କନ୍ଧମାଳ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ କଂଗ୍ରେସର ଅଗ୍ରାହ୍ୟ

12004962_1475042192801813_5669845461268330984_nମାଓବାଦୀ ଦମନ ଆଳରେ ସାଧାରଣ ଲୋକଙ୍କୁ ମାରିବା ସରକାର ତୁରନ୍ତ ବନ୍ଦ କରନ୍ତୁ ନଚେତ୍ ତାର ପରିଣାମ ରାଜ୍ୟ ସରକାରଙ୍କୁ ଭୋଗିବାକୁ ପଡ଼ିବ ବୋଲି ଚେତାବନି ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ । ଏନ୍କାଉଣ୍ଟର ସମୟରେ ମୃତୁ୍ୟବରଣ କରୁଥିବା ସାଧାରଣ ନିରୀହ ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବି•ର ବିଭାଗୀୟ ତଦନ୍ତ ଏବଂ ସହାୟତା ରାଶି ଘୋଷଣା କରିଦେଇ ନିଜ ମୁଣ୍ଡ ଉପରୁ ଉତ୍ତରଦାୟିତ୍ୱ ଖସାଇ ଦେବାକୁ •ହିଁବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ପ୍ରଦେଶ କଂଗ୍ରେସ ଏହାକୁ ଅଗ୍ରାହ୍ୟ କରୁଛି ବୋଲି ଶ୍ରୀ ହରିଚନ୍ଦନ ଆଜି ଗଣମାଧ୍ୟମକୁ କହିଛନ୍ତି । ଏହା ମୃତୁ୍ୟବରଣ କରିଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀଙ୍କର ସହାନୁଭୁତି ନୁହେଁ ବରଂ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ଅନୁଯାୟୀ ଏହା ସେ କରିବା ପାଇଁ ବାଧ୍ୟ ବୋଲି କହିଛନ୍ତି ।
ଗତକାଲି ରାତିରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକର କୃତମଗଡ଼ଠାରେ ମାଓବାଦୀ ଏବଂ ଏସ୍ଓଜିଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୬ଜଣ ନିରୀହ ଦଳିତ ଆଦିବାସୀଙ୍କର ମୃତୁ୍ୟ ହୋଇଛି । କୌଣସି ଦୋଷନଥାଇ ପୋଲିସ୍ ଗୁଳିରେ ଏମାନଙ୍କର ମୃତୁ୍ୟ ହୋଇଥିବାରୁ ସରକାର ଏଥିପାଇଁ ଉତ୍ତରଦାୟୀ । ରାଜ୍ୟରେ ପ୍ରଥମଥର ପାଇଁ ଏଭଳି ଅଭାବନୀୟ କାଣ୍ଡ ହୋଇନାହିଁ ବରଂ ଗୋଟିଏ ବର୍ଷ ଭିତରେ •ରୋଟି ଘଟଣାରେ ପୋଲିସ ସାଧାରଣ ଲୋକଙ୍କୁ ମାଓବାଦୀ ଭାବି ହତ୍ୟା କରିଛନ୍ତି । କନ୍ଧମାଳରେ ପୂର୍ବରୁ ସ୍ୱାମୀ ସ୍ତ୍ରୀ ଦୁଇଜଣଙ୍କୁ ମାଓବାଦୀ ଭାବି ମାରିଦେଇଥିବା ବେଳେ କଳାହାଣ୍ଡିରେ ୩ଜଣ, ନୂଆପଡ଼ାରେ ଜଣେ ଏବଂ ପୁଣି ଏବେ କଳାହାଣ୍ଡିରେ ୬ଜଣ ନିରୀହ ଆଦିବାସୀଙ୍କୁ ପୋଲିସ୍ ଏନ୍କାଉଣ୍ଟରେ ମାରିବା ଅତ୍ୟନ୍ତ ଲଜ୍ଜାକର ଏବଂ ଦୁଃଖଦାୟକ ଘଟଣା । ରକ୍ଷକ ହୋଇ ଭକ୍ଷକ ସାଜିଲେ ସାଧାରଣ ଲୋକ ଯିବେ କୁଆଡ଼େ? ଲୋକମାନଙ୍କ ଧନଜୀବନର ସୂରକ୍ଷା ପାଇଁ କେନ୍ଦ୍ରସରକାରଙ୍କ ସହାୟତାରେ ଏସ୍ଓଜିମାନଙ୍କୁ ଅତ୍ୟାଧୁନିକ ତାଲିମ ଦିଆଯିବା ସହିତ ଅସ୍ତ୍ରଶସ୍ତ୍ର ଦିଆଯାଉଛି କିନ୍ତୁ ସେହିମାନଙ୍କ ଭୁଲ ଯୋଗୁ ଯଦି ସାଧାରଣଲୋକ ସୁରକ୍ଷା ପାଇବା ବଦଳରେ ମୃତୁ୍ୟବରଣ କରିବେ ସେଥିପାଇଁ ସରକାର ଦାୟୀ ରହିବେ । ଗୃହବିଭାଗ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ଆଇନଗତ ଭାବେ ଏହାର ଉତ୍ତରଦାୟିତ୍ୱ ନେବାକୁ ବାଧ୍ୟ । ଘଟଣାର ବି•ରବିଭାଗୀୟ ତଦନ୍ତ ଏବଂ ମୃତୁ୍ୟବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାର ବର୍ଗଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରି ମୁଖ୍ୟମନ୍ତ୍ରୀ ଦୟା କରିନାହାନ୍ତି । ଏନ୍କାଉଣ୍ଟର ମୃତୁ୍ୟ ସଂକ୍ରାନ୍ତରେ ମାନ୍ୟବର ସୁପ୍ରିମକୋର୍ଟ ବି•ର ବିଭାଗୀୟ ତଦନ୍ତ ଏବଂ କ୍ଷତିପୂରଣ ରାଶି ଦେବାକୁ ସରକାର ବାଧ୍ୟ ବୋଲି ପୂର୍ବରୁ ନିଦେ୍ର୍ଦଶ ଦେଇଛନ୍ତି । ତେଣୁ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯେଉଁ ଉଚ୍ଚ ପଦସ୍ଥ ଅଫିସର ଦାୟିତ୍ୱରେ ଥିଲେ ତାଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପୁର୍ନବାର ଏଭଳି ଘଟଣା ଯେଭଳି ନଘଟେ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଶ୍ରୀ ହରିଚନ୍ଦନ ଦୃଢ଼ ଦାବି କରିଛନ୍ତି ।

Share in top social networks!