଟୁ ସମାଲୋଚନା କରି କେନ୍ଦ୍ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ମିଛ ତଥ୍ୟର ସୌଦାଗର ବୋଲି ଅଭିଯୋଗ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାର ବିଧାନସଭାରେ ଗତ ତିନି ଆଥ#ର୍କ ବର୍ଷରେ ତିନି ଲକ୍ଷ ଘର ନିର୍ମାଣ କରିଥ#ବା ଲିଖ#ତ ଉତ୍ତର ଦେଇଥ#ବା ବେଳେ ଦୁଇ ବର୍ଷରେ ଦଶ ଲକ୍ଷ ଘର କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି
ଯେ କେଉଁ ଜିଲ୍ଲାରେ କେଉଁ ବ୍ଲକ ଓ କେଉଁ ଗାଁରେ କିଏ ଘର ପାଇଲା ତାର ତଥ୍ୟ ଓ ଏହି ଘର ପାଇଁ କେନ୍ଦ୍ର ସରକାର କେତେ ଅର୍ଥ ଦେଇଛନ୍ତି ତାହା େଓ୍ୱବସାଇଟରେ କାହିଁକି ଉପଲବ୍ଧ କରାଉ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।

ରାଜ୍ୟ ସରକାର ଏକ ପ୍ରତିଶତ ହାରରେ କୃଷି ଋଣ ଯୋଗାଉଥ#ବା ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ସତ୍ୟ ତଥ୍ୟ ଉପରେ ପର୍ଯବେଷିତ ନୁହେଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ହିତାଧ#କାରୀ ଚାଷୀ ୧ ପ୍ରତିଶତ ଦେଉଥ#ବା ବେଳେ କେନ୍ଦ୍ର ସରକାର ନିଜ ବଜେଟରୁ ୫ ପ୍ରତିଶତ ସୁଧ ଭର ଣା କରୁଛନ୍ତି । ରାଜ୍ୟ ସରକାର ମାତ୍ର ୩ ପ୍ରତିଶତ ଦେଇ ପୂରା ଏକ ପ୍ରତିଶତ ସୁଧର ଶ୍ରେୟ ନେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ପୁଣି କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଆଥ#ର୍କ ସୁପରିଚାଳନା କାରଣରୁ ନିଅଂଟିଆ ବଜେଟ ବଳକା ବଜେଟରେ ତାଙ୍କ ସରକାର ପରିଣତ କରିଥ#ବା ନବୀନ ପଟ୍ଟନାୟକଙ୍କ ଦାବି ସମ୍ପୂର୍ଣ ଭିତ୍ତିହୀନ ଓ ଭୁଲ ତଥ୍ୟ ଉପରେ ଆଧାରିତ । ଚଳିତ ୨୦୧୬-୧୭ ଆଥ#ର୍କ ବର୍ଷରେ ରାଜ୍ୟ ସରକାରଙ୍କ ବଜେଟରେ ୧୭ ପ୍ରତିଶତ ଋଣ ବୋଲି ଶ୍ରୀ ପ୍ରଧାନ ତଥ୍ୟ ଉପସ୍ଥାପିତ କରିଛନ୍ତି । ଯଦି ରାଜ୍ୟ ସରକାରଙ୍କର ବଜେଟ ବଳକା ରହିଛି ତାହେଲେ ଆହାର ଯୋଜନା
ବଜେଟରେ କାହିଁକି ସାମିଲ କରୁ ନାହାନ୍ତି ବୋଲି ଶ୍ରୀ ପ୍ରଧାନ ପାଲଟା ପ୍ରଶ୍ନ କରିଛନ୍ତି ।

ପରିବେଶ ସେସରୁ ରାଜ୍ୟ ସରକାରଙ୍କୁ ଅର୍ଥ ମିଳୁ ନ ଥ#ବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ସମାଲୋଚନା କରି ଶ୍ରୀ ପ୍ରଧାନ କହିଛନ୍ତି ଗତ ସଂସଦ ଅଧ#ବେଶନରେ କାମ୍ପା ଫଣ୍ଡ ନେଇ ଆଲୋଚନା ହେଉଥ#ବା ବେଳେ ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦ ମାନେ କଣ କରୁଥ#ଲେ ଥରେ ମୁଖ୍ୟମନ୍ତ୍ରୀ ବୁଝି ଓଡିଶାବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା ଅଭିଯୋଗ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ଜଳ ସମ୍ପଦ ବିଭାଗ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ଜଳ କମିଶନଙ୍କୁ ଏହି ମାମଲାରେ ଲିଖ#ତ ଭାବେ ଆପତ୍ତି ଉଠାଇ ନାହାନ୍ତି । ୧୯୮୩ ମସିହାରେ ଜଳ ବଣ୍ଟନ, ଉପଯୋଗ, ବିବାଦ ଓ ଏହାର ସମାଧାନ ପାଇଁ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ପାଇଁ ନିଷ୍ପତ୍ତି ହୋଇଥ#ବା ବେଳେ ୧୬ ବର୍ଷରେ ଏ ବାବଦରେ ନବୀନ ପଟ୍ଟନାୟକଙ୍କ ନୀରବତା ସମସ୍ୟା ତିଆରି କରିଛି । ଜଳ
ବିବାଦ ମାମଲାରେ ଓଡିଶାର ସ୍ୱାର୍ଥ ସହିତ ସାଲିସ କରାଯିବ ନାହିଁ ବୋଲି ଶ୍ରୀ ପ୍ରଧାନ ସ୍ପଷ୍ଟ କରିଛନ୍ତି ।

Share in top social networks!