ସ୍ୱଛଭାରତ ମିଶନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି

13435345_500232063502085_3618914608806898118_nସ୍ୱଛଭାରତ ମିଶନକୁ ରାଜ୍ୟରେ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି । ପୁରୁଣା ପାଇଖାନାରେ ରଙ୍ଗ ମାରି ଯୋଜନା ପାଇଁ ବରାଦ ଅର୍ଥକୁ ଲୁଟି ଚାଲିଛି ଶାସକ ବିଜେଡି ଦଳ । ସେହିପରି ସହରାଂଚଳ ପରିମଳ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଆସୁଥିବା ଅର୍ଥକୁ ମଧ୍ୟ ଆତ୍ମସାତ କରି ଚାଲିଛନ୍ତି ବିଜେଡି ଦଳର ନେତା ଏବଂ କର୍ମୀମାନେ । ଗ୍ରାମାଂଚଳଠାରୁ ଆରମ୍ଭ କରି ସହାରାଂଚଳ ପର୍ଯ୍ୟନ୍ତ ସବୁଠି ପରିମଳ ଓ ଡ୍ରେନ, ପାନୀୟ ଜଳ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ଗଲାଣି । ଏ ସବୁକୁ ପରିଚାଳନା କରୁଥିବା ପୈ÷ାରସଂସ୍ଥାଗୁଡିକ ସ୍ଥାଣୁ ପାଲଟି ଯାଇ ସରକାରୀ ଦଳର କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଛି ବୋଲି ରାଜ୍ୟ ବିଜେପି ସଭାପତି ଶ୍ରୀ ବସନ୍ତ ପଣ୍ଡା କଟକ ବଡ ମେଡିକାଲର ଡେଙ୍ଗୁ ୱାର୍ଡ ପରିଦର୍ଶନ ଅବସରରେ ଅଭିଯୋଗ ଆଣିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ଡେଙ୍ଗୁ ୱାର୍ଡ ପରିଦର୍ଶନ କରି ଚିକିତ୍ସା ସଂପର୍କରେ ରୋଗୀଙ୍କଠାରୁ ପଚାରି ବୁଝିଥିଲେ । ସେଠାରେ ଉପସ୍ଥିତ ମେଡିସିନ ବିଭାଗର ବିଭାଗୀୟ ମୁଖ୍ୟ ଏବଂ ସୁପରିଟେଣ୍ଡେନ୍ଟଙ୍କ ସହ ଆଲୋଚନା କରି ଅଧିକରୁ ଅଧିକ ଚିକିତ୍ସା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ନୟନ କିଶୋର ମହାନ୍ତି, ସଂପାଦକ ଦିଲୀପ ମଲ୍ଲିକ, ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ଏବଂ ଚୈା.ହେମନ୍ତ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିନୋଦ ଦାଶ, ଜୀବନ ସାହୁ, ଲଲାଟେନ୍ଦୁ ବଡୁ, ହୃଷିକେଶ ଜେନା, ମହିଳା ମୋର୍ଚ୍ଚାର ସଭାନେତ୍ରୀ କଳ୍ପନା ପ୍ରଧାନ, ଯୁବ ମୋର୍ଚ୍ଚା ସଭାପତି ସୁବ୍ରତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ରାଜ୍ୟରେ ବର୍ତମାନ ଡେଙ୍ଗୁ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୪୫୦ରୁ ଅଧିକ ହେଲାଣି । କେବଳ କଟକରେ ୫୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ଆଜିର ତଥ୍ୟ ଅନୁଯାୟୀ ଆଡମିଟ ଥିବା ୭୩ ରୋଗୀଙ୍କ ମଧ୍ୟରୁ କଟକର ୨୦ ଏବଂ କେନ୍ଦୁଝରର ୧୯ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କ ମୃତୁ ହୋଇସାରିଥିବାବେଳେ ଆଉ ୨ଜଣ ଆଇସିୟୁରେ ଚିକିସôିତ ହେଉଛନ୍ତି । କଟକ ସମେତ କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା ଏବଂ ଜଗତସିଂହପୁର ପ୍ରଭୁତି ୯ଟି ଜିଲ୍ଲାରେ ଦିନକୁ ଦିନ ଡେଙ୍ଗୁ ଅବସ୍ଥା ସଂଗୀନ ହେବାକୁ ବସିଛି । ମାତ୍ର ସ୍ଥାଣୁ ପାଲଟି ଯାଇଥିବା ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ପରିସ୍ଥିତି କ୍ରମଶଃ ଜଟିଳ ହୋଇ ହାତରୁ ଖସିଗଲାଣି । ବର୍ଷା ଋତୁ ଆରମ୍ଭରୁ ଏଭଳି ପରିସ୍ଥିତି ସୃଷ୍ଟି ହେବା ଏବଂ ରାଜ୍ୟ ସରକାର ଏହାକୁ ପରିଚାଳନା କରିବାରେ ଫେଲ ମାରିବା ପରିସ୍ଥିିତି ଆଗକୁ ଆହୁରି କେତେ ଭୟଙ୍କର ହେବ ଏଥିରୁ ସ୍ପଷ୍ଟ ହୋଇଛି । ରାଜ୍ୟ ସରକାରଙ୍କ ଏହି ଅସମ୍ବେଦନଶୀଳ ମନୋଭାବ ପାଇଁ ଶ୍ରୀ ପଣ୍ଡା ଉଦ୍ବେଗ ପ୍ରକାଶ କରିବା ସହ ଅପାରଗତା ପାଇଁ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରଛନ୍ତିି ।

Share in top social networks!