ମେଘାଳୟ ରାଜ୍ୟର ଯୁବ ପ୍ରତିନିଧୀ ମଣ୍ଡଳକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

dpmeghalayaଓଡ଼ିଶାକୁ ସାଂସ୍କୃତିକ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ଅଂଶ ଭାବେ ରାଜ୍ୟକୁ ଆସିଥ#ବା ମେଘାଳୟର ଏକ ଯୁବ ପ୍ରତିନିଧ# ମଣ୍ଡଳକୁ ଶନିବାର ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ କାର୍ଯ୍ୟକ୍ରମରେ ଅଭିନନ୍ଦନ ଜଣାଇଛନ୍ତିା

ମେଘାଳୟର ପାରମ୍ପାରିକ ପୋଷାକ, ବାଦ୍ୟଯନ୍ତ୍ର ଓ ବେଶଭୂଷା ସହିତ ଗତ ପାଞ୍ଚ ଦିନ ଧରି ଓଡ଼ିଶାରେ ବୁଲୁଥ#ବା ଏହି ପ୍ରତିନିଧ# ମଣ୍ଡଳ କେନ୍ଦ୍ର ସରକାରଙ୍କ ଯୁବ ବିକାଶ ମନ୍ତ୍ରଣାଳୟର ନେହେରୁ ଯୁବ କେନ୍ଦ୍ର ସଂଗଠନ ଦ୍ୱାରା ଓଡ଼ିଶା ଆସିଛନ୍ତିା ଏହି ଯୁବ ପ୍ରତିନିଧ# ମଣ୍ଡଳକୁ ଉଦ୍ବୋଧନ ଦେଇ ଶ୍ରୀ ପ୍ରଧାନ କହିଲେ ଯେ, ଉତ୍ତର-ପୂର୍ବ ରାଜ୍ୟ ମାନଙ୍କ ସମେତ ମେଘାଳୟର ସଂସ୍କୃତି, ପରମ୍ପରା, ଖାଦ୍ୟ ରୁଚି ଓ ଅନ୍ୟାନ୍ୟ ବିଶେଷତା ସହ ଓଡ଼ିଶାର ଅନେକ ତାଳମେଳ ରହିଛିା ବିବିଧତା ମଧ୍ୟରେ ଏକତା ଭାରତର ଅନ୍ତଃସ୍ୱରା ଶ୍ରୀ ପ୍ରଧାନ କହିଥ#ଲେ ୧୯୯୩ ମସିହାରେ ସେ ଏହିଭଳି ଏକ ଅନ୍ତଃରାଜ୍ୟ ପ୍ରବାସ ଯୋଜନାରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମାନଙ୍କୁ ଯାଇଥ#ଲେ । ଏହା ତାଙ୍କର ସାରା ଜୀବନର ଏକ ଭଲ ଅନୁଭୂତି ହୋଇ ରହିଛିା ସେ ଆଶା ପ୍ରକାଶ କରିଥ#ଲେ ମେଘାଳୟର ଯୁବ ପ୍ରତିନିଧ# ଦଳ ଓଡ଼ିଶାର ମନ୍ଦିର, ସମୁଦ୍ର ଓ ଲୋକ ସଂସ୍କୃତିକୁ ହୃଦୟଭରି ଉପଭୋଗ କରିଥ#ବେ ଓ ଜୀବନସାରା ଏହାକୁ ମନେ ରଖ#ବୋ

Share in top social networks!