ସଢେଇକଳା ଓ ଖରସୁଆଁବାସୀଙ୍କ ପାଇଁ “ଉତ୍କଳ ପ୍ରସଙ୍ଗ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ପ୍ରେରଣ

iprଓଡ଼ିଆ ଜାତିର ଆରଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଓ ମହିମାର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ପ୍ରକାଶ ପାଇଥ#ବା “ଉତ୍କଳ ପ୍ରସଙ୍ଗ’ ଓ “ଓଡ଼ିଶା ରିଭୁ୍ୟ’ର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଦିଗ୍ଦର୍ଶନରେଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ସଢେଇକଳା ଓ ଖରସୁଆଁବାସୀଙ୍କ ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ବିଭାଗୀୟ ଯାନକୁ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ସୁଶୀଲ କୁମାର ଦାସ ପତାକା ଦେଖାଇ ପ୍ରେରଣ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କ୍ରମାଗତ ତୃତୀୟ ବର୍ଷ ପାଇଁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ସଢେଇକଳା ଓ ଖରସୁଆଁର ଓଡ଼ିଆ ଭାଷୀ ଜଗନ୍ନାଥପ୍ରେମୀମାନେ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିବା ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟମୂଳକ ପ୍ରବନ୍ଧ ପାଠ କରି ଜଗନ୍ନାଥ ସଂସ୍କୃତି
ଏବଂ ମହିମା ସମ୍ବନ୍ଧରେ ବହୁତ କିଛି ଜାଣିବାକୁ ପାଉଛନ୍ତି ବୋଲି ମତ ଦେଇଛନ୍ତି ।

ସଂପାଦକ ଡ. ଲେନିନ ମହାନ୍ତିଙ୍କ ସଂପାଦକୀୟରେ ଚଳିତ ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟରେ ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ସମ୍ବନ୍ଧୀୟ ସ୍ୱାନମଧନ୍ୟ ଲେଖକଙ୍କ ଦ୍ୱାରା ବହୁ ଉଚ୍ଚକୋଟୀର ଲେଖାମାନ ପ୍ରକାଶ ପାଇଛି । ଏହି ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା, ଶ୍ରୀଜଗନ୍ନାଥ ଭଜନ ପୁସ୍ତିକା ଇତିମଧ୍ୟରେ ପୁରୀ ସମେତ ଓଡ଼ିଶାର ସମସ୍ତ ଜିଲ୍ଲାରେ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି । ଆଜିର ଏହି ଅବସରରେ ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭୁ୍ୟର ସଂପାଦକ ଡ. ଲେନିନ ମହାନ୍ତି, ମ୍ୟାନେଜର ଶ୍ରୀ ପ୍ରଫୁଲ କୁମାର ମଲ୍ଲିକ, ଶ୍ରୀ ଦେବାଶିଷ ପଟ୍ଟନାୟକ ଓ ବିଭାଗୀୟ ବରିଷ୍ଠ ଅଧ#କାରୀମାନେ ଉପସ୍ଥିତ ଥ#ଲୋ

Share in top social networks!